Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୮ତମ ନିଯୁକ୍ତି ମେଳା : ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

୧୮ତମ ନିଯୁକ୍ତି ମେଳା : ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
18th Job Fair: Chief Minister hands out appointment letters to support staff and tribal language teachers.

ଭୁବନେଶ୍ୱର: ଦକ୍ଷତା ବିକାଶ ଏବଂ ନିଯୁକ୍ତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଆମ ସରକାରଙ୍କ ପ୍ରାଥମିକତା। ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ ଠାରେ ଅନୁଷ୍ଠିତ ୧୮ତମ ନିଯୁକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟ ଗୁଡ଼ିକରେ ୨୦୬୭ ଜଣ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଖାଲିଥିବା ସରକାରୀ ପଦପଦବୀ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରୁଛନ୍ତି। ୨୦୨୪ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଆଜିର ୧୮ତମ ନିଯୁକ୍ତି ମେଳାର ୨,୦୬୭ ଜଣଙ୍କୁ ମିଶାଇ ସମୁଦାୟ ୪୮,୬୪୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜିର ମେଳାରେ ୧,୯୧୩ ଜଣ ସେବକ-ସେବିକା ଏବଂ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇ ଆଜି ସୁଦ୍ଧା ୨୮, ୬୯୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବାରୁ, ସେମାନଙ୍କ ଶିକ୍ଷାଗତ ମାନବୃଦ୍ଧି ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ ସାନ୍ତାଳୀ ସମେତ ୧୦ଟି ଆଦିବାସୀ ଭାଷାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ କରାଯାଉଛି। ଏହାବ୍ୟତୀତ ଡ୍ରପ୍-ଆଉଟ୍ ହାର ରୋକିବା ପାଇଁ ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି।

ରାଜ୍ୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୬୯କୁ ବୃଦ୍ଧି କରାଯାଇଥିବାବେଳେ ବର୍ଷକୁ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ମଧ୍ୟ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ଜଣେ ଶିକ୍ଷକ ଭାବେ ପରାମର୍ଶ ଦେଇ କହିଛନ୍ତି ଯେ, ବିଦ୍ୟାଳୟରେ ପିଲାମାନଙ୍କ ମନରେ ସୁରକ୍ଷା ଓ ଆତ୍ମବିଶ୍ୱାସର ଭାବ ଜାଗ୍ରତ କରନ୍ତୁ ଏବଂ କଠିନ ନହୋଇ ଜଣେ ଆଦର୍ଶ ବନ୍ଧୁ ହୁଅନ୍ତୁ। ସେମାନଙ୍କର ମାର୍ଗଦର୍ଶନ କରନ୍ତୁ ।

କାର୍ଯ୍ୟକ୍ଷେତ୍ରର ବିଭିନ୍ନ ଆହ୍ୱାନକୁ ଧୈର୍ଯ୍ୟ, ନିଷ୍ଠା ଓ ସକାରାତ୍ମକ ମନୋଭାବ ସହ ସମାଧାନ କରନ୍ତୁ। ‘କର୍ମ ହିଁ ଭଗବାନ’ ନୀତିକୁ ଆପଣାଇ ନିୟମିତତା ବଜାୟ ରଖନ୍ତୁ । ମଧ୍ୟାହ୍ନ ଭୋଜନ ଭଳି ଯୋଜନାରେ କୌଣସିପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ତେଣୁ ତା ପ୍ରତି ସଚେତନ ରୁହନ୍ତୁ। ଶିକ୍ଷକତା ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଥିବା ମଦ୍ୟପାନ କିମ୍ବା ଶିକ୍ଷାର୍ଥୀଙ୍କ ପ୍ରତି ଅମାନବିକ ଦଣ୍ଡବିଧାନ ଭଳି ବିଶୃଙ୍ଖଳିତ ଆଚରଣରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଆଦର୍ଶ ଆଚରଣ ଶିକ୍ଷକ ମାନଙ୍କ ପାଇଁ ଅଧିକ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ, ଦକ୍ଷିଣ ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଯୁକ୍ତି ପାଇଥିବା ସେବକ/ସେବିକା ମାନଙ୍କୁ ବନ୍ୟା ଘେରରେ ଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ନିଯୁକ୍ତି ମେଳା କେବେ ହେବ ବୋଲି ଆପଣମାନଙ୍କ ମନରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଆଜି ଅନ୍ତ ଘଟିଛି । ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ବରଂ ଏହା ଏକ ମହାନ ସେବା ଏବଂ ଆପଣମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା, ଯାହାଙ୍କ ପାଇଁ ଆମ ଦେଶ ଗର୍ବିତ। ଯେତେବେଳେ ବିଦ୍ୟାଳୟଗୁଡ଼ିକ ଉତ୍ତମ ମଣିଷ ଗଢ଼ିବାର ଗୋଟିଏ ଗୋଟିଏ କାରଖାନା ପାଲଟିବେ, ସେତେବେଳେ ହିଁ ‘ବିକଶିତ ଭାରତ’ ଏବଂ ‘ସମୃଦ୍ଧ ଓଡ଼ିଶା’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମସ୍ତ ନବନିଯୁକ୍ତଙ୍କ ନୂତନ ବୃତ୍ତିଗତ ଜୀବନର ଶୁଭକାମନା ଜଣାଇବା ସହ ଆଗାମୀ ଯୁବପିଢ଼ିର ଭବିଷ୍ୟତ ଗଢ଼ିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏବେ ଆପଣମାନଙ୍କ କାନ୍ଧରେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ରାମକୃଷ୍ଣ ପରମହଂସ-ସ୍ୱାମୀ ବିବେକାନନ୍ଦ ହୁଅନ୍ତୁ କିମ୍ବା ଛତ୍ରପତି ଶିବାଜୀ, ଜଣେ ଉତ୍ତମ ଗୁରୁଙ୍କ ମାର୍ଗଦର୍ଶନ ବିନା କେହି ହେଲେ ସଫଳତା ପାଇନାହାନ୍ତି। ତେଣୁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଅତ୍ୟନ୍ତ ସଚେତନ ଓ ଯତ୍ନବାନ୍ ହେବାକୁ ସେ ନବନିଯୁକ୍ତ ଶିକ୍ଷକ ଓ ସେବକ ସେବିକା ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଖୋର୍ଦ୍ଧାରୁ ଆସିଥିବା ସୁଶ୍ରୀ ସୁଲଗ୍ନା ଦାସ, କେନ୍ଦୁଝରର ଶ୍ରୀ ବିଜୟ କୁମାର ନାୟକ ନୂତନ ନିଯୁକ୍ତି ପାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଅଭିଜ୍ଞତା ପ୍ରଦାନ କରିଥିଲେ।

ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଉନ୍ନୟନ କମିଶନର ଶ୍ରୀ ଡିକେ ସିଂହ ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ନବନିଯୁକ୍ତ ସେବକ ସେବିକା ଏବଂ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ। ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସୁଜାତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ନିଯୁକ୍ତି ମେଳା ଶିକ୍ଷକ/ଶିକ୍ଷୟିତ୍ରୀ ସେବକ ସେବିକା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ୍ ଏବଂ ଓପିଏସ୍ ସ୍ତରରେ ଅଦଳବଦଳ: ୯ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

November 1, 2026

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

November 1, 2026

ଇରାନ ଆମେରିକା ସାମ୍ନାରେ ରଖିଲା ୭ ସର୍ତ୍ତ: କହିଲା – ମାନିଲେ ଖୋଲିବ ରାସ୍ତା

November 1, 2026

ଅଷ୍ଟ୍ରେଲିଆର ପରାଜୟ ପରେ ବଦଳିଲା ସମୀକରଣ: କେମିତି WTC ଫାଇନାଲରେ ଯିବ ଟିମ୍ ଇଣ୍ଡିଆ?

November 1, 2026
Latest News

୧୮ତମ ନିଯୁକ୍ତି ମେଳା : ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 1, 2026

ଆଇପିଏସ୍ ଏବଂ ଓପିଏସ୍ ସ୍ତରରେ ଅଦଳବଦଳ: ୯ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

November 1, 2026

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

November 1, 2026

ଇରାନ ଆମେରିକା ସାମ୍ନାରେ ରଖିଲା ୭ ସର୍ତ୍ତ: କହିଲା – ମାନିଲେ ଖୋଲିବ ରାସ୍ତା

November 1, 2026

ଅଷ୍ଟ୍ରେଲିଆର ପରାଜୟ ପରେ ବଦଳିଲା ସମୀକରଣ: କେମିତି WTC ଫାଇନାଲରେ ଯିବ ଟିମ୍ ଇଣ୍ଡିଆ?

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.