ବେତନଟୀ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ପୂର୍ତ୍ତ ବିଭାଗ (R&B) ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏସଡିଓ) ଅରବିନ୍ଦ ମହାନ୍ତି। ଆଜି ସକାଳୁ ଏକାସାଙ୍ଗରେ ବାଲେଶ୍ବର, ମୟୂରଭଞ୍ଜ ଓ ଭୁବନେଶ୍ୱରର ସୋମୋଟ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଜୋରଦାର ରେଡ୍ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଏସଡିଓ ଅରବିନ୍ଦ ମହାନ୍ତିଙ୍କ ନାମରେ ବହୁ ପରିମାଣର ଅସାଧୁ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କୋର୍ଟଙ୍କ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏକାସାଙ୍ଗରେ ଶ୍ରୀ ମହାନ୍ତିଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ, ସମ୍ପର୍କୀୟଙ୍କ ଘର ଏବଂ ନିଜସ୍ୱ ସମ୍ପତ୍ତି ଥିବା ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରଖିଛନ୍ତି।


