Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ହାଇଲୋ ଓପନ୍ ଚାମ୍ପିଅନ୍ ହେଲେ ପିଭି ସିନ୍ଧୁ
ଖେଳ

ହାଇଲୋ ଓପନ୍ ଚାମ୍ପିଅନ୍ ହେଲେ ପିଭି ସିନ୍ଧୁ

November 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
PV Sindhu becomes Hylo Open champion

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ଶଟ୍‌ଲର୍ ପିଭି ସିନ୍ଧୁ ଜର୍ମାନୀର ସାରବ୍ରୁକେନ୍‌ରେ ଖେଳାଯାଇଥିବା ହାଇଲୋ ଓପନ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ବିଜୟୀ ହୋଇ ଚାମ୍ପିଅନ୍ ହୋଇଛନ୍ତି। ଜର୍ମାନୀର ସାରବ୍ରୁକେନ୍‌ରେ ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ସିନ୍ଧୁ ଡେନ୍‌ମାର୍କର ଲାଇନ୍ ହୋଜମାର୍କ କଜର୍ସଫେଲ୍ଟଙ୍କୁ ୨୧-୧୨, ୨୧-୧୪ ସିଧା ଗେମ୍‌ରେ ହରାଇ ଦେଇଛନ୍ତି। ଏହି ବିଜୟ ସହ ସିନ୍ଧୁ ସିଜନ୍‌ରେ ନିଜର ଦ୍ୱିତୀୟ ଟାଇଟଲ୍ ହାସଲ କରିଛନ୍ତି। ଏହା ପୂର୍ବରୁ ଜୁଲାଇରେ ସେ ଜାପାନ ଓପନ୍ ଟାଇଟଲ୍ ନିଜ ନାମରେ କରିଥିଲେ। ଅବଶ୍ୟ ଗତ ସପ୍ତାହରେ ଖେଳାଯାଇଥିବା ଫ୍ରେଞ୍ଚ୍ ଓପନ୍‌ରେ ତାଙ୍କୁ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଫାଇନାଲ୍ ମ୍ୟାଚ୍‌ରେ ଦ୍ୱିତୀୟ ସିଡ୍ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜର ଦମ୍‌ଦାର ସ୍ମାଶ୍‌, ସଠିକ୍ ଶଟ୍ ଏବଂ ଉନ୍ନତ ରଣନୀତି ବଳରେ ଅଷ୍ଠମ ସିଡ୍ କଜର୍ସଫେଲ୍ଟଙ୍କୁ କୌଣସି ବଡ଼ ସୁଯୋଗ ଦେଇନଥିଲେ। ପ୍ରାୟ ୩୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍‌ରେ ସିନ୍ଧୁ ୨୧-୧୨, ୨୧-୧୪ରେ ବିଜୟୀ ହୋଇ ଟାଇଟଲ୍ ଜବ୍‌ଜା କରିଥିଲେ। ଏହି ବିଜୟ ସହିତ ସିନ୍ଧୁ ଡେନ୍‌ମାର୍କ ଖେଳାଳିଙ୍କ ବିପକ୍ଷ ରେକର୍ଡ ୬-୧ କରିଛନ୍ତି। କଜର୍ସଫେଲ୍ଟଙ୍କୁ ସିନ୍ଧୁଙ୍କ ବିପକ୍ଷରେ ଏକମାତ୍ର ବିଜୟ ୨୦୨୫ର ସୁଦୀରମନ କପ୍ ଫାଇନାଲ୍‌ରେ ମିଳିଥିଲା। ହାଇଲୋ ଓପନ୍ ଫାଇନାଲ୍‌ରେ ବିଜୟ ସହିତ ଭାରତୀୟ ଖେଳାଳି ନିଜ ଦବ୍‌ଦବା ପୁଣିଥରେ ସାବ୍ୟସ୍ତ କରିଛନ୍ତି। ଏହି ଟାଇଟଲ୍ ବିଜୟ ସହିତ ବିଶ୍ୱ ନମ୍ବର-୮ ସିନ୍ଧୁଙ୍କୁ ୯୨୦୦ ର‌୍ୟାଙ୍କିଙ୍ଗ୍ ପଏଣ୍ଟ୍ ମିଳିଛି। ଫଳରେ ବର୍ଷ ଶେଷରେ ହେବାକୁ ଥିବା ବିଶ୍ୱ ଟୁର୍ ଫାଇନାଲ୍ସରେ ତାଙ୍କ ସ୍ଥାନ ହାସଲର ଆଶା ମଜଭୁତ ହୋଇଛି।

ପିଭି ସିନ୍ଧୁ ହାଇଲୋ ଓପନ୍ ଚାମ୍ପିଅନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 2, 2026

ଅକ୍ଟୋବରରେ ସର୍ବାଧିକ ଜିଏସ୍‌ଟି ସଂଗ୍ରହ: ଦେଶରେ ୨.୩୧ ଲକ୍ଷ, ଓଡ଼ିଶାରେ ୪୭୪୪ କୋଟି

November 2, 2026

ସୁନେଲିତା ଟପ୍ପୋଙ୍କୁ ୩୪ତମ ଏକଲବ୍ୟ ପୁରସ୍କାର

November 2, 2026

ଲଗାତାର ଚତୁର୍ଥ ବିଜୟ: ହରମନପ୍ରୀତଙ୍କ ହାଟ୍ରିକରେ ସେମିଫାଇନାଲରେ ଟିମ ଇଣ୍ଡିଆ

November 2, 2026
Latest News

ଆଜି ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 2, 2026

ମୁରାସୁ ଭୟ: ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

November 2, 2026

ଅକ୍ଟୋବରରେ ସର୍ବାଧିକ ଜିଏସ୍‌ଟି ସଂଗ୍ରହ: ଦେଶରେ ୨.୩୧ ଲକ୍ଷ, ଓଡ଼ିଶାରେ ୪୭୪୪ କୋଟି

November 2, 2026

ଫ୍ଲୋରିଡାରେ ଛାତିଥରା ବିମାନ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୯ ଯାତ୍ରୀ!

November 2, 2026

ସୁନେଲିତା ଟପ୍ପୋଙ୍କୁ ୩୪ତମ ଏକଲବ୍ୟ ପୁରସ୍କାର

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.