Govinda in Puri: ଆଜି ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ହିରୋ ନଂ ୱାନ ଗୋବିନ୍ଦା ପୁରୀରେ ପହଞ୍ଚି ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ସେ କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରକୁ ପ୍ରବେଶ କରି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ଆଜି ପୁରୀରେ ବିଜୟା ଦଶମୀ ଉପଲକ୍ଷେ ସେ ଶ୍ରୀଜୀୟୁଙ୍କ ସୁନାବେଶ ଦର୍ଶନ କରିବାର ସୌଭାଗ୍ୟ ହାସଲ କରିଛନ୍ତି।
ଏଥିସହିତ ମନ୍ଦିରରେ ଭିତର ପରିକ୍ରମା କରି ସେ ମା ବିମଳା, ମା ଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ଦର୍ଶନ ସାରି ଆସିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୋର ସୌଭାଗ୍ୟ ଯେ, ଆଜି ବିଜୟା ଦଶମୀରେ ପ୍ରଭୃଙ୍କ ଦର୍ଶନ ପାଇଲି। ମୁଁ ଏହି ମାଟିକୁ ପ୍ରଣାମ କରୁଛି। ପ୍ରଭୃ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ସେ କହିଥିଲେ।
ଗୋବିନ୍ଦା ଗତକାଲି ଭୁବନେଶ୍ବରର ଝାଡପଡା ପୂଜା ସମିତି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ସେଠାରେ ସେ ଉପସ୍ଥିତ ଦର୍ଶକଙ୍କୁ ବେଶ ମନଭରୀ ମନୋରଞ୍ଜନ ଯୋଗାଇ ଦେଇଥିଲେ।


