Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
Chief Minister Mohan Charan Majhi at the Odisha State Cabinet meeting.
Chief Minister Mohan Charan Majhi at the Odisha State Cabinet meeting.

ଭୁବନେଶ୍ୱର: ମୋଦୀଜୀଙ୍କ ନେତୃତ୍ୱରେ ଆଜିର ଭାରତ ୨୦୧୪ ପୂର୍ବର ଭାରତ ଠାରୁ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତିତ ନୂଆ ଭାରତରେ ପରିଣତ ହୋଇଛି। ମୋଦୀଜୀ, ତାଙ୍କର ପ୍ରତ୍ୟେକ ପଦକ୍ଷେପରେ ଇଣ୍ଡିଆ ଫାଷ୍ଟ ନୀତି ଅବଲମ୍ବନ କରିଆସୁଛନ୍ତି। ଏକ ଗରିବ ପରିବାରରୁ ଆସିଥିବାରୁ ସେ ଗରିବର ଦୁଃଖ ବୁଝିଛନ୍ତି। ତାଙ୍କ ନେତୃତ୍ୱରେ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଗରିବ ପରିବାରର ଉତ୍‌ଥାନ ଉପରେ ଗୁରୁତ୍ୱ ଦିଆଯାଉଛି। ଅନ୍ତ୍ୟୋଦୟ ବା ସମାଜର ଶେଷ ଧାଡ଼ିର ଲୋକଙ୍କ ନିକଟରେ ଆଜି ବିକାଶ ଓ ସେବା ପହଞ୍ଚି ପାରୁଛି। ତାଙ୍କର ୧୨ ବର୍ଷର ସମୟରେ ୨୫ କୋଟିରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର‌୍ୟର ଉପରକୁ ଉଠି ପାରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୋଦୀଜୀ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ଓଡ଼ିଶାର ବିକାଶମୂଳକ ପଦକ୍ଷେପଗୁଡ଼ିକୁ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ମିଳିଛି। ଓଡ଼ିଶାରେ ଆମ ସରକାର ଗଠନ ହେବା ପରଠାରୁ ପ୍ରଧାନମନ୍ତ୍ରୀ ୮ ଥର ଓଡ଼ିଶା ଆସି ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଓ ପରାମର୍ଶ ମଧ୍ୟ ଦେଇଛନ୍ତି। ତେଣୁ ଓଡ଼ିଶା ପାଇଁ ପ୍ରସ୍ତୁତ ହୋଇଛି ଭିଜନ ୨୦୩୬ ଓ ୨୦୪୭। ଓଡ଼ିଶାର ଏହି ଭିଜନକୁ ସାକାର କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍ ରହିଛି।

ମଙ୍ଗଳବାର ରାଜ୍ୟ ଲୋକସେବା ଭବନରେ ଓଡ଼ିଶା ରାଜ୍ୟ କ୍ୟାବିନେଟ ପକ୍ଷରୁ ଏକ ସଂକଳ୍ପ ପାରିତ ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ,୨୦୨୬ ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଜଣେ ଶାସନ ମୁଖ୍ୟ ଭାବେ ଦେଶର ଜନସାଧାରଣଙ୍କ ସେବାରେ ଦୀର୍ଘ ୨୫ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏହି ୨୫ ବର୍ଷର ନିରବଚ୍ଛିନ୍ନ ସେବା ଓ ସଂକଳ୍ପ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଦେଶର ଗଣତାନ୍ତ୍ରିକ ଓ ପ୍ରଶାସନିକ ଇତିହାସରେ ମୋଦୀଜୀଙ୍କ ଭଳି ନିରନ୍ତର ସେବା, ସମର୍ପଣ ଓ ସଂକଳ୍ପର ଉଦାହରଣ ବିରଳ ଓ ଅନନ୍ୟ। ତାଙ୍କର ଅସାମାନ୍ୟ ନେତୃତ୍ୱ ଓ ସେବା ମନୋଭାବ ପ୍ରତି ଦେଶର ଜନସାଧାରଣଙ୍କ ଅତୁଟ ସମର୍ଥନ ରହିଛି। ୨୦୧୪ ମସିହା ମେ ୨୬ ତାରିଖ ଦିନ ସେ ଦାୟିତ୍ୱ ନେବା ଦିନ ଠାରୁ ଆମ ଦେଶ ଦ୍ରୁତ ଗତିରେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରଗତି କରିଚାଲିଛି। ଦେଶର ଭିତ୍ତିଭୂମିର ବିକାଶ, ଶିଳ୍ପାୟନ, ଆତ୍ମନିର୍ଭରତାର ମନ୍ତ୍ର, ଯୁବଶକ୍ତିର ପ୍ରତିଭାର ଉପଯୋଗ, ଗରିବ ଲୋକଙ୍କ ସାମାଜିକ ଓ ଆର୍ôଥକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆଦି ଅନେକ ପଦକ୍ଷେପ ଦ୍ୱାରା ଦେଶର ସବୁ କ୍ଷେତ୍ରରେ ପରିବର୍ତ୍ତନର ସ୍ପଷ୍ଟ ଝଲକ ପରିଲକ୍ଷିତ ହେଉଛି। ଦେଶର ପ୍ରତ୍ୟେକ ପରିବର୍ତ୍ତନରେ ବିଶ୍ୱସ୍ତରୀୟ ମାନଦଣ୍ଡ ଦୃଶ୍ୟମାନ ହେଉଛି। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ କରିବା ପାଇଁ ମୋଦୀ ଜୀ, ଚାରୋଟି ପ୍ରମୁଖ ବର୍ଗକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ଚାରୋଟି ବର୍ଗ ହେଉଛି- ମହିଳା, କୃଷକ, ଗରିବ ଓ ଯୁବବର୍ଗ । ଏହି ଚାରି ବର୍ଗର ସଶକ୍ତିକରଣ ଦ୍ୱାରା ସମଗ୍ର ଦେଶ ସଶକ୍ତ ହେଉଛି। ଗ୍ରାମାଞ୍ଚଳର ଲୋକଙ୍କୁ ସମସ୍ତ ମୌଳିକ ଭିତ୍ତିଭୂମି ଓ ସରକାରୀ ସହାୟତା ଉପଲବ୍ଧ ହେଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଭିତ୍ତିଭୂମି ବିକାଶ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ, ଟେକ୍ନୋଲୋଜି ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାର କେନ୍ଦ୍ରରେ ଓଡିଶା ହିଁ ରହିଛି। ଗତ ୧୨ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇ ଯେଉଁ ପଦକ୍ଷେପ ସବୁ ନିଆଯାଇଛି, ସେ ବିଷୟରେ ମୁଁ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଚାହୁଁଛି। ୨୦୧୪ ମସିହାଠାରୁ ଓଡ଼ିଶାରେ ୨,୨୩୬ କିଲୋମିଟର ନୂତନ ରେଳପଥ ନିର୍ମାଣ କରାଯାଇଛି ଏବଂ ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ ହାସଲ ହୋଇଛି। ୩୦ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ହେବା ଉପରେ। ୬ଟି ବନ୍ଦେ ଭାରତ ଟ୍ରେନ୍ ଓଡ଼ିଶାର ୨୫ଟି ଷ୍ଟପେଜ୍ ଦେଇ ୧୭ଟି ଜିଲ୍ଲାକୁ ସଂଯୋଗ କରୁଛି। ଏହାବ୍ୟତୀତ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ୫୯ଟି ଷ୍ଟେସନର ପୁନର୍ବିକାଶ କରାଯାଉଛି। ରାଜ୍ୟର ସଡକ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇ ୧୧୧ କିଲୋମିଟର ଦୀର୍ଘ ୬-ଲେନ୍ ବିଶିଷ୍ଟ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ଼ ପାଇଁ ୮ ହଜାର ୩୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରାୟ ୮ ହଜାର ୩୦୦ କୋଟି ଟଙ୍କା ବିନିଯୋଗରେ ୧୬୦ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ଗ୍ରୀନ୍‌ଫିଲ୍ଡ ଓଡ଼ିଶା ଉପକୂଳ ରାଜପଥକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଦେଇ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ଦୀଘା ସହିତ ଗୋପାଳପୁର ସଂଯୋଗ ହୋଇପାରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଉଡାନ୍ ଯୋଜନା ଅଧୀନରେ ବାଣିଜ୍ୟିକ କାର୍ଯ୍ୟ ପାଇଁ ଝାରସୁଗୁଡ଼ାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପୂର୍ବତନ ବିମାନଘାଟିକୁ ବିକଶିତ କରିଥିଲେ ଏବଂ ପୁନର୍ବାର ଖୋଲିଥିଲେ। ୨୦୧୮ ସେପ୍େଟମ୍ବର ୨୨ ତାରିଖରୁ ଏଠାରୁ ବିମାନସେବା ଆରମ୍ଭ ହୋଇଥିଲା। ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସହିତ ପ୍ରତ୍ୟକ୍ଷ ବିମାନ ସଂଯୋଗ ଯୋଗୁ ପଶ୍ଚିମ ଓଡ଼ିଶା ସହିତ ବିମାନ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହୋଇପାରିଛି। ଏହା ସହିତ ଗଞ୍ଜାମର ବାହୁଦା ମୁହାଣଠାରେ ୨୧ ହଜାର ୫୦୦ କୋଟି ଟଙ୍କା ବିନିଯୋଗରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୨୪ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ଏକ ଜାହାଜ ନିର୍ମାଣ ଓ ମରାମତି କ୍ଲଷ୍ଟର ନିର୍ମାଣକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ଓଡ଼ିଶାର ସଡକ ପଥ, ରେଳପଥ, ଆକାଶପଥ ଓ ଜଳପଥ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୋଦୀ ସରକାରଙ୍କ ସମୟରେ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ସ୍ୱାଧୀନ ଭାରତ ଇତିହାସରେ କେବେ ବି ଦେଖିବାକୁ ମିଳି ନଥିଲା। ଏହାସହିତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳର ବିକାଶ ପରିକଳ୍ପନା ଏବଂ ପାରାଦୀପ ତୈଳ ବିଶୋଧନାଗାର ସଂପ୍ରସାରଣ ଏବଂ ପିସିପିଆଇଆର୍ ଅଞ୍ଚଳର ବିକାଶ ଯୋଗୁ ସମଗ୍ର ଉପକୂଳ ଓଡିଶା ଦେଶର ଏକ ବୃହତ ଅର୍ଥନୈତିକ ହବ୍‌? ହେବାକୁ ଯାଉଛି। ଚଣ୍ଡିଖୋଲ ଠାରେ ଏକ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ମଧ୍ୟ ସ୍ଥାପନ କରାଯାଉଛି।

ବ୍ରହ୍ମପୁରରେ ଆଇଜରଏବଂ ସମ୍ବଲପୁର ରେ ଆଇଆଇଏମ୍ପ୍ର ତିଷ୍ଠା ଯୋଗୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ପାଇଛି।ଏହା ସହିତ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଆଧୁନିକୀକରଣ ଏବଂ ସଂପ୍ରସାରଣ କରାଯାଇଛି। ରାଉରକେଲା ବିମାନବନ୍ଦର’ର ମଧ୍ୟ ସମ୍ପ୍ରସାରଣ କରାଯାଉଛି। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଗ୍ରୀନ୍ ଡାଟା ସେଣ୍ଟର ପ୍ରତିଷ୍ଠା ସହିତ ସାଇବର ସୁରକ୍ଷା ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଇନଫୋଭ୍ୟାଲିରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର ପ୍ରତିଷ୍ଠା ଦ୍ୱାରା ରାଜ୍ୟକୁ ଇଲୋକ୍ଟ୍ରୋନିକ୍‌ସ କ୍ଷେତ୍ରରେ ବିପୁଳ ନିବେଶ ଆସୁଛି ଏବଂ ସେମିକଣ୍ଡକ୍ଟର ନିର୍ମାଣରେ ମଧ୍ୟ ଓଡିଶା ଏକ ଆଗୁଆ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରୁଛି। ତାଳଚେର ଠାରେ ପ୍ରଥମ ଥର ପାଇଁ କୋଇଲା ଗ୍ୟାସିଫିକେସନ ଜରିଆରେ ସାର ଉତ୍ପାଦନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱତନ୍ତ୍ର ଗୁରୁତ୍ୱ ଯୋଗୁ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରୁଛି। ଏଥିପାଇଁ ଓଡିଶାବାସୀ ଖୁବ ଆନନ୍ଦିତ। ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସମର୍ଥନ ମିଳିଛି। ଏଥିପାଇଁ ଆମେ ସମସ୍ତେ ଆନନ୍ଦିତ ଓ କୃତଜ୍ଞ। ବିଶେଷକରି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଭିଜନ ରହିଛି। ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରୁଛି, ତେଣୁ ଓଡ଼ିଶା ଭିଜନ ପ୍ରସ୍ତୁତି ସମୟରେ ନୀତିଆୟୋଗକୁ ମୁଁ, ବିକଶିତ ଭାରତର ଲକ୍ଷ୍ୟ ସହିତ ତାଳ ଦେଇ ଓଡ଼ିଶା ପାଇଁ ଦୁଇଟି ଭିଜନ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲି। ନୀତିଆୟୋଗ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ନେତୃତ୍ୱ ଏବଂ ଓଡ଼ିଶା ପ୍ରତି ତାଙ୍କର ସ୍ୱତନ୍ତ୍ର ଶ୍ରଦ୍ଧା ଯୋଗୁ ଆମର ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ଶୀଘ୍ର ସାକାର ହେବାର ବିଶ୍ୱାସ ବୃଦ୍ଧି ପାଇଛି। ରାଜ୍ୟ କ୍ୟାବିନେଟ ମୋଦୀଜୀଙ୍କୁ ଏହି ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସଂକଳ୍ପ ପାରିତ କରିଥିବାରୁ ମୁଁ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀଗଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ଆଇପିଏଲ-୨୦୨୭: ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ଭାବରେ ଯୁବରାଜ ସିଂହ ନିଯୁକ୍ତ

October 13, 2026

ଭିଜିଲାନ୍ସ ଜାଲରେ ସଇଁତଳା RI ଆଲନ ବେହେରା

October 13, 2026
Latest News

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.