Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କପା ଆମଦାନୀ ଶୁଳ୍କ ଛାଡ଼ ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି
ଜାତୀୟ ଖବର

କପା ଆମଦାନୀ ଶୁଳ୍କ ଛାଡ଼ ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି

November 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Exemption period for cotton import duty extended until December 31
Exemption period for cotton import duty extended until December 31

ନୂଆଦିଲ୍ଲୀ: ଦେଶର ବସ୍ତ୍ର ଶିଳ୍ପକୁ ନିରନ୍ତର କଞ୍ଚାମାଲ ଯୋଗାଣ ଜାରି ରଖିବା ତଥା ଉତ୍ପାଦନ ପ୍ରକ୍ରିୟାକୁ ବାଧାମୁକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର କପା ଆମଦାନୀ ଉପରେ କଷ୍ଟମ୍ସ ଡ୍ୟୁଟି ଛାଡ଼ର ସମୟସୀମାକୁ ଆସନ୍ତା ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ସଂଶୋଧନ ପୂର୍ବ ଛାଡ଼ର ସମୟସୀମାକୁ ଆଉ ଦୁଇ ମାସ ବଢ଼ାଇ ଦିଆଯାଇଛି। ଯାହା ୩୧ ଅକ୍ଟୋବର ୨୦୨୬ରେ ଶେଷ ହେବାକୁ ଯାଉଥିଲା। ସ୍ଥାନୀୟ କପା ଚାଷୀଙ୍କ ସ୍ୱାର୍ଥରକ୍ଷା କରିବା ସହିତ ଭାରତୀୟ ବସ୍ତ୍ର ଏବଂ ପୋଷାକ ନିର୍ମାତାମାନଙ୍କ ବଢ଼ୁଥିବା କଞ୍ଚାମାଲ ଚାହିଦା ପୂରଣ କରିବା ପାଇଁ ସରକାରଙ୍କ ସନ୍ତୁଳିତ ଆଭିମୁଖ୍ୟର ଏକ ଅଂଶ ଭାବେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ବିଜ୍ଞପ୍ତି ସଂଖ୍ୟା ୩୫/୨୦୨୬-କଷ୍ଟମ୍ସ ଜରିଆରେ ଏହି ସମୟସୀମା ବୃଦ୍ଧି କରାଯାଇଛି। ଏହି ଛାଡ଼ ମୁଖ୍ୟତଃ କଞ୍ଚା କପା ଆମଦାନୀ ଉପରେ ଲାଗୁ ହୁଏ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସୂତା କଟାଳୀ, ବୁଣାକାର ଏବଂ ପୋଷାକ ପ୍ରସ୍ତୁତକାରୀଙ୍କ କଞ୍ଚାମାଲ ଖର୍ଚ୍ଚଜନିତ ଆର୍ଥିକ ତଥା ମାନସିକ ଚାପ ଅନେକାଂଶରେ ହ୍ରାସ ପାଇବ। ଏପରି ହେଲେ ଦେଶରେ ବସ୍ତ୍ର ଏବଂ ପୋଷାକ କ୍ଷେତ୍ର ଅଧିକ ଲାଭବାନ ହେବ ଏବଂ ନିରନ୍ତର କପା ଯୋଗାଣ ଉପରେ ନିର୍ଭରଶୀଳ କ୍ଷୁଦ୍ର, ଛୋଟ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ସ୍ଥିରତା ପ୍ରଦାନ କରିବ। ଉଚ୍ଚମୂଲ୍ୟ ରପ୍ତାନି ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଏବଂ ଲମ୍ବା-ଆଶୁ କପା କିସମର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବ। ଭାରତର ବସ୍ତ୍ର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବ ଏବଂ ଆନ୍ତର୍ଜାତୀୟ ବଜାରରେ ରପ୍ତାନି ହେଉଥିବା ପୋଷାକକୁ ପ୍ରତିଯୋଗୀକ୍ଷମ କରିବ। ଏହି ପଦକ୍ଷେପକୁ ସ୍ୱାଗତ କରି ବସ୍ତ୍ର ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ, ଏହି ସମୟସୀମା ବୃଦ୍ଧି ଉତ୍ପାଦନ ପ୍ରକ୍ରିୟାକୁ ନିରବଚ୍ଛିନ୍ନ ରଖିବାରେ ସାହାଯ୍ୟ କରିବ, ଉଚ୍ଚ ମୂଲ୍ୟ ଯୋଡ଼ିବାକୁ ପ୍ରୋତ୍ସାହିତ କରିବ ଏବଂ ଦେଶର ବସ୍ତ୍ର ଶିଳ୍ପରେ ନିଯୁକ୍ତି ସୁରକ୍ଷିତ ରଖିବ। ଭାରତରେ ମଧ୍ୟମ ଧରଣର କପା ପ୍ରଚୁର ପରିମାଣରେ ଉତ୍ପାଦନ ହୁଏ, କିନ୍ତୁ ଉଚ୍ଚମାନର ଏବଂ ସୂକ୍ଷ୍ମ ସୂତା ତିଆରି ପାଇଁ ଆବଶ୍ୟକ ଲମ୍ବା-ଆଶୁ କପା ବା ଏକ୍ସଟ୍ରା ବା ଲଙ୍ଗ୍ ଷ୍ଟାପଲ୍ କପା ପାଇଁ ଭାରତ ମୁଖ୍ୟତଃ ଆମେରିକା, ଇଜିପ୍ଟ ଏବଂ ଅଷ୍ଟ୍ରେଲିଆ ଉପରେ ନିର୍ଭର କରିଥାଏ।

ପ୍ରକାଶ, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ମୂଳ କଷ୍ଟମ୍ସ ଡ୍ୟୁଟି (୫%) ଏବଂ କୃଷି ଭିତ୍ତିଭୂମି ଓ ବିକାଶ ସେସ୍ (୫%) ସହିତ ଆନୁଷଙ୍ଗିକ ସର୍‌ଚାର୍ଜକୁ ମିଶାଇ ମୋଟ ୧୧% ଆମଦାନୀ ଶୁଳ୍କ ଉପରେ ସମ୍ପୂର୍ଣ୍ଣ ଛାଡ଼ ମିଳିଛି। ନଭେମ୍ବର-ଡିସେମ୍ବର ମାସରେ ଅନ୍ତର୍ଜାତୀୟ ବଜାରରେ ଗ୍ରୀଷ୍ମକାଳୀନ ପୋଷାକ ସଂଗ୍ରହ ପାଇଁ ରପ୍ତାନି ବରାଦ ଚରମ ସୀମାରେ ଥାଏ। ତେଣୁ ସିଫା ଏବଂ ସିଟି ଭଳି ବସ୍ତ୍ର ସଂଗଠନଗୁଡ଼ିକ ଏହି ଛାଡ଼କୁ ବଢ଼ାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ସୂଚନାଯୋଗ୍ୟ ଯଦି ବଜାର ଦର କମିଯାଏ, ତେବେ କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ସିସିଆଇ) ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଜରିଆରେ ଚାଷୀଙ୍କଠାରୁ କପା କିଣିବାକୁ ପ୍ରସ୍ତୁତ ରହିଛି।

ଆମଦାନୀ ଶୁଳ୍କ କପା ଡିସେମ୍ବର ୩୧
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026

ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଶୁତୋଷ ଦୀକ୍ଷିତ

November 1, 2026
Latest News

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.