Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ
ଆଜିର ଖବର

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Train Capacity Doubling
Puja Special Trains to Meet Festive Rush

ଭୁବନେଶ୍ୱର: ଆଗାମୀ ଦୁର୍ଗାପୂଜା ଓ ଦୀପାବଳି ପାର୍ବଣ ଋତୁରେ ଯାତ୍ରୀ ଭିଡ଼ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ସହ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ଗୁଡ଼ିକରେ ଅତିରିକ୍ତ ପୂଜା ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯିବ।

ଟ୍ରେନ ନମ୍ବର ୦୩୧୦୧ ସିଆଲଦାହ–ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ପ୍ରତ୍ୟେକ ଶନିବାର ଅକ୍ଟୋବର ୧୭, ୨୪ ଓ ୩୧, ୨୦୨୬ ଏବଂ ନଭେମ୍ବର ୦୭, ୧୪, ୨୧ ଓ ୨୮, ୨୦୨୬ରେ ଚଳାଚଳ କରିବ। ଫେରିବା ମାର୍ଗରେ ଟ୍ରେନ୍ ନମ୍ବର ୦୩୧୦୨ ଖୋର୍ଦ୍ଧା ରୋଡ୍–ସିଆଲଦାହ ସ୍ପେଶାଲ୍ ପ୍ରତ୍ୟେକ ରବିବାର ଅକ୍ଟୋବର ୧୮ ଓ ୨୫, ୨୦୨୬ ଏବଂ ନଭେମ୍ବର ୦୧, ୦୮, ୧୫, ୨୨ ଓ ୨୯, ୨୦୨୬ରେ ଚଳାଚଳ କରିବ।

ଟ୍ରେନ୍ ନମ୍ବର ୦୩୧୦୧ ସିଆଲଦାହ–ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍ ସିଆଲଦାହରୁ ରାତି ୧୧:୫୦ ରେ ଛାଡ଼ି ପରଦିନ ସକାଳ ୦୮:୨୦ ରେ ଖୋର୍ଦ୍ଧା ରୋଡ୍‌ରେ ପହଞ୍ଚିବ। ଫେରିବା ମାର୍ଗରେ ଟ୍ରେନ୍ ନମ୍ବର ୦୩୧୦୨ ଖୋର୍ଦ୍ଧା ରୋଡ୍–ସିଆଲଦାହ ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍‌ରୁ ଅପରାହ୍ନ ୦୪:୪୦ ରେ ଛାଡ଼ି ପରଦିନ ରାତି ୦୨:୦୦ ରେ ସିଆଲଦାହରେ ପହଞ୍ଚିବ।

କୋଚ୍ ସଂରଚନା:

ଏହି ସ୍ପେଶାଲ୍ ଟ୍ରେନ୍‌ରେ ମୋଟ ୨୨ଟି କୋଚ୍ ରହିବ। ସେଗୁଡ଼ିକ ହେଲା:
– ଏସି ୩-ଟାୟର – ୦୪ଟି କୋଚ୍
– ସ୍ଲିପର୍ କ୍ଲାସ୍ – ୧୦ଟି କୋଚ୍
– ଜେନେରାଲ୍ – ୦୬ଟି କୋଚ୍
-ଲଗେଜ୍-କମ-ଜେନେରେଟର-କମ-ବ୍ରେକ୍ ଭ୍ୟାନ୍ (ଦିବ୍ୟାଙ୍ଗ ଅନୁକୂଳ): ୦୨ଟି କୋଚ୍

ଏହି ସ୍ପେଶାଲ୍ ଟ୍ରେନ୍‌ର ସିଆଲଦାହ ଓ ଖୋର୍ଦ୍ଧା ରୋଡ୍ ଷ୍ଟେସନ ବ୍ୟତୀତ ଆନ୍ଦୁଲ, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱର ଷ୍ଟେସନରେ ଉଭୟ ଦିଗରେ ରହଣି କରିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ। ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

ଖୋର୍ଦ୍ଧା ରୋଡ୍ ଦୀପାବଳି ଦୁର୍ଗାପୂଜା ପାର୍ବଣ ଋତୁ ପୂଜା ସ୍ପେଶାଲ୍ ଟ୍ରେନ ସିଆଲଦାହ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

October 7, 2026

ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

October 7, 2026

ଆସନ୍ତାକାଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ମ ସଂସ୍କରଣ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2026

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026
Latest News

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

October 7, 2026

ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

October 7, 2026

ଆସନ୍ତାକାଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ୧୦ମ ସଂସ୍କରଣ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2026

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.