Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା
ଆଜିର ଖବର

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
DGP Reviews Security for Student Union Polls
DGP Reviews Security for Student Union Polls

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଜିଲ୍ଲା ଏସପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି।

ଉକ୍ତ ବୈଠକରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନରେ କଲେଜ ପରିସରରେ ହିଂସା ରୋକିବା, ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା, ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

କଲେଜରେ କୌଣସି ହିଂସାତ୍ମକ ଘଟଣା ଘଟିବା ପରେ ପଦକ୍ଷେପ ନେବା ଅପେକ୍ଷା ଆଗୁଆ ସତର୍କତା ଅବଲମ୍ବନ କରି ହିଂସାକୁ ରୋକିବା ଉପରେ ପୋଲିସ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଡିଜିପି କହିଥିଲେ। ଏଥିପାଇଁ ପୋଲିସ ଅଧିକାରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖିବା ସହ ଉତ୍ତେଜନାର ସମ୍ଭାବନା ଥିବା ସ୍ଥାନ ଓ ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗୁରୁତ୍ୱ ଦେଇଥିଲେ। ଆବଶ୍ୟକସ୍ଥଳେ ତୁରନ୍ତ ହସ୍ତକ୍ଷେପ କରି ହିଂସା ରୋକିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

କଲେଜ ନିର୍ବାଚନ ସମୟରେ ସମ୍ବେଦନଶୀଳ ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ଅନୁଯାୟୀ ପୋଲିସ ଫୋର୍ସ ମୁତୟନ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଥିଲେ। ନିର୍ବାଚନ ସମ୍ପର୍କିତ ଯେକୌଣସି ଉତ୍ତେଜନା କିମ୍ବା ବିବାଦକୁ ଗମ୍ଭୀରତାର ସହ ନେଇ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବାକୁ ସେ କହିଥିଲେ।

ଉକ୍ତ ବୈଠକରେ, ନିର୍ଦ୍ଦେଶକ(ଗୁଇନ୍ଦା) ଆର.ପି.କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଅତିରିକ୍ତ ପୋଲିସ କମିଶନର (ଭୁବନେଶ୍ଵର-କଟକ) ନରସିଂହ ଭୋଳଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।

ଆଇନଶୃଙ୍ଖଳା ପରିସ୍ଥିତି ଉଚ୍ଚସ୍ତରୀୟ ସମୀକ୍ଷା କଲେଜ ନିର୍ବାଚନ ବିନୟତୋଷ ମିଶ୍ର ସୁରକ୍ଷା ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026
Latest News

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.