Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁରାସୁ ଭୟ: ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଜିର ଖବର

ମୁରାସୁ ଭୟ: ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

November 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’ର ପ୍ରଭାବ ଏବେ ଓଡ଼ିଶାର ପାଣିପାଗ ଉପରେ ପଡ଼ିବା ଆରମ୍ଭ କରିଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହିତ ଆସନ୍ତାକାଲି ଓ ୪ ତାରିଖରେ ୬ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅର୍ଥାତ୍ ଆଗାମୀ କିଛି ଦିନ ଧରି ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ଆଜି ୧୯ଟି ଜିଲ୍ଲାରେ ବର୍ଷା ସହ ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ୟେଲୋ ୱାର୍ଣ୍ଣିଂ ତାଲିକାରେ ରହିଛି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ଜିଲ୍ଲାଗୁଡ଼ିକରେ ପାଗ ହଠାତ୍ ବଦଳିବା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ। ତେଣୁ ଲୋକଙ୍କୁ ଅନାବଶ୍ୟକ ଭାବେ ଖୋଲା ସ୍ଥାନକୁ ନଯିବା ଏବଂ ପାଣିପାଗ ସମ୍ପର୍କିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଆସନ୍ତାକାଲି ଓ ୪ ତାରିଖରେ ବର୍ଷାର ତୀବ୍ରତା ଆହୁରି ବଢ଼ିବା ଆଶଙ୍କା ରହିଛି। ଏଥିପାଇଁ ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାବ୍ୟତୀତ ଅନ୍ୟ ୧୪ଟି ଜିଲ୍ଲାକୁ ମଧ୍ୟ ଦୁଇ ଦିନ ପାଇଁ ୟେଲୋ ସତର୍କତା ଜାରି କରାଯାଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ଅଧିକ ରହିପାରେ।

ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା, ଛୋଟ ନଦୀ ଓ ନାଳରେ ଜଳସ୍ତର ବଢ଼ିବା ସହ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। ଅନ୍ୟପଟେ ବଜ୍ରପାତ ସମୟରେ ଗଛ ତଳେ କିମ୍ବା ଖୋଲା ପଡ଼ିଆରେ ଆଶ୍ରୟ ନନେବାକୁ ସତର୍କ କରାଯାଇଛି। ଚାଷୀ, ମତ୍ସ୍ୟଜୀବୀ ଓ ଯାତ୍ରୀମାନେ ମଧ୍ୟ ପାଗର ସ୍ଥିତି ଦେଖି ନିଜ ଗତିବିଧି ନିର୍ଦ୍ଧାରଣ କରିବା ଜରୁରୀ। ବାତ୍ୟା ‘ମୁରାସୁ’ର ପ୍ରଭାବ କେତେ ଦିନ ରହିବ ଏବଂ ବର୍ଷାର ତୀବ୍ରତା କେଉଁ ଅଞ୍ଚଳରେ ଅଧିକ ହେବ, ତାହା ଉପରେ ପାଣିପାଗ ବିଭାଗ ନଜର ରଖିଛି। ତେଣୁ ଲୋକେ ଗୁଜବରେ ବିଶ୍ୱାସ ନକରି ପାଣିପାଗ ବିଭାଗର ସଦ୍ୟତମ ସୂଚନା ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ।

Cyclone Murasu Heavy Rainfall Odisha IMD Yellow Warning Orange Warning Odisha South Odisha Rain
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସର ରାମଲୀଳା ମୈଦାନ ଫଟୋକୁ ନେଇ କିରେନ ରିଜିଜୁଙ୍କ କଟାକ୍ଷ

November 2, 2026

ଫ୍ଲୋରିଡାରେ ଛାତିଥରା ବିମାନ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୯ ଯାତ୍ରୀ!

November 2, 2026

ସୁନେଲିତା ଟପ୍ପୋଙ୍କୁ ୩୪ତମ ଏକଲବ୍ୟ ପୁରସ୍କାର

November 2, 2026

ଲଗାତାର ଚତୁର୍ଥ ବିଜୟ: ହରମନପ୍ରୀତଙ୍କ ହାଟ୍ରିକରେ ସେମିଫାଇନାଲରେ ଟିମ ଇଣ୍ଡିଆ

November 2, 2026
Latest News

ଅର୍ଣ୍ଣବ ପରେ ଆଉ ଏକ ବିପଦ ମୁରାସୁ: ଜାଣନ୍ତୁ ଏହା କେତେ ଭୟଙ୍କର ଏବଂ ନାମର ରୋଚକ ଇତିହାସ?

November 2, 2026

କଂଗ୍ରେସର ରାମଲୀଳା ମୈଦାନ ଫଟୋକୁ ନେଇ କିରେନ ରିଜିଜୁଙ୍କ କଟାକ୍ଷ

November 2, 2026

ଆଜି ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 2, 2026

ମୁରାସୁ ଭୟ: ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

November 2, 2026

ଅକ୍ଟୋବରରେ ସର୍ବାଧିକ ଜିଏସ୍‌ଟି ସଂଗ୍ରହ: ଦେଶରେ ୨.୩୧ ଲକ୍ଷ, ଓଡ଼ିଶାରେ ୪୭୪୪ କୋଟି

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.