Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍
ଜାତୀୟ ଖବର

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଅକ୍ଟୋବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ୍ ପାରା ଗେମ୍ସ ୨୦୨୬ର ଉଦ୍‌ଘାଟନ ସମାରୋହରେ ପାରାଲିମ୍ପିକ୍ ଚାମ୍ପିଅନ୍ ପ୍ରମୋଦ ଭଗତ ଓ ଭାବିନା ପଟେଲ୍ ଭାରତୀୟ ଦଳର ଧ୍ୱଜାବାହକ ଭାବେ ନେତୃତ୍ୱ ନେବେ। ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଭାରତର ଜଣେ ଅତ୍ୟନ୍ତ ସଫଳ ପାରା ଆଥଲେଟ୍, ଯିଏ ୨୦୧୪ରୁ ୨୦୨୩ ମଧ୍ୟରେ ଏସିଆନ୍ ପାରା ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ଓ ଚାରିଟି ବ୍ରୋଞ୍ଜ୍ ସହ ମୋଟ ଛଅଟି ପଦକ ହାସଲ କରିଛନ୍ତି। ସେହିପରି ପାରା ଟେବଲ୍ ଟେନିସ୍ ଖେଳାଳି ଭାବିନା ପଟେଲ୍ ୨୦୨୮ରୁ ୨୦୨୩ ମଧ୍ୟରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଛନ୍ତି।

ଏହି ଗୌରବପୂର୍ଣ୍ଣ ଦାୟିତ୍ୱ ମିଳିଥିବାରୁ ଭାବିନା ପଟେଲ୍ ଗର୍ବ ଓ ଉତ୍ସାହ ପ୍ରକାଶ କରିବା ସହ ଭାରତୀୟ ଦଳ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଅକ୍ଟୋବର ୮ରେ ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ) ପକ୍ଷରୁ ଆୟୋଜିତ ହେବାକୁ ଥିବା ଦଳର ବିଦାୟ ସମାରୋହରେ କେନ୍ଦ୍ର ଖେଳ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା ମୁଖ୍ୟଅତିଥି ଏବଂ ଯୁବ ବ୍ୟାପାର ଓ ଖେଳ ରାଜ୍ୟମନ୍ତ୍ରୀ ରକ୍ଷା ନିଖିଲ ଖଡ୍‌ସେ ବିଶିଷ୍ଟ ଅତିଥି ଭାବେ ଯୋଗଦେବେ। ପିସିଆଇ ଅଧ୍ୟକ୍ଷ ଦେବେନ୍ଦ୍ର ଝାଝାରିୟା ଏହି ଦୁଇ ଖେଳାଳିଙ୍କ ଯୋଗଦାନକୁ ପ୍ରଶଂସା କରି ସେମାନେ ଅନ୍ୟ ଆଥଲେଟ୍‌ମାନଙ୍କୁ ପ୍ରେରିତ କରିବେ ବୋଲି ବିଶ୍ୱାସ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ସ୍ତରରେ ଦେଶର ସଫଳତାକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିଛି।

Asian Para Games Bhagat and Bhavina
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ

October 7, 2026

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026

ଅନିଲ ଅମ୍ବାନୀଙ୍କୁ ସରକାରୀ ଝଟକା: ପ୍ରତ୍ୟାହାର ହେଲା ରିଲାଏନ୍ସ କମ୍ୟୁନିକେସନ୍ସର ସ୍ପେକ୍ଟ୍ରମ୍

October 7, 2026
Latest News

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.