Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ
ଆଜିର ଖବର

ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ

November 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିରାଗ ପାସୱାନ
ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ

ପାଟନା: ବିହାରରେ ନିର୍ଦ୍ଦଳୀୟ ଭାବେ ଜିତିଥିବା ଦୁଇ MLC ରାହୁଲ ରାଜ ଏବଂ ବଂଶୀଧର ବ୍ରଜବାସୀଙ୍କ BJPରେ ଯୋଗଦାନ ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। JDUର ଅସନ୍ତୋଷ ପରେ ଏବେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ମଧ୍ୟ ଏଥିରେ ଆଇନଗତ ପେଚ୍ ଥିବା କଥା କହିଛନ୍ତି। ତେବେ ନିର୍ଦ୍ଦଳୀୟ MLC କାହାକୁ ସମର୍ଥନ କରିବାକୁ ଚାହୁଁଛନ୍ତି ସେଥିରେ କୌଣସି ଅସୁବିଧା ନାହିଁ ବୋଲି କହି ସେ ମଧ୍ୟମ ରାସ୍ତା ଆପଣାଇଛନ୍ତି।

ନିର୍ଦ୍ଦଳୀୟ MLCଙ୍କ BJPରେ ମିଶିବା ପ୍ରଶ୍ନରେ ଚିରାଗ ପାସୱାନ କହିଛନ୍ତି ଯେ, “ତାଙ୍କୁ ଅଧିକୃତ ଭାବେ ଜଣା ନାହିଁ ଯେ ଏହି ନିର୍ଦ୍ଦଳୀୟ MLCଙ୍କୁ ଦଳରେ ଆନୁଷ୍ଠାନିକ ଭାବେ ମିଶାଯାଇଛି କି ନାହିଁ, କାରଣ ଏଥିରେ କିଛି ଆଇନଗତ ବାଧ୍ୟବାଧକତା ଆସିପାରେ।” ଚିରାଗଙ୍କ ଅନୁସାରେ, ଯଦି କୌଣସି MLC କୌଣସି ସରକାର, ଦଳ ବା ମେଣ୍ଟକୁ ସମର୍ଥନ କରିବାକୁ ଚାହୁଁଛି, ତେବେ ସମର୍ଥନ ଦେବାରେ କୌଣସି ଆପତ୍ତି ରହିବା ଉଚିତ ନୁହେଁ, ତେବେ ଆଇନଗତ ପ୍ରକ୍ରିୟାକୁ ଧ୍ୟାନରେ ରଖିବା ଜରୁରୀ।

କଣ ରହିଛି ପୁରା ମାମଲା?

ସୂଚନାଯୋଗ୍ୟ, ଗତ ୨୭ ଅକ୍ଟୋବରରେ ବିହାରରେ ୪ ଶିକ୍ଷକ, ୪ ସ୍ନାତକ MLC ନିର୍ବାଚନ ଫଳାଫଳ ଆସିଥିଲା। ସେଥିରେ ଦୁଇ ନିର୍ଦ୍ଦଳୀୟ, ଦୁଇ RJD ଏବଂ ଗୋଟିଏ JDU ଓ ଗୋଟିଏ ଆସନ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରାଜ ପାଇଥିଲା। ଅଭିଯୋଗ ହେଉଛି ଯେ, ଫଳାଫଳ ପରେ ସାରଣରୁ ନିର୍ଦ୍ଦଳୀୟ ରାହୁଲ ରାଜ ଏବଂ ତିରହୁତରୁ ନିର୍ଦ୍ଦଳୀୟ ବଂଶୀଧର ବ୍ରଜବାସୀ ଜିତିବା ପରେ ଦୁହେଁ BJP ସଦସ୍ୟତା ଗ୍ରହଣ କରିଛନ୍ତି।

ଜନ ସୁରାଜ ପାର୍ଟି ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛି ଯେ, ବିଧାନ ପରିଷଦ ନିୟମ ଅନୁଯାୟୀ, ନିର୍ବାଚନ ପରେ ଯେ କୌଣସି ସମୟରେ କୌଣସି ନିର୍ଦ୍ଦଳୀୟ ପ୍ରାର୍ଥୀ କୌଣସି ରାଜନୈତିକ ଦଳରେ ଯୋଗ ଦେଲେ ତାଙ୍କ ସଦସ୍ୟତା ଚାଲିଯିବ। ତେଣୁ ଦୁଇ MLCଙ୍କୁ BJPରେ ମିଶାଇବା ଅସାମ୍ବିଧାନିକ। ଜନ ସୁରାଜ ପାର୍ଟି ଏହି ପ୍ରସଙ୍ଗରେ ଆଇନଗତ ଲଢ଼େଇ ଏବଂ ବିଧାନ ପରିଷଦ ସଭାପତିଙ୍କ ନିକଟରେ ଅଭିଯୋଗ କରିବା କଥା ମଧ୍ୟ କହିଛି।

JDU ଭିତରେ ମଧ୍ୟ ଅସନ୍ତୋଷ

ଦୁଇ ନିର୍ଦ୍ଦଳୀୟ ବିଧାୟକଙ୍କ BJPରେ ମିଶିବା ଉପରେ JDU ମଧ୍ୟ ଆପତ୍ତି ଉଠାଇଛି। କାରଣ  JDU ପ୍ରାର୍ଥୀଙ୍କୁ ଏହି ଦୁଇ ନିର୍ଦ୍ଦଳୀୟ ପ୍ରାର୍ଥୀ ହରାଇଛନ୍ତି। ଏଣୁ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛି। ଏବେ ଯେଉଁ ଭଳି ଚିରାଗ ପାସୱାନ ଏଥିରେ ଆଇନଗତ ଅଡ଼ୁଆ କଥା କହି ପ୍ରସଙ୍ଗ ଉଠାଇଛନ୍ତି, ଏହା ବିହାରରେ NDA ସରକାର ଭିତରେ ସବୁ ଠିକ୍ ଚାଲିଛି କି ନାହିଁ ସେ ନେଇ ପ୍ରଶ୍ନ ଉଉଠିଛି।

BiharLegislativeCouncil BiharMLC biharpolitics BJP chiragpaswan JanSuraaj jdu NDA RahulRaj VanshidharBrajwasi
Share. Facebook Twitter LinkedIn Email WhatsApp Copy Link

Related Posts

ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ: ବିଦେଶ ମନ୍ତ୍ରଣାଳୟର ନିନ୍ଦା

November 3, 2026

ଭାରତର ଅଶୋଧିତ ତୈଳ ଆମଦାନୀରେ ନୂଆ ରେକର୍ଡ: ଜାଣନ୍ତୁ ଦୈନିକ କେତେ?

November 3, 2026

ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ହାଇଡ୍ରାମା, ସ୍ତ୍ରୀଙ୍କ ଆବେଦନକୁ ବିରୋଧ କଲେ ସ୍ୱାମୀ; ବାପାର ଅଧିକାର ଉପରେ ଉଠିଲା ପ୍ରଶ୍ନ

November 3, 2026

ସ୍ମୃତିରେ ପ୍ରଫେସର ଡା ଅଶୋକ ମହାପାତ୍ର

November 3, 2026
Latest News

ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ: ବିଦେଶ ମନ୍ତ୍ରଣାଳୟର ନିନ୍ଦା

November 3, 2026

ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ

November 3, 2026

ଭାରତର ଅଶୋଧିତ ତୈଳ ଆମଦାନୀରେ ନୂଆ ରେକର୍ଡ: ଜାଣନ୍ତୁ ଦୈନିକ କେତେ?

November 3, 2026

ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ହାଇଡ୍ରାମା, ସ୍ତ୍ରୀଙ୍କ ଆବେଦନକୁ ବିରୋଧ କଲେ ସ୍ୱାମୀ; ବାପାର ଅଧିକାର ଉପରେ ଉଠିଲା ପ୍ରଶ୍ନ

November 3, 2026

ସ୍ମୃତିରେ ପ୍ରଫେସର ଡା ଅଶୋକ ମହାପାତ୍ର

November 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.