ଭୁବନେଶ୍ଵର: ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନିଜର ଅଭିଯୋଗକୁ ସ୍ୱୀକୃତି ବୋଲି ଉପସ୍ଥାପନା କରିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ରାଜନୈତିକ ହତାଶାକୁ ପରିପ୍ରକାଶ କରୁଛି। ରାଷ୍ଟ୍ରପତି ପଦ ସର୍ବୋଚ୍ଚ ସାମ୍ବିଧାନିକ ଗରିମାର ପ୍ରତୀକ, ଏହା କୌଣସି ଦଳର ରାଜନୈତିକ ଦାବି ଉପରେ ମୋହର ଲଗାଇବାର ମଞ୍ଚ ନୁହେଁ। ରାଷ୍ଟ୍ରପତି ତାଙ୍କର ଅଭିଯୋଗକୁ ସ୍ୱୀକାର କରିଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଚାର କରିବା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦାୟିତ୍ୱହୀନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।


