ନୂଆଦିଲ୍ଲୀ: କେନ୍ଦ୍ର ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଭାରତ ନବୀକରଣଯୋଗ୍ୟ ଶକ୍ତି ସମ୍ମିଳନୀ-୨୦୨୬ ଅବସରରେ ବିଶ୍ୱ ସୌର ସହଯୋଗ ପ୍ରତି ଭାରତର ପ୍ରତିବଦ୍ଧତା ଦୋହରାଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ୍’ ନୀତିରେ ଭାରତ ସୌର ସହଯୋଗକୁ ଆଗେଇ ନେଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ (ISA) ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛି। ୨୦୧୫ରେ ଭାରତ-ଫ୍ରାନ୍ସ ମିଳିତ ଭାବେ ISA ପ୍ରତିଷ୍ଠା କରିଥିଲେ, ଏବେ ୧୩୦ଟି ଦେଶ ଏଥିରେ ସାମିଲ।ମନ୍ତ୍ରୀ କହିଛନ୍ତି, ସୌର ଶକ୍ତି ମାଧ୍ୟମରେ ୩୦ ଲକ୍ଷ ଚାଷୀ ସଶକ୍ତ ହୋଇଛନ୍ତି। PM-KUSUM ଯୋଜନା ଜଳସେଚନ ଖର୍ଚ୍ଚ କମାଇ ଅତିରିକ୍ତ ଆୟର ସୁଯୋଗ ଦେଉଛି। ଏହି ମଡେଲକୁ ଆଫ୍ରିକାରେ ମଧ୍ୟ ଲାଗୁ କରାଯାଉଛି।
ଆଫ୍ରିକାରେ ନବୀକରଣଯୋଗ୍ୟ ଶକ୍ତି ପାଇଁ ୨୦୦ ମିଲିୟନ ଡଲାରର ଆଫ୍ରିକା ସୌର ସୁବିଧା ଯୋଜନାରେ ଭାରତ ୨୫ ମିଲିୟନ ଡଲାର (୨୨୫ କୋଟି) ପ୍ରତିଶ୍ରୁତି ଦେଇଛି। ଫିଜି, ମାଡାଗାସ୍କର, ସେଚେଲ୍ସରେ ISA ସହଯୋଗରେ ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ରରେ ସୌର ଶକ୍ତି ଯୋଗାଣ ହେଉଛି।ସୌର ପ୍ରଯୁକ୍ତି ପାଇଁ ୧୭ଟି ରିସୋର୍ସ ସେଣ୍ଟର, SHINE ଏବଂ AI-ସକ୍ଷମ ISA ଏକାଡେମୀ ପ୍ରତିଷ୍ଠା ହୋଇଛି। ଫ୍ରାନ୍ସ ISA ର ସହ-ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛି।


