ନୂଆଦିଲ୍ଲୀ: ଦୀପାବଳି ଓ ଛଟ ପୂର୍ବରୁ ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଝଟକା ସାମ୍ନାକୁ ଆସିଛି। ଜେଟ୍ ଇନ୍ଧନ ବା ଏଭିଏସନ ଟର୍ବାଇନ୍ ଫ୍ୟୁଏଲ୍ (ATF) ଦର ବୃଦ୍ଧି ପାଇବା ପରେ ଦେଶର ପ୍ରମୁଖ ଏୟାରଲାଇନ୍ସ ଇଣ୍ଡିଗୋ ଫ୍ୟୁଏଲ ସରଚାର୍ଜ ବଢ଼ାଇବାକୁ ଘୋଷଣା କରିଛି। ଏହି ନୂଆ ଦର ଆଜିଠାରୁ ଲାଗୁ ହୋଇଥିବା ବେଳେ ଏହା ଦ୍ୱାରା ଯାତ୍ରୀଙ୍କୁ ଟିକେଟ ପିଛା ଅଧିକ ଟଙ୍କା ଗଣିବାକୁ ପଡ଼ିବ।
ଇଣ୍ଡିଗୋ ପକ୍ଷରୁ ଘରୋଇ ଉଡ଼ାଣ ପାଇଁ ଯାତ୍ରାର ଦୂରତା ଅନୁସାରେ ୧୦୦ ଟଙ୍କାରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ଫ୍ୟୁଏଲ ସରଚାର୍ଜ ବୃଦ୍ଧି କରାଯାଇଛି। ଫଳରେ କମ୍ ଦୂରତା ଓ ଦୀର୍ଘ ଦୂରତାର ଫ୍ଲାଇଟ୍ ପାଇଁ ଅଲଗା ଅଲଗା ଅତିରିକ୍ତ ଶୁଲ୍କ ଦେବାକୁ ପଡ଼ିବ। କେବଳ ଘରୋଇ ନୁହେଁ, ବରଂ ରୁଟ୍ ଓ ଦୂରତା ଭିତ୍ତିରେ ଅନ୍ତର୍ଜାତୀୟ ଉଡ଼ାଣଗୁଡ଼ିକରେ ମଧ୍ୟ ଫ୍ୟୁଏଲ ସରଚାର୍ଜ ବଢ଼ାଯାଇଛି। ପାର୍ବଣ ଯେକୌଣସି ଋତୁରେ ଘରକୁ ଫେରୁଥିବା କିମ୍ବା ଯାତ୍ରା କରୁଥିବା ଲୋକଙ୍କ ବଜେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ।


