Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ
ଆଜିର ଖବର

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ
ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ, ଆଧ୍ୟାତ୍ମିକ ଚେତନା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ, କଙ୍କଣଶିଖରୀ, ଚିଲିକାଙ୍କ ମିଳିତ ଆନୁକୂଲ୍ୟରେ ୪୩ତମ ଶ୍ରୀଜଗନ୍ନାଥ କଥା ଲହରୀ ବୁଦ୍ଧ ମନ୍ଦିର ସଭାଗୃହ, ୟୁନିଟ୍‌-୯, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ଏଥରର ଆଲୋଚନାର ଶୀର୍ଷକ ଥିଲା ‘ପଞ୍ଚସଖା ଓ ଶ୍ରୀଜଗନ୍ନାଥ’। ଏଥିରେ ପଞ୍ଚସଖାଙ୍କ ସାହିତ୍ୟିକ ଅବଦାନ, ଆଧ୍ୟାତ୍ମିକ ଦର୍ଶନ ଓ ଓଡ଼ିଆ ସଂସ୍କୃତିରେ ସେମାନଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମୂହ ସ୍ତୁତିଗାନ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା। ଏହାଦ୍ୱାରା ସମଗ୍ର ପରିବେଶ ଭକ୍ତିମୟ ଓ ଆଧ୍ୟାତ୍ମିକ ହୋଇଉଠିଥିଲା।

କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ଡ. ପ୍ରିୟମ୍ବଦା ହେଜମାଦୀ ମହାନ୍ତି, ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ଯୋଗଦେଇଥିଲେ। ସଭାର ମୁଖ୍ୟବକ୍ତା ପଣ୍ଡିତ ଚରଣ ପାର୍ଥସାରଥୀ ମହାନ୍ତି ପଞ୍ଚସଖାଙ୍କ ସାହିତ୍ୟରେ ନିହିତ ଜଗନ୍ନାଥ ତତ୍ତ୍ୱ, ଭକ୍ତି, ଜ୍ଞାନ ଓ ମାନବିକ ମୂଲ୍ୟବୋଧ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ।

ସେ କହିଥିଲେ ଯେ, ପଞ୍ଚସଖାଙ୍କ ସାହିତ୍ୟ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଆତ୍ମପରିଚୟର ଏକ ଅମୂଲ୍ୟ ସମ୍ପଦ। ସେମାନେ ସାଧାରଣ ଓଡ଼ିଆ ଭାଷାରେ ଗଭୀର ଦାର୍ଶନିକ ତତ୍ତ୍ୱକୁ ପ୍ରକାଶ କରି ଧର୍ମ ଓ ଜ୍ଞାନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଓଡ଼ିଆ ଜନଜୀବନରେ ଭକ୍ତି, ନୀତି ଓ ଆଧ୍ୟାତ୍ମିକ ଶିକ୍ଷାର ଏକ ମହାନ ମାଧ୍ୟମ ହୋଇଛି। ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ସାମାଜିକ ସମାନତା, ନାରୀର ସ୍ୱାଭିମାନ ଓ ଜାତିଭେଦ ବିରୋଧୀ ଚେତନାର ଶକ୍ତିଶାଳୀ ବାର୍ତ୍ତା ରହିଛି। ପଞ୍ଚସଖାଙ୍କ ଦର୍ଶନ ଭକ୍ତି ସହିତ ଜ୍ଞାନ, ଧର୍ମ ସହିତ ମାନବିକତା ଏବଂ ଆଧ୍ୟାତ୍ମିକତା ସହିତ ସାମାଜିକ ଦାୟିତ୍ୱର ସମନ୍ୱୟ ଶିଖାଏ ବୋଲି ସେ ମତପ୍ରକାଶ କରିଥିଲେ। ନୂତନ ପିଢ଼ିଙ୍କ ମଧ୍ୟରେ ପଞ୍ଚସଖାଙ୍କ ସାହିତ୍ୟ ଓ ଶ୍ରୀଜଗନ୍ନାଥ ତତ୍ତ୍ୱର ପ୍ରଚାର ପ୍ରସାର ଆଜିର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ସେ ଉଲ୍ଲେଖ କରିଥିଲେ।

ମୁଖ୍ୟ ଅତିଥି ଡ. ଦେବେନ୍ଦ୍ରନାଥ ମାନସିଂହ ଏବଂ ସଭାମୁଖ୍ୟ ଡ. ରବିନାରାୟଣ ସାମନ୍ତ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ। ପଣ୍ଡିତ ଦେବେନ୍ଦ୍ର ଦାଶ ମଧ୍ୟ ଆଲୋଚନାରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଆବାହକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ସଞ୍ଜୟ ଛୁଆଳସିଂହ ଏପରି ସାହିତ୍ୟିକ ଓ ସାଂସ୍କୃତିକ ଆୟୋଜନର ଗୁରୁତ୍ୱ ଉପରେ ମତ ରଖିଥିଲେ। ଶ୍ରୀଜଗନ୍ନାଥ କଥା ଲହରୀର ସମ୍ପାଦକ ଇଂ. ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ।

ଏହି ଅବସରରେ ଶ୍ରୀମାନ ନାରଣ ବେହେରା ଓ ତାଙ୍କ ସାଥୀମାନେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତ ପରିବେଷଣ ସଭାରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମାଧୁର୍ଯ୍ୟ ଭରିଦେଇଥିଲା।

ସଭାର ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାୟନ ଆଳତି କରାଯାଇଥିଲା। ଡ. ଅଭୟ ନାୟକ ମହାପ୍ରଭୁଙ୍କୁ ବିଧିବଦ୍ଧ ଭାବେ ସ୍ୱସ୍ଥାନକୁ ବିଜେ କରାଇଥିଲେ। ଭକ୍ତି ଓ ଶ୍ରଦ୍ଧାପୂର୍ଣ୍ଣ ପରିବେଶରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।

ଏହି ଆୟୋଜନ ପଞ୍ଚସଖାଙ୍କ ଅମୂଲ୍ୟ ସାହିତ୍ୟ ସମ୍ପଦ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ମାନବିକ ବାର୍ତ୍ତାକୁ ସମାଜରେ ପ୍ରସାର କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟର ସୁରକ୍ଷା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତାକୁ ପୁନର୍ବାର ଉଜ୍ଜ୍ୱଳ କରିଥିଲା।

ଓଡ଼ିଶା ସାହିତ୍ୟ ଏକାଡେମୀ କଙ୍କଣଶିଖରୀ ଚିଲିକା ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ ସାହିତ୍ୟ ଆଲୋଚନାଚକ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026
Latest News

‘ମୋଦୀଙ୍କ ବାପା ବି ଯିବ’: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡଗେଙ୍କ ବିବାଦୀୟ ବୟାନ, କାର୍ଯ୍ୟକ୍ରମରେ ହଙ୍ଗାମା

October 25, 2026

ପଞ୍ଚସଖା ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ୪୩ ତମ ଶ୍ରୀଜଗନ୍ନାଥ କଥା ଲହରୀ

October 25, 2026

Mann Ki Baat 139: ଆଜି ମନ୍ କି ବାତ୍ କୁ ପୁରିଲା ୧୨ ବର୍ଷ, ଏହି ଦୀର୍ଘ ଯାତ୍ରାକୁ ମନେ ପକାଇଲେ ମୋଦି

October 25, 2026

‘ବସୁଧୈବ କୁଟୁମ୍ବକମ୍’ କେବଳ କଥାରେ ନୁହେଁ, କାର୍ଯ୍ୟରେ ପରିପ୍ରକାଶ ପାଉଛି: କେନ୍ଦ୍ର ବୈଦେଶିକ ମନ୍ତ୍ରୀ

October 25, 2026

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.