Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନର ଲକ୍ଷ୍ୟ: ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବିଶେଷ ଖବର

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନର ଲକ୍ଷ୍ୟ: ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chief Minister Mohan Charan Majhi at the 'Viksit Bharat Sankalp' meeting held at Khordha's Habeli Ground.
Chief Minister Mohan Charan Majhi at the 'Viksit Bharat Sankalp' meeting held at Khordha's Habeli Ground.

ଭୁବନେଶ୍ବର: ଖୋର୍ଦ୍ଧା ହାବେଳୀ ପଡ଼ିଆ ପରିସରରେ ଅପୂର୍ବ ଜନସମାଗମ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ବିକଶିତ ଭାରତ ସଂକଳ୍ପ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ମହତ୍ ଲକ୍ଷ୍ୟ ଓ ଜନଭାଗୀଦାରୀର ବାର୍ତ୍ତା ନେଇ ଆୟୋଜିତ ଏହି ସଭାରେ ଭାରତୀୟ ଜନତା ପାର୍ଟିର ନେତା, କର୍ମୀ, ହଜାର ହଜାର ମହିଳା ଏବଂ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ୯ଟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାବେଳୀ ପଡ଼ିଆରେ ପହଞ୍ଚି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜାତୀୟ ସଙ୍ଗୀତ ପରିବେଷଣ ପରେ ସେ ବିକଶିତ ଭାରତ ଗଠନର ସଂକଳ୍ପ ଓ ଦେଶର ବିକାଶରେ ଜନସାଧାରଣଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ ଓଜସ୍ୱୀ ଅଭିଭାଷଣ ରଖିଥିଲେ। ଦେଶର ସର୍ବାଙ୍ଗୀନ ପ୍ରଗତି ପାଇଁ ସରକାରୀ ପ୍ରୟାସ ସହ ସାଧାରଣ ନାଗରିକଙ୍କ ଜନଭାଗୀଦାରୀ ନିହାତି ଆବଶ୍ୟକ ବୋଲି ସେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ।

ପରେ ପ୍ରାୟ ୧୧ଟା ସମୟରେ ସଭାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ଅନଲାଇନ୍ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା। ହାବେଳୀ ପଡ଼ିଆରେ ଉପସ୍ଥିତ ହଜାର ହଜାର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ ବାର୍ତ୍ତାକୁ ଉତ୍ସାହର ସହ ଦେଖିବା ସହ ଶୁଣିଥିଲେ। ବିକଶିତ ଭାରତ ଗଠନରେ ନାଗରିକଙ୍କ ଦାୟିତ୍ୱ, ଯୁବପିଢ଼ିର ଅପରିହାର୍ଯ୍ୟ ଭୂମିକା, ନବସୃଜନ, ପ୍ରଯୁକ୍ତିବିଦ୍ୟା ଓ ଜନଭାଗୀଦାରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ପ୍ରସାରିତ ହୋଇଥିଲା। ଏହି ସଭାରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସୁଧୀପ୍ତ ରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା, ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ ମୋହନ ଦାସ, ରାଜ୍ୟ କମିଟି ସଦସ୍ୟ ନିକୁଞ୍ଜ ପଟ୍ଟନାୟକ ଏବଂ ଦଳୀୟ ନେତା ପ୍ରକାଶ ରଣା ବିଜୁଳିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଏହି ସମାବେଶରେ ମାତୃଶକ୍ତିର ହଜାର ହଜାର ମହିଳାଙ୍କ ସମେତ ବିଶାଳ ସଂଖ୍ୟାରେ କର୍ମୀ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଯୋଗଦେବାରୁ ହାବେଳୀ ପଡ଼ିଆ ଜନସମୁଦ୍ରରେ ପରିଣତ ହୋଇଥିଲା। ଏହି ଅବସରରେ ‘ଜନସେବାରୁ ରାଷ୍ଟ୍ରସେବା’ ଓ ‘ଏକ ବିକଶିତ ଭାରତ’ ଲକ୍ଷ୍ୟକୁ ସାମ୍ନାରେ ରଖି ସମସ୍ତେ ମିଳିମିଶି ନୂତନ ଭାରତ ଗଠନ ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ନାଗରିକ ଭାବେ ନିଜ ନିଜର ଶକ୍ତି, ପ୍ରତିଭା ଓ ସଂକଳ୍ପକୁ ରାଷ୍ଟ୍ର ନିର୍ମାଣରେ ସମ୍ପୂର୍ଣ୍ଣ ଉତ୍ସର୍ଗ କରିବା, ଜ୍ଞାନ ଓ ପ୍ରଯୁକ୍ତିର ସଦୁପଯୋଗ କରିବା ସହ ସଚ୍ଚୋଟତା, ଦାୟିତ୍ୱବୋଧ ଓ ସେବା ମନୋଭାବରେ ସମାଜ ଓ ଦେଶର ବିକାଶରେ ସକ୍ରିୟ ଯୋଗଦାନ କରିବା ନେଇ ଶପଥ ଗ୍ରହଣ କରାଯାଇଥିଲା।

ଏଥିସହ ଯୁବପିଢ଼ିକୁ ଦେଶର ବିକାଶର ପ୍ରମୁଖ ଶକ୍ତି ଭାବେ ଗଢ଼ିତୋଳିବା ସହିତ ନବସୃଜନ, ଉଦ୍ୟୋଗ, କ୍ରୀଡ଼ା, ବିଜ୍ଞାନ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଆଗେଇ ନେବା ପାଇଁ ସଭାରେ ଶପଥ ପାଠ କରାଯାଇଥିଲା। ଶେଷରେ “ଆମେ ସଂକଳ୍ପରୁ ସିଦ୍ଧି ପର୍ଯ୍ୟନ୍ତ ଯାତ୍ରାକୁ ସଫଳ କରିବୁ, ଏକ ଶକ୍ତିଶାଳୀ, ସମୃଦ୍ଧ ଓ ବିକଶିତ ଭାରତ ନିର୍ମାଣ କରିବୁ” ବୋଲି ସମସ୍ତେ ଶପଥ ନେବା ପରେ ଗଗନପବନ କମ୍ପାଇ ‘ଜୟ ହିନ୍ଦ୍’ ଧ୍ୱନିରେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

ବିକଶିତ ଭାରତ ସଂକଳ୍ପ ସଭା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରର ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

October 7, 2026

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

October 7, 2026

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026
Latest News

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନର ଲକ୍ଷ୍ୟ: ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 7, 2026

ଅନିଲ ଅମ୍ବାନୀଙ୍କୁ ସରକାରୀ ଝଟକା: ପ୍ରତ୍ୟାହାର ହେଲା ରିଲାଏନ୍ସ କମ୍ୟୁନିକେସନ୍ସର ସ୍ପେକ୍ଟ୍ରମ୍

October 7, 2026

ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ: ମିଳିଲା କ୍ୟାବିନେଟ ମନ୍ତ୍ରୀର ମାନ୍ୟତା

October 7, 2026

ସରକାରର ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

October 7, 2026

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.