ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବରଗଡ଼ଠାରେ କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଶିକ୍ଷା, କୃଷି, ବ୍ୟବସାୟ ଓ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରରେ ତେଲୁଗୁ ସମ୍ପ୍ରଦାୟର ଅବଦାନ ଉଲ୍ଲେଖନୀୟ। ଯୁବପିଢ଼ି ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି କୃଷି କ୍ଷେତ୍ରରେ ଉନ୍ନତି ଆଣିବା ସହ ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବା ଦିଗରେ ଆଗେଇ ଆସିବା ଉଚିତ। ଓଡ଼ିଶାରେ ତେଲୁଗୁ ସଂସ୍କୃତିର ସୁରକ୍ଷା ସହିତ ଓଡ଼ିଆ ଭାଷା, ସଂସ୍କୃତି କୁ ସମ୍ମାନ ଦେବାରେ ତେଲୁଗୁ ସମ୍ପ୍ରଦାୟର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଜଣେ ତେଲୁଗୁ ଭାଷାଭାଷୀ ଭାବେ ଓଡ଼ିଶା ମାଟିରେ ତେଲୁଗୁ ସମ୍ପ୍ରଦାୟର ସଦସ୍ୟମାନଙ୍କ ଗହଣରେ ଉପସ୍ଥିତ ରହିବା ତାଙ୍କ ପାଇଁ ଆନନ୍ଦର ବିଷୟ ବୋଲି ଶ୍ରୀ କମ୍ଭମପାଟି ପ୍ରକାଶ କରିଛନ୍ତି।


