କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମାର୍ଶାଘାଇ ଅନ୍ତର୍ଗତ କୁଦାନଗରୀ ଥାନା ମହାରକୁଳ ନିକଟ ଲୁଣା ନଦୀବନ୍ଧରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ମୃତଦେହର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ନଦୀବନ୍ଧ କଡ଼ରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ମୃତଦେହରୁ ମୁଣ୍ଡ ଅଲଗା ହୋଇଥିବାରୁ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।ପୋଲିସର ତଦନ୍ତ ପରେ ମୃତ ମହିଳାଙ୍କ ପରିଚୟ, ମୃତ୍ୟୁର କାରଣ ଏବଂ ଘଟଣା ପଛର ପ୍ରକୃତ ରହସ୍ୟ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ନାନା ଆଲୋଚନା ଚାଲିଛି।


