Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ
ରାଜ୍ୟ ଖବର

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Student Union Elections: Educational institutions rocked by bomb attacks and assaults with lethal weapons.
Student Union Elections: Educational institutions rocked by bomb attacks and assaults with lethal weapons.

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏହା ଏବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଉତ୍ତେଜନା ଏବଂ ହିଂସାର ରୂପ ନେଇଛି। ପ୍ରଚାର କାର୍ଯ୍ୟ ତୁଳନାରେ କ୍ୟାମ୍ପସରେ ହିଂସାକାଣ୍ଡ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ବିଜେବି କଲେଜ୍ ହେଉ କି ବାଣୀବିହାର କିମ୍ବା ବାଙ୍କୀ କଲେଜ୍ ସବୁଆଡ଼େ ବୋମାବାଜି, ମାରଣାସ୍ତ୍ର ଆକ୍ରମଣ ଓ ଗୋଷ୍ଠୀ ସଂଘର୍ଷର ଭୟାବହ ଚିତ୍ର ସାମ୍ନାକୁ ଆସିଛି। ପୋଲିସ ମୁତୟନ ସତ୍ତ୍ୱେ ଛାତ୍ର ଗୋଷ୍ଠୀମାନେ ପରସ୍ପରକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ପିପିଲି କଲେଜର ଏକ ଗୋଷ୍ଠୀ ଭୋଜି କରୁଥିବା ବେଳେ ବିରୋଧୀ ଗୋଷ୍ଠୀର ଆକ୍ରମଣରେ ଏବିଭିପି ସଭାପତି ପ୍ରାର୍ଥୀ ଆରୟନ୍ ମହାପାତ୍ରଙ୍କ ମୁଣ୍ଡ ଫାଟିଯାଇଥିଲା। ତଥାପି ସେ ଆଜି ବ୍ୟାଣ୍ଡେଜ୍ ପକାଇ ପ୍ରଚାର ଜାରି ରଖିଛନ୍ତି। ସେହିପରି ବାଣୀବିହାର ଏବଂ ବାଙ୍କୀ କଲେଜରେ ମଧ୍ୟ ବୋମାମାଡ଼ ହେବା ଫଳରେ କ୍ୟାମ୍ପସରେ ଚାପା ଉତ୍ତେଜନା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ନେତାମାନଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଏବଂ କଲେଜ ପାଖରେ ଡେରା ପକାଇବା ଘଟଣା ସ୍ଥିତିକୁ ଆହୁରି ଜଟିଳ କରିଛି। ତେବେ ନିର୍ବାଚନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ଥିବାରୁ, ଆଗାମୀ ଦିନରେ ହିଂସା ବଢ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ୟାମ୍ପସଗୁଡ଼ିକରେ କଡ଼ା ପୋଲିସ ଛାଉଣୀ କରାଯାଇଛି।

କ୍ୟାମ୍ପସ ହିଂସା ଛାତ୍ର ସଂସଦ ନିର୍ବାଚନ ବାଣୀବିହାର ବିଜେବି କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

October 13, 2026

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026
Latest News

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଅକ୍ଟୋବର ୨୨ ରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’

October 13, 2026

ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

October 13, 2026

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.