Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’
ଜୀବନ ଶୈଳୀ

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ହୋଇଥିବା ବେଳେ ଶରୀରକୁ ଭିଟାମିନ୍ ଯୋଗାଇବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରାୟତଃ ଡାକ୍ତର ପ୍ରତ୍ୟେକ ଦିନ ରୋଗୀ ତଥା ସାଧାରଣ ଲୋକଙ୍କୁ ଅଣ୍ଡା ସିଝା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ତେବେ ଆଉ ଗୋଟିଏ ଏହାର ଭଲ ଗୁଣ ରହିଥିବା ଏବେ ବିଶେଷଜ୍ଞମାନେ କହିଛନ୍ତି। ଆମେ ସିଝାଉଥିବା ଅଣ୍ଡା ର ପାଣିକୁ ଅଦରକାରୀ ଭାବି ଫୋପାଡି ଦେଇଥାଉଁ। କିନ୍ତୁ ଏହି ସିଝା ଅଣ୍ଡାର ପାଣିରେ ପ୍ରଚୁର ମାତ୍ରାରେ ମିନେରାଲ୍ ଏବଂ କ୍ୟାଲସିୟମ୍ ରହିଥିବା କଥା ଆମେ ଜାଣି ନଥାଉ। ଏବେ ଏକ ରିପୋର୍ଟ ମୁତାବକ ଏହିପାଣି ଆମର ଖୁବ୍ ଉପକାରୀ ବୋଲି କୁହାଯାଇଛି। ଏହାକୁ ନ ଅଦରକାରୀ ଭାବି ନଫୋପାଡି ଏହି ପାଣିକୁ ଯଦି ଚାରା ବା ଗଛମୂଳେ ବ୍ୟବହାର କରିବା ତେବେ ଏହା ଶୀଘ୍ର ଗଛ ବଢାଇବାରେ ସହାୟକ ହୋଇପାରିବ। ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ…

– ଯଦି ଆପଣଙ୍କ ଘର ଟିକେ ଭିତର ପଟେ ରହୁଛି ଆଉ ଆପଣଙ୍କ ଘରର ଛାତ ବା ବାଲ୍‌କୋନୀରେ କିଛି ଗଛ ଲଗାଇଛନ୍ତି ଓ ସେହିଗଛ କୌଣସି ସୂର୍ଯ୍ୟାଲୋକ ପାଇପାରୁ ନାହିଁ ତେବେ ଚିନ୍ତା କରିବାର ନାହିଁ। ଏହି ଅଣ୍ଡା ସିଝା ପରେ ବଳିପଡ଼ିଥିବା ପାଣିକୁ ସେହିସବୁ ଗଛରେ ପକାଇ ଦିଅନ୍ତୁ। ଦେଖିବେ ସିଝଆ ଅଣ୍ଡା ପାଣି ସେହି ଗଛ ପାଇଁ ଟନିକ୍ ଭାବେ କାର୍ଯ୍ୟ କରିବ ଏବଂ ଶୀଘ୍ର ଗଛ ବଢ଼ାଇବ।

– ଏହି ପାଣିର ଆହୁରି ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି। ଯାହାକୁ ଆମେ ବିଭିନ୍ନ ପ୍ରକାର ଗଛରେ ବ୍ୟବହାର କରିପାରିବା। ପାଣିରେ ଅର୍ଗାନିକ୍ କ୍ୟାଲ୍‌ସିୟମ୍ ରହିଥିବାରୁ ଚାରା ମୂଳକୁ ଶକ୍ତ-ସବଳ କରିଥାଏ। ଗଛଟି ହୃଷ୍ଟପୁଷ୍ଟ ହୋଇ ବଢିବା ସହ ଫୁଲ-ଫଳ ଆଦି ଦେବାରେ ସମର୍ଥ ହୋଇପାରିଥାଏ।

– ବିଶେଷଜ୍ଞମାନେ ମଧ୍ୟ ଆଉ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି। ଏହି ପାଣିକୁ ଚାରା ବା ଗଛମୂଳେ ଦେବାର ସମୟ ଓ ନିୟମ ରହିଛି। ପ୍ରତିଦିନ ଏହି ପାଣିକୁ ବ୍ୟବହାର ଉପଯୋଗୀ କରାଯାଇ ପାରିବ ନାହିଁ। ମାସକୁ ଥରେ କିମ୍ବା ଦୁଇ ଥର ଗଛମୂଳେ ଦିଆଯାଇପାରିବ। ଯଦି ଏହି ମାତ୍ରାରୁ ଅଧିକ ଦିଆଯାଏ ତେବେ ଗଛ ବଢାଇବାରେ ସାହାଯ୍ୟ କରିବ ନାହିଁ। ସେହିପରି ଆମେ ଗଛରେ ପାଣି ଦେଲା ବେଳେ ତା’ର ଦିଗପ୍ରତି ଦୃଷ୍ଟି ଦେବାକୁ ହେବ। ବ୍ୟବହୃତ ପାଣି ଯେପରି ଥଣ୍ଡା ହୋଇଥାଏ। ଉଷୁମ ପାଣି ହୋଇଥିଲେ ଗଛକୁ ସମୁଳେ ଧ୍ୱଂସ କରିଦେବ। ଗଛରେ ବ୍ୟବହୃତ ବିଭିନ୍ନ ପ୍ରକାର କେମିକାଲ୍ ଯଥା-ସାର, ପିଡିଆ, ଔଷଧ ଆଦି ବାରମ୍ବାର ପ୍ରୟୋଗ କରିବା ବଦଳରେ ଅଣ୍ଡା ପାଣି ହିଁ ଚାରାକୁ ଜୈବିକ ସାର ଭଳି ମଜଭୁୁତ କରି ବଢ଼େଇ ପାରିବ। ତେଣୁ ଘରେ ଥିବା ଛୋଟ ବଡ ଗଛରେ ସାର ପରିବର୍ତ୍ତେ ଅଣ୍ଡା ସିଝା ପାଣି ବ୍ୟବହାର କଲେ ବହୁଗୁଣା ଲାଭ ମିଳିପାରିବ।

ଅଣ୍ଡା ସିଝା ପାଣି ଉପକାର ଗଛ
Share. Facebook Twitter LinkedIn Email WhatsApp Copy Link

Related Posts

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

ପ୍ରତ୍ୟେକ UPI ପେମେଣ୍ଟରୁ ସରକାର କେତେ ରୋଜଗାର କରନ୍ତି? ଜାଣନ୍ତୁ MDR ଓ ଏହାର ସମ୍ପୂର୍ଣ୍ଣ ଆର୍ଥିକ ହିସାବ

September 29, 2026
Latest News

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.