Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫ୍ଲୋରିଡାରେ ଛାତିଥରା ବିମାନ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୯ ଯାତ୍ରୀ!
ଆଜିର ଖବର

ଫ୍ଲୋରିଡାରେ ଛାତିଥରା ବିମାନ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୯ ଯାତ୍ରୀ!

November 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆକାଶରେ ଉଡ଼ୁଥିଲା ବିମାନ, ହେଲେ କିଛି ସେକେଣ୍ଡରେ ପାଲଟିଗଲା ମୃତ୍ୟୁର ଯନ୍ତା! ହଠାତ୍ ଆକାଶରୁ ଖସିଲା, ରାସ୍ତାରେ ପିଟି ହୋଇ ଜଳିଗଲା। ଚାହୁଁ ଚାହୁଁ ନିଆଁର ଆଁରେ ଲୀନ ହୋଇଗଲା ୯ ଜୀବନ। ଆମେରିକାର ଦକ୍ଷିଣ ଫ୍ଲୋରିଡାରେ ଘଟିଥିବା ଏହି ଲୋମଟାଙ୍କୁରା ବିମାନ ଦୁର୍ଘଟଣା ଦେଖି ସ୍ତବ୍ଧ ହୋଇଯାଇଛନ୍ତି ଲୋକେ। ବିମାନଟି ଏକ ବ୍ୟସ୍ତବହୁଳ ରାସ୍ତାରେ ଖସିପଡ଼ିବା ପରେ ଏତେ ଭୟଙ୍କର ଧକ୍କା ହୋଇଥିଲା ଯେ ରାସ୍ତାରେ ସୃଷ୍ଟି ହୋଇଥିଲା ବିଶାଳ ଗର୍ତ୍ତ। ଚାରିଆଡ଼େ ଖେଳିଯାଇଥିଲା କଳା ଧୂଆଁ ଓ ନିଆଁର ଆତଙ୍କ। ବିମାନରେ ଥିବା ସମସ୍ତ ୯ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛି ନିକଟସ୍ଥ ଆବାସିକ ଅଞ୍ଚଳ।

ସୂଚନା ଅନୁସାରେ, ଦକ୍ଷିଣ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟି ଅନ୍ତର୍ଗତ କ୍ରେସଥାଭେନ୍ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ମିଲିଟାରୀ ଟ୍ରେଲ୍ ନାମକ ଏକ ବ୍ୟସ୍ତବହୁଳ ଛଅ ଲେନ୍ ବିଶିଷ୍ଟ ରାସ୍ତାରେ ଖସିପଡ଼ିଥିଲା। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ଓ ରେଷ୍ଟୁରାଣ୍ଟ ରହିଛି। ବିମାନଟି ରାସ୍ତାରେ ପଡ଼ିବା ମାତ୍ରେ ଭୟଙ୍କର ନିଆଁ ଲାଗିଯିବା ସହ କଳା ଧୂଆଁର ଘନ ଆସ୍ତରଣ ଆକାଶକୁ ଉଠିଥିଲା। ଘଟଣାସ୍ଥଳରେ ସୃଷ୍ଟି ହୋଇଥିଲା ଭୟ ଓ ଆତଙ୍କର ବାତାବରଣ।

ସବୁଠାରୁ ଚିନ୍ତାଜନକ କଥା ହେଉଛି, ଦୁର୍ଘଟଣାସ୍ଥଳଟି ଆବାସିକ ଅଞ୍ଚଳର ଅତି ନିକଟରେ ଥିଲା। ବିମାନଟି ଘର ଓ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକଠାରୁ ଅଳ୍ପ ଦୂରରେ ଖସିପଡ଼ିଥିଲା। ଯଦି ଏହା ଘର ଉପରେ ପଡ଼ିଥାନ୍ତା, ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିଥାନ୍ତା ବୋଲି ଆଶଙ୍କା କରାଯାଉଛି।

ଏହି ଭୟଙ୍କର ଦୁର୍ଘଟଣାର ଏକାଧିକ ଭିଡିଓ ଏବେ ସାମ୍ନାକୁ ଆସିଛି। ରାସ୍ତାରେ କାର୍‌ରେ ଯାତ୍ରା କରୁଥିବା କିଛି ଲୋକ ନିଜ କ୍ୟାମେରାରେ ଏହି ଲୋମଟାଙ୍କୁରା ଦୃଶ୍ୟକୁ କଏଦ କରିଛନ୍ତି। ଭିଡିଓରେ ବିମାନଟି ଆକାଶରୁ ଦ୍ରୁତ ଗତିରେ ତଳକୁ ଖସୁଥିବା, ରାସ୍ତାରେ ଧକ୍କା ଖାଇବା ପରେ ବିସ୍ଫୋରଣ ସହ ନିଆଁରେ ଜଳିଉଠୁଥିବା ଦେଖିବାକୁ ମିଳିଛି। କିଛି ସମୟ ମଧ୍ୟରେ ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠି ସମଗ୍ର ଅଞ୍ଚଳକୁ ଘୋଡ଼ାଇ ଦେଇଥିଲା।

ଆମେରିକାର ପରିବହନ ସଚିବ ସିଆନ୍ ଡଫି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ, ରବିବାର ଦିନ ଆମେରିକାର ପୂର୍ବାଞ୍ଚଳ ସମୟ ପ୍ରାୟ ୧୨ଟା ୫୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଟେକ୍ସାସର ଅଷ୍ଟିନରୁ ଉଡ଼ାଣ ଆରମ୍ଭ କରି ବାହାମାସ ଅଭିମୁଖେ ଯାଉଥିଲା। ସେ ଏହାକୁ ଏକ ଭୟଙ୍କର ଦୁର୍ଘଟଣା ବୋଲି କହିବା ସହ ମୃତକଙ୍କ ପରିବାର ଓ ପ୍ରିୟଜନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।

ଅଷ୍ଟିନ-ବର୍ଗଷ୍ଟ୍ରମ୍ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖପାତ୍ର ଜିମ୍ ରେନାଲ୍ଡସ୍ ମଧ୍ୟ ଏହା ଏକ ଘରୋଇ ଭାବେ ପରିଚାଳିତ ବିମାନ ଥିଲା ବୋଲି ସ୍ପଷ୍ଟ କରିଛନ୍ତି। ବିମାନର ଟେଲ୍ ନମ୍ବର N722BD ବୋଲି ସେ ସୂଚନା ଦେଇଛନ୍ତି। ତେବେ ତୁରନ୍ତ ଯାତ୍ରୀମାନଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ। ରେନାଲ୍ଡସ୍ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି।

ଏହି ଦୁର୍ଘଟଣାସ୍ଥଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସିଦ୍ଧ ରିସର୍ଟ ମାର୍-ଏ-ଲାଗୋଠାରୁ ପ୍ରାୟ ୯ ମାଇଲ୍‌ ବା ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏହି ଘଟଣା ପରେ ପାମ୍ ବିଚ୍ କାଉଣ୍ଟି ସେରିଫ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଲିଟାରୀ ଟ୍ରେଲ୍ ରାସ୍ତାକୁ ଏଡ଼ାଇବା ପାଇଁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। ଯାତାୟାତ ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଓ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ସହାୟତା ପାଇଁ FAA ଏକ ସ୍ୱତନ୍ତ୍ର ଟିମ୍‌କୁ ଘଟଣାସ୍ଥଳକୁ ପଠାଉଛି। ବିମାନଟି କାହିଁକି ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସିଲା, ଏଥିରେ ଯାନ୍ତ୍ରିକ ତ୍ରୁଟି ଥିଲା ନା ପାଣିପାଗ ଏହାର କାରଣ ଥିଲା, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଆମେରିକାରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଉପରେ ରହିଛି।

FAA Investigation Florida Plane Crash NTSB Investigation South Florida Plane Accident
Share. Facebook Twitter LinkedIn Email WhatsApp Copy Link

Related Posts

ମୁରାସୁ ଭୟ: ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

November 2, 2026

ଲଗାତାର ଚତୁର୍ଥ ବିଜୟ: ହରମନପ୍ରୀତଙ୍କ ହାଟ୍ରିକରେ ସେମିଫାଇନାଲରେ ଟିମ ଇଣ୍ଡିଆ

November 2, 2026

ଚଣ୍ଡିଗଡ଼ରେ ୨୫୮ କୋଟି ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିଭୂମି ସ୍ଥାପନ କଲେ ଗୃହମନ୍ତ୍ରୀ

November 2, 2026

ଆଜି ନଭେମ୍ବର ୨ ତାରିଖରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2026
Latest News

ଆଜି ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 2, 2026

ମୁରାସୁ ଭୟ: ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

November 2, 2026

ଅକ୍ଟୋବରରେ ସର୍ବାଧିକ ଜିଏସ୍‌ଟି ସଂଗ୍ରହ: ଦେଶରେ ୨.୩୧ ଲକ୍ଷ, ଓଡ଼ିଶାରେ ୪୭୪୪ କୋଟି

November 2, 2026

ଫ୍ଲୋରିଡାରେ ଛାତିଥରା ବିମାନ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୯ ଯାତ୍ରୀ!

November 2, 2026

ସୁନେଲିତା ଟପ୍ପୋଙ୍କୁ ୩୪ତମ ଏକଲବ୍ୟ ପୁରସ୍କାର

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.