ଭୁବନେଶ୍ବର: ଭାରତର ପ୍ରଖ୍ୟାତ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ର ଆଉ ନାହାଁନ୍ତି। 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଦିଲ୍ଲୀ ଏମସ ରେ ଚିକିତ୍ସିତ ହେଉଥିଲେ। ବ୍ରେନଷ୍ଟ୍ରୋକ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଫଳରେ ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ଆଜି ରାତିରେ ତାଙ୍କର ପରଲୋକ ଘଟିଛି।
ଡାକ୍ତର ଅଶୋକ ମହାପାତ୍ର ଯେଉଁ ଦିଲ୍ଲୀ ଏମ୍ସ ରେ ପରଲୋକ ଘଟିଛି, ସେ ସେହି ଡାକ୍ତରଖାନାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।ସେଠାରେ ସେ ଜଗାବଳିଆ ଯୋଡା ମୁଣ୍ଡକୁ ଅପରେସନ କରି ଅଲଗା କରିଥିଲେ। ଯାହା ବିଶ୍ବ ସ୍ବାସ୍ଥ ଜଗତରେ ଏକ ବିରଳ ଇତିହାସ ସୃଷ୍ଟି କରିଥିଲା। ଏହାପରେ ଭୁବନେଶ୍ବରରେ ଏମ୍ସ ପ୍ରତିଷ୍ଠା ହେବା ପରେ ସେ ଏହାର ସୁପରିଟେଣ୍ଡଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ସମୟରେ ଭୁବନେଶ୍ବରରେ ଏମ୍ସ ପ୍ରତିଷ୍ଠା ହୋଇଥିଲା। ସେଠାରୁ ଅବସର ନେବା ପରେ ସେ ସମ ହସପିଟାଲ ନିର୍ଦ୍ଧେଷକ ଭାବେ କାର୍ଯ୍ୟ କରୁଥିଲେ।
ଚିକିତ୍ସା ସେବା ପାଇଁ ସେ ଗତ ବର୍ଷ ପଦ୍ମଶ୍ରୀ ଉପାଧୀରେ ଭୂଷିତ ହୋଇଥିଲେ। ସେ ହେଉଛିନ୍ତ ଏକମାତ୍ର ଡାକ୍ତର ଯେ ଓଡିଶାର ଘରେଘରେ ପରିଚିତ ହୋଇପାରିଥିଲେ। ତାଙ୍କ ବିୟୋଗରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି।


