Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି
ବିଶେଷ ଖବର

୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି

November 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Duration of door-to-door survey extended in 3 districts
Duration of door-to-door survey extended in 3 districts

ଭୁବନେଶ୍ୱର: ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଚାଲୁ ରହିଥିବା ଘରକୁ ଘର ସର୍ଭେ କାର୍ଯ୍ୟ ପ୍ରଭାବିତ ହୋଇଛି। ଏହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ଭେ ସମ୍ପୂର୍ଣ୍ଣ କରିବାରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ କମିଶନଙ୍କ ଦୃଷ୍ଟିକୁ ଆସିଛି। ଏହି ପରିସ୍ଥିତିକୁ ବିଚାରକୁ ନେବା ସହ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ଏବଂ ସର୍ଭେ କାର୍ଯ୍ୟରେ ସଠିକତା ଓ ସମ୍ପୂର୍ଣ୍ଣତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ଘରକୁ ଘର ସର୍ଭେ କାର୍ଯ୍ୟ ସମାପ୍ତିର ସମୟସୀମା ବୃଦ୍ଧି କରାଯାଇଛି।

ସଂଶୋଧିତ ସମୟସୀମା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୨୧, ୨୦୨୬ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଜାରି ରହିବ। ପୂର୍ବରୁ ଏହି ସର୍ଭେ କାର୍ଯ୍ୟ ସମାପ୍ତିର ଶେଷ ତାରିଖ ୦୭.୧୦.୨୦୨୬ ରହିଥିଲା।ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ତିନୋଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ଭେ କାର୍ଯ୍ୟରେ ନିୟୋଜିତ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ସର୍ଭେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଧାର୍ଯ୍ୟ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ସହ କାର୍ଯ୍ୟ ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ସମୟସୀମା ବୃଦ୍ଧି କେବଳ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରଯୁଜ୍ୟ ହେବ। ଘରକୁ ଘର ସର୍ଭେ ସମ୍ପର୍କରେ କମିଶନଙ୍କ ପକ୍ଷରୁ ପୂର୍ବରୁ ଜାରି ଅନ୍ୟ ସମସ୍ତ ନିର୍ଦ୍ଦେଶାବଳୀ ଅପରିବର୍ତ୍ତିତ ରହିବ। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଏପ୍ରିଲରେ ପଞ୍ଚାୟତ ନିର୍ବାଚନ ଏବଂ ମେ ସୁଦ୍ଧା ପୌର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଆସନ୍ତା ଜାନୁଆରୀ ପହିଲାରେ ଚିଠା ଭୋଟର୍ ତାଲିକା ଏବଂ ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର୍ ଲିଷ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।

‘ଅର୍ଣ୍ଣବ’ ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ସର୍ଭେ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

November 2, 2026

ପ୍ରଖ୍ୟାତ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ, ଦିଲ୍ଲୀ ଏମସ୍ ରେ ହେଉଥିଲା ଚିକିତ୍ସା

November 2, 2026

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026

ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

November 2, 2026
Latest News

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

November 2, 2026

ପ୍ରଖ୍ୟାତ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ, ଦିଲ୍ଲୀ ଏମସ୍ ରେ ହେଉଥିଲା ଚିକିତ୍ସା

November 2, 2026

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026

ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.