Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ପୂର୍ବରୁ ଯାହା ବିଦେଶୀ ସଂସ୍ଥା ଆକଳନ କରୁଥିଲେ ତାହା ସତ ହେବାକୁ ଯାଉଛି। ବର୍ତ୍ତମାନ ବାତ୍ୟା ହେବ ବୋଲି ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ସୂଚନା ପ୍ରଦାନ କରିଛନ୍ତି।
ସେ କହିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନିଭୂତ ହୋଇ ଆସନ୍ତା ୨୬ ତାରିଖରେ ବାତ୍ୟାରେ ପରିଣତ ହେବ। ଏହା ଘନିଭୂତ ହୋଇ ୨୮ ତାରିଖରେ ଲ୍ୟାଣ୍ଡଫଲ କରିବ। ତେବେ ଏହା ୨୮ ତାରିଖ ଭୋରରୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ କରିବ।
ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହାର ପ୍ରଭାବରେ ପ୍ରବଳ ପବନ ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୨୭ ଓ ୨୮ ତାରିଖରେ ପ୍ରବଳୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୭ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଏହି ବାତ୍ୟାର ମାତ୍ର ବା ଆକାର କେତେ ହେବ ତାହା ବର୍ତ୍ତମାନ ଆକଳନ କରିବା ସମ୍ଭବ ହୋଇପାରି ନାହିଁ ବୋଲି ଜଣାପଡିଛି।


