Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ
ଆଜିର ଖବର

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ
ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

ଭୁବନେଶ୍ୱର: ସାହିତ୍ୟ ମାନବୀୟ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରିଥାଏ। ଏହା ପ୍ରାୟତଃ ଅକୁହା ରହିଯାଉଥିବା ଅନୁଭବକୁ ଶବ୍ଦ ଦେଇଥାଏ। ବିଶେଷ କରି କବିତା ଜୀବନର ସୂକ୍ଷ୍ମତା, ମାନବିକ ଭାବନାର ଗଭୀରତା ଏବଂ ସମୟ ସହ ବଦଳୁଥିବା ବାସ୍ତବତାକୁ ଏକାଠି ସାଉଁଟି ନେଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ ଅନୁଭୂତିକୁ ଏକ ବ୍ୟାପକ ସ୍ୱର ମିଳେ। ଶବ୍ଦଗୁଡ଼ିକର ଏହି ଚିରସ୍ଥାୟୀ ଶକ୍ତିକୁ ପରିପ୍ରକାଶ କରୁଥିବା ଏକ ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଶ୍ରୀ ଅଖିଳ କୁମାର ମିଶ୍ରଙ୍କର ନବମ କବିତା ସଂକଳନ ‘ଦୂର ପୃଥିବୀ’ ଆଜି ଭୁବନେଶ୍ୱରରେ ଉନ୍ମୋଚିତ ହୋଇଛି। ସିଏସଆଇଆର-ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

‘ଦୂର ପୃଥିବୀ’ ଶୀର୍ଷକ ଏହି କବିତା ସଂକଳନରେ ସ୍ଥାନିତ କବିତାଗୁଡ଼ିକ ବିଚ୍ଛିନ୍ନତା, ବ୍ୟାକୁଳତା ଏବଂ ଆତ୍ମଚିନ୍ତନର ଭାବନା ଉଦ୍ରେକ କରିଥାଏ ଯାହା ପାଠକମାନଙ୍କୁ ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ରହିଥିବା ସୂକ୍ଷ୍ମ ସମ୍ପର୍କକୁ ବୁଝିବା ଲାଗି ଆମନ୍ତ୍ରିତ କରେ । କବି ଶ୍ରୀ ମିଶ୍ର ଖୁବ୍ ସରଳ, ସାବଲୀଳ ଓ ପ୍ରଭାବଶାଳୀ ଢଙ୍ଗରେ କବିତାଗୁଡ଼ିକର ସର୍ଜନା କରିଛନ୍ତି । ଏଥିରେ ସେ ସ୍ମୃତି, ପ୍ରକୃତି, ପ୍ରେମ, ମାନବୀୟ ସମ୍ପର୍କ ଏବଂ ଆଜିର ଜଞ୍ଜାଳଭରା ଜୀବନରେ ଆନ୍ତରିକ ଦ୍ୱନ୍ଦ୍ୱ ଭଳି ପ୍ରସଙ୍ଗକୁ ଉଜାଗର କରିଛନ୍ତି । କବିତାଗୁଡ଼ିକରେ ମଣିଷ ଭିତରେ ଚାପି ହୋଇ ରହିଥିବା ଦୁଃଖ, ଆଶା, ପ୍ରତ୍ୟାଶା ଏବଂ ସ୍ନେହର ବର୍ଣ୍ଣନା ରହିଛି ଯାହା ମାନବୀୟ ଅନୁଭୂତିକୁ ପ୍ରଭାବିତ କରିଥା’ନ୍ତି । ଶ୍ରୀ ମିଶ୍ର ବିଭିନ୍ନ ଭାବନାକୁ ସମ୍ବେଦନଶୀଳ କାବ୍ୟିକ ଚିତ୍ରଣ ମାଧ୍ୟମରେ ଗୁନ୍ଥି ଏପରି ଏକ ଦୁନିଆ ଗଢ଼ିଛନ୍ତି ଯେଉଁଠି ବ୍ୟକ୍ତିଗତ ଆତ୍ମଚିନ୍ତନ ଏକ ବ୍ୟାପକ ସାର୍ବଜନୀନ ଅର୍ଥକୁ ପରିପ୍ରକାଶ କରୁଛି ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ଭାରତର ବିକାଶକୁ ଆଗେଇ ନେବା ପାଇଁ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ସାର୍ଥକ ପ୍ରଗତିର ମୂଳଦୁଆ ନିଜ ଭାଷା ଓ ସାହିତ୍ୟିକ ଅଭିବ୍ୟକ୍ତି ଉପରେ ଆଧାରିତ ହେବା ଉଚିତ୍ । ଶ୍ରୀ ଅଖିଳ କୁମାର ମିଶ୍ରଙ୍କର ନବମ କବିତା ସଂକଳନ ‘ଦୂର ପୃଥିବୀ’ର ପ୍ରଶଂସା କରି ସେ କହିଥିଲେ, ଏହି କୃତି କବିଙ୍କର ଜୀବନଯାତ୍ରା, ଅନୁଭୂତି ଏବଂ ଆକାଂକ୍ଷାକୁ ଦର୍ଶାଉଛି । ସାହିତ୍ୟ କେବଳ ଅଭିବ୍ୟକ୍ତି ପର୍ଯ୍ୟନ୍ତ ସୀମିତ ରହିନଥାଏ, ବରଂ ସମାଜ ପାଇଁ ଏକ ସ୍ଥାୟୀ ଐତିହ୍ୟ ପାଲଟିଯାଏ ଯେଉଁଥିରେ ପ୍ରଶଂସା ଓ ସମାଲୋଚନା ଉଭୟ ଏହାର ସୃଜନଶୀଳ ମୂଲ୍ୟରେ ଯୋଗଦାନ ଦେଇଥା’ନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିବା ବିଶିଷ୍ଟ କବୟିତ୍ରୀ ଡ. ମନୋରମା ବିଶ୍ୱାଳ ମହାପାତ୍ର ‘ଦୂର ପୃଥିବୀ’ରେ ଜୀବନ, ପ୍ରେମ ଓ ମାନବୀୟ ସମ୍ପର୍କର ଚିତ୍ରଣକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଆଞ୍ଚଳିକ ଅନୁଭୂତି ଉପରେ ଆଧାରିତ କବିତା ମଧ୍ୟ ସାର୍ବଜନୀନ ମହତ୍ୱ ବହନ କରିଥାଏ। ଆଜିର ଏହି ଅନିଶ୍ଚିତ ବିଶ୍ୱରେ ସୃଜନଶୀଳତା, କରୁଣା ଏବଂ ମାନବୀୟ ସମ୍ବେଦନଶୀଳତାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ ।

କବି ଡକ୍ଟର ହୃଷୀକେଶ ମଲ୍ଲିକ ଓଡ଼ିଆ ଭାଷାର ସାଂସ୍କୃତିକ ସମୃଦ୍ଧି ଉପରେ ଆଲୋକପାତ କରିବା ସହିତ ଅନୁବାଦ ସମୟରେ ଏହି ଭାଷାର ଅଭିନବ ତତ୍ତ୍ୱ ଏବଂ ସାଂସ୍କୃତିକ ସୂକ୍ଷ୍ମତାକୁ ସୁରକ୍ଷିତ ରଖିବା କେତେ କଠିନ, ସେ ସମ୍ପର୍କରେ ମତପ୍ରକାଶ କରିଥିଲେ । କବିମାନଙ୍କର ଭାବଗତ ସମ୍ବେଦନଶୀଳତା ଉପରେ ମଧ୍ୟ ସେ ବକ୍ତବ୍ୟ ରଖିଥିଲେ । କବିମାନେ ପ୍ରାୟତଃ ନିଜ ଆନ୍ତରିକ ଦୁନିଆର ଗଭୀରତାରେ ବୁଡ଼ି ରହିଥା’ନ୍ତି, ଯାହାଫଳରେ ଲୋକମାନେ ତାଙ୍କୁ ଠିକ୍ ଭାବେ ବୁଝି ପାରିନଥା’ନ୍ତି ବୋଲି ଡକ୍ଟର ମଲ୍ଲିକ କହିଥିଲେ ।

ଏହି ଅବସରରେ କବି ଅଖିଳ କୁମାର ମିଶ୍ର କବିତାକୁ ଆଶା, ସହନଶୀଳତା ଏବଂ ସାମାଜିକ ପ୍ରତିଫଳନର ଉତ୍ସ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ନିର୍ଭୀକ ଅଭିବ୍ୟକ୍ତି ମାଧ୍ୟମରେ ସମାଜର ମୂଳ ଆତ୍ମାକୁ ସାମ୍ନାକୁ ଆଣିବା ହିଁ ହେଉଛି ଜଣେ କବିର ଗୁରୁଦାୟିତ୍ୱ ।

ଏହି କାର୍ଯ୍ୟକ୍ରମରେ ଉକ୍ତ ସଂକଳନ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ମିଶ୍ରଙ୍କ ସାହିତ୍ୟିକ ଯାତ୍ରା ଉପରେ କବି ତଥା ଶିକ୍ଷାବିତ୍ ସୌମ୍ୟା ସାରସ୍ୱତା ପଣ୍ଡା ଆଲୋକପାତ କରିଥିଲେ । ଡକ୍ଟର ହିମାଦ୍ରି ତନୟା ମିଶ୍ର ‘ଦୂର ପୃଥିବୀ’ କବିତା ସଂକଳନର ବିଷୟବସ୍ତୁ ଏବଂ ଏହାର ସାହିତ୍ୟିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

କବି ଡକ୍ଟର ରମଣ ଅଗ୍ରୱାଲ ଏବଂ ଅନ୍ୟ କବିମାନଙ୍କ ଦ୍ୱାରା ସ୍ୱରଚିତ କବିତା ପାଠ କାର୍ଯ୍ୟକ୍ରମକୁ ବେଶ୍ ଜୀବନ୍ତ ଓ ଆକର୍ଷଣୀୟ କରିଥିଲା । ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ନୀଳକଇଁ ପବ୍ଲିକେସନର ପ୍ରକାଶିକା ଡକ୍ଟର ସସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ସାରସ୍ୱତ ସମାବେଶ ସମାପନ ହୋଇଥିଲା।

‘ଦୂର ପୃଥିବୀ’ ଅଭିବ୍ୟକ୍ତି ମାନବିକ ଭାବନା ସାହିତ୍ୟ ସୃଜନଶୀଳ ସେତୁ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026
Latest News

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.