ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ୨-୧ରେ ସିରିଜ୍ ଜିତିଛି। ଏହା ପରେ WTC ୨୦୨୫-୨୭ ପଏଣ୍ଟ ଟେବୁଲରେ ଭୂମିକମ୍ପ ହୋଇଛି। ନ୍ୟୁଜିଲାଣ୍ଡ ୭୨.୨୨% PCT ସହ ଟପରେ, ଦକ୍ଷିଣ ଆଫ୍ରିକା ୭୧.୪୩% ସହ ଦ୍ୱିତୀୟରେ, ଅଷ୍ଟ୍ରେଲିଆ ୬୯.୨୩% ସହ ତୃତୀୟକୁ ଖସିଛି।
ଚତୁର୍ଥରେ ଭାରତ:
ଟିମ୍ ଇଣ୍ଡିଆ ୫୧.୫୨% PCT ସହ ଚତୁର୍ଥ ସ୍ଥାନରେ ଅଛି। WTC ଫାଇନାଲରେ କେବଳ ଟପ-୨ ଟିମ୍ ଯିବେ। ଭାରତ ପାଖରେ ଏବେ ମାତ୍ର ୭ ଟେଷ୍ଟ ବାକି ଅଛି।
କେମିତି ଫାଇନାଲରେ ଯିବ ଭାରତ?
ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷ ୨ ଟେଷ୍ଟ ଏବଂ ପରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ୫ ମ୍ୟାଚ୍ ସିରିଜ୍ ଖେଳିବାର ଅଛି। ସ୍ଥିତି କର ବା ମର।
ଯଦି ଭାରତ ବାକି ୭ ମ୍ୟାଚ୍ ସବୁ ଜିତେ – PCT ହେବ ୭୦.୩୭%
୬ ବିଜୟ- ୬୪.୮%
୫ ବିଜୟ- ୫୯.୨୫%
୪ ବିଜୟ- ୫୩.୭୦%
ଅର୍ଥାତ୍ ସବୁ ୭ ଜିତିଲେ ହିଁ ଭାରତ ଅନ୍ୟ ଉପରେ ନିର୍ଭର ନକରି ଫାଇନାଲରେ ଯାଇପାରେ। ନ୍ୟୁଜିଲାଣ୍ଡରେ ୦-୨ ହାରି ଘରେ ଅଷ୍ଟ୍ରେଲିଆକୁ ୫-୦ରେ ହରାଇଲେ ବି ଫାଇନାଲ ଟିକେଟ ମିଳିବ ନାହିଁ। ଗୋଟିଏ ହାର ବି ଭାରତ ପାଇଁ ବଡ଼ ଝଟକା ହେବ।


