Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା
ରାଜ୍ୟ ଖବର

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

ଭୁବେନଶ୍ବର: ଆଗାମୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ନିରାପଦରେ ପାଳନ କରିବା ସହ ଜନସାଧାରଣଙ୍କ ସୁବିଧା ପାଇଁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କମିଶନରେଟ୍ ପକ୍ଷରୁ କଡ଼ା ଟ୍ରାଫିକ୍ ନିୟମାବଳୀ ଜାରି କରାଯାଇଛି। ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ-୨୦୦୩ ଏବଂ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ଅନୁଯାୟୀ ଏହି କଟକଣା ଆସନ୍ତା ଅକ୍ଟୋବର ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଭାରୀ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ, ଜୟଦେବ ବିହାରରୁ ନନ୍ଦନକାନନ ଏବଂ ବରମୁଣ୍ଡାରୁ ପଳାଶୁଣୀ ସମେତ ସହରର ପ୍ରମୁଖ ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱ ସର୍ଭିସ ରୋଡରେ ଭାରୀ ଯାନ ଯାତାୟାତ ନିଷେଧ କରାଯାଇଛି। ସେହିପରି ଖୋର୍ଦ୍ଧା ଓ କଟକ ପଟୁ ଆସୁଥିବା ଭାରୀ ଯାନଗୁଡ଼ିକ ପାଇଁ ପିତାପଲ୍ଲୀ ଏବଂ ବାଲିକୁଦା ନିକଟରେ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଛି। ସାଧାରଣ ବସ୍ ଚଳାଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ଲାଗୁ ହୋଇଛି, ଯାହାଫଳରେ ବସ୍‌ଗୁଡ଼ିକ ସହର ଭିତରକୁ ପ୍ରବେଶ ନକରି ବାହାର ବାଇପାସ୍ ଦେଇ ଯାତାୟାତ କରିବେ।

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ ଏବଂ ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ତବେ ଜରୁରୀକାଳୀନ ସେବା ସହ ଜଡ଼ିତ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୁଲିସ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ମୁକ୍ତି ଦିଆଯାଇଛି। ପୂଜାକୁ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ମଦ୍ୟପାନ କରି ଗାଡ଼ି ନ ଚଳାଇବା, ହେଲମେଟ୍ ପିନ୍ଧିବା ଏବଂ ନିର୍ଦ୍ଧାରିତ ସ୍ଥାନରେ ପାର୍ କରିବାକୁ ପୁଲିସ କମିଶନରଙ୍କ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି।

ଟ୍ରାଫିକ୍ କଟକଣା ଦୁର୍ଗାପୂଜା ପୁଲିସ କମିଶନରେଟ୍ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026
Latest News

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.