ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ହୋଇଥିବା ବେଳେ ଶରୀରକୁ ଭିଟାମିନ୍ ଯୋଗାଇବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରାୟତଃ ଡାକ୍ତର ପ୍ରତ୍ୟେକ ଦିନ ରୋଗୀ ତଥା ସାଧାରଣ ଲୋକଙ୍କୁ ଅଣ୍ଡା ସିଝା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ତେବେ ଆଉ ଗୋଟିଏ ଏହାର ଭଲ ଗୁଣ ରହିଥିବା ଏବେ ବିଶେଷଜ୍ଞମାନେ କହିଛନ୍ତି। ଆମେ ସିଝାଉଥିବା ଅଣ୍ଡା ର ପାଣିକୁ ଅଦରକାରୀ ଭାବି ଫୋପାଡି ଦେଇଥାଉଁ। କିନ୍ତୁ ଏହି ସିଝା ଅଣ୍ଡାର ପାଣିରେ ପ୍ରଚୁର ମାତ୍ରାରେ ମିନେରାଲ୍ ଏବଂ କ୍ୟାଲସିୟମ୍ ରହିଥିବା କଥା ଆମେ ଜାଣି ନଥାଉ। ଏବେ ଏକ ରିପୋର୍ଟ ମୁତାବକ ଏହିପାଣି ଆମର ଖୁବ୍ ଉପକାରୀ ବୋଲି କୁହାଯାଇଛି। ଏହାକୁ ନ ଅଦରକାରୀ ଭାବି ନଫୋପାଡି ଏହି ପାଣିକୁ ଯଦି ଚାରା ବା ଗଛମୂଳେ ବ୍ୟବହାର କରିବା ତେବେ ଏହା ଶୀଘ୍ର ଗଛ ବଢାଇବାରେ ସହାୟକ ହୋଇପାରିବ। ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ…
– ଯଦି ଆପଣଙ୍କ ଘର ଟିକେ ଭିତର ପଟେ ରହୁଛି ଆଉ ଆପଣଙ୍କ ଘରର ଛାତ ବା ବାଲ୍କୋନୀରେ କିଛି ଗଛ ଲଗାଇଛନ୍ତି ଓ ସେହିଗଛ କୌଣସି ସୂର୍ଯ୍ୟାଲୋକ ପାଇପାରୁ ନାହିଁ ତେବେ ଚିନ୍ତା କରିବାର ନାହିଁ। ଏହି ଅଣ୍ଡା ସିଝା ପରେ ବଳିପଡ଼ିଥିବା ପାଣିକୁ ସେହିସବୁ ଗଛରେ ପକାଇ ଦିଅନ୍ତୁ। ଦେଖିବେ ସିଝଆ ଅଣ୍ଡା ପାଣି ସେହି ଗଛ ପାଇଁ ଟନିକ୍ ଭାବେ କାର୍ଯ୍ୟ କରିବ ଏବଂ ଶୀଘ୍ର ଗଛ ବଢ଼ାଇବ।
– ଏହି ପାଣିର ଆହୁରି ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି। ଯାହାକୁ ଆମେ ବିଭିନ୍ନ ପ୍ରକାର ଗଛରେ ବ୍ୟବହାର କରିପାରିବା। ପାଣିରେ ଅର୍ଗାନିକ୍ କ୍ୟାଲ୍ସିୟମ୍ ରହିଥିବାରୁ ଚାରା ମୂଳକୁ ଶକ୍ତ-ସବଳ କରିଥାଏ। ଗଛଟି ହୃଷ୍ଟପୁଷ୍ଟ ହୋଇ ବଢିବା ସହ ଫୁଲ-ଫଳ ଆଦି ଦେବାରେ ସମର୍ଥ ହୋଇପାରିଥାଏ।
– ବିଶେଷଜ୍ଞମାନେ ମଧ୍ୟ ଆଉ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି। ଏହି ପାଣିକୁ ଚାରା ବା ଗଛମୂଳେ ଦେବାର ସମୟ ଓ ନିୟମ ରହିଛି। ପ୍ରତିଦିନ ଏହି ପାଣିକୁ ବ୍ୟବହାର ଉପଯୋଗୀ କରାଯାଇ ପାରିବ ନାହିଁ। ମାସକୁ ଥରେ କିମ୍ବା ଦୁଇ ଥର ଗଛମୂଳେ ଦିଆଯାଇପାରିବ। ଯଦି ଏହି ମାତ୍ରାରୁ ଅଧିକ ଦିଆଯାଏ ତେବେ ଗଛ ବଢାଇବାରେ ସାହାଯ୍ୟ କରିବ ନାହିଁ। ସେହିପରି ଆମେ ଗଛରେ ପାଣି ଦେଲା ବେଳେ ତା’ର ଦିଗପ୍ରତି ଦୃଷ୍ଟି ଦେବାକୁ ହେବ। ବ୍ୟବହୃତ ପାଣି ଯେପରି ଥଣ୍ଡା ହୋଇଥାଏ। ଉଷୁମ ପାଣି ହୋଇଥିଲେ ଗଛକୁ ସମୁଳେ ଧ୍ୱଂସ କରିଦେବ। ଗଛରେ ବ୍ୟବହୃତ ବିଭିନ୍ନ ପ୍ରକାର କେମିକାଲ୍ ଯଥା-ସାର, ପିଡିଆ, ଔଷଧ ଆଦି ବାରମ୍ବାର ପ୍ରୟୋଗ କରିବା ବଦଳରେ ଅଣ୍ଡା ପାଣି ହିଁ ଚାରାକୁ ଜୈବିକ ସାର ଭଳି ମଜଭୁୁତ କରି ବଢ଼େଇ ପାରିବ। ତେଣୁ ଘରେ ଥିବା ଛୋଟ ବଡ ଗଛରେ ସାର ପରିବର୍ତ୍ତେ ଅଣ୍ଡା ସିଝା ପାଣି ବ୍ୟବହାର କଲେ ବହୁଗୁଣା ଲାଭ ମିଳିପାରିବ।


