ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇ ବିବାଦରେ ଫସିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି – “ମୋଦୀ କା ବାପ ଭି ଜାଏଗା”।
ତାଙ୍କର ଏହି ମନ୍ତବ୍ୟ ପରେ କାର୍ଯ୍ୟକ୍ରମ ସ୍ଥଳରେ ହଙ୍ଗାମା ଦେଖିବାକୁ ମିଳିଥିଲା। ବିଜେପି ଏହାକୁ ତୀବ୍ର ବିରୋଧ କରିଛି ଏବଂ ଏହା ପ୍ରଧାନମନ୍ତ୍ରୀ ପଦର ଅପମାନ ବୋଲି କହିଛି।
ଖଡଗେଙ୍କ ଏଭଳି ବୟାନ ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ସେ ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କର ନୂଆ ବୟାନ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ବିଜେପି ନେତାମାନେ କ୍ଷମା ମାଗିବାକୁ ଦାବି କରିଛନ୍ତି।
ସୂଚନା ଅନୁସାରେ, ଭୋଟ ଚୋରି ଓ ଗଣତନ୍ତ୍ର ପ୍ରସଙ୍ଗରେ ବକ୍ତବ୍ୟ ଦେବା ବେଳେ ଖଡଗେ ଏହି ମନ୍ତବ୍ୟ ଦେଇଥିଲେ। ପାଟନାର ବାପୁ ସଭାଗାରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଏମିତି କିଛି କହିଦେଲେ ଯାହାକୁ ନେଇ ରାଜନୈତିକ ଉତ୍ତେଜନା ବଢିଛି। କାର୍ଯ୍ୟକ୍ରମରେ ଖଡଗେ କହିଥିଲେ ଯେ, “ବଙ୍ଗାଳ, ବିହାର, ମହାରାଷ୍ଟ୍ର, ହରିୟାଣା ସରକାର ଚୋରି ସରକାର। ଏହା ଭୋଟ ଚୋରି ସରକାର।”
ଏହା ପରେ ହଙ୍ଗାମା ସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ବ୍ୟକ୍ତି କହିଥିଲେ ଯେ- “ମୋଦୀ କେବେ ଯିବେନି।” ଏହା ଶୁଣି ମଞ୍ଚରୁ ଖଡଗେ କହିଥିଲେ ଯେ, “ମୋଦୀ କା ବାପ ଭି ଜାଏଗା”।


