Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ସେନାର ମାଗଣା ସ୍ୱାସ୍ଥ୍ୟ ଶିବିର: ୪ ହଜାରରୁ ଅଧିକ ରୋଗୀଙ୍କୁ ମିଳିଲା ଚିକିତ୍ସା
ଆଜିର ଖବର

ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ସେନାର ମାଗଣା ସ୍ୱାସ୍ଥ୍ୟ ଶିବିର: ୪ ହଜାରରୁ ଅଧିକ ରୋଗୀଙ୍କୁ ମିଳିଲା ଚିକିତ୍ସା

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Armed Forces Medical Services Treat Over 4000 Patients and Perform 365 Sight-Restoring Surgeries in Three Days at Rairangpur Mega Multi-Speciality Camp
Armed Forces Medical Services Treat Over 4000 Patients and Perform 365 Sight-Restoring Surgeries in Three Days at Rairangpur Mega Multi-Speciality Camp

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ସେନାବାହିନୀ ଚିକିତ୍ସା ସେବା (ଏଏଫଏମଏସ) ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟସେବା ଶିବିର ଏବଂ ‘ଅପରେସନ ଦୃଷ୍ଟି’ର ଦ୍ୱାଦଶ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେନାବାହିନୀର ପ୍ରଶିକ୍ଷିତ ବିଶେଷଜ୍ଞ ଡାକ୍ତର, ଦନ୍ତ ଚିକିତ୍ସକ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ତିନି ଦିନ ଧରି ଚାରି ହଜାରରୁ ଅଧିକ ରୋଗୀଙ୍କର ଚିକିତ୍ସା କରିଥିଲେ। ପ୍ରତ୍ୟେକ ରୋଗୀଙ୍କୁ ଶିବିର ପରିସରରେ ମାଗଣାରେ ଚିକିତ୍ସା କରାଯାଇଥିଲା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମସ୍ଥାନ ମୟୂରଭଞ୍ଜର ଗ୍ରାମାଞ୍ଚଳର ଅନେକ ପରିବାର ପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ପାଇବା ସମୟସାପେକ୍ଷ ଏବଂ ମହଙ୍ଗା ହୋଇଥାଏ। ଏଥିପାଇଁ ଦୂର ସହରକୁ ଯିବାକୁ ପଡ଼ିଥାଏ ଏବଂ ପ୍ରାୟତଃ ଦୈନିକ ମଜୁରି ହରାଇବା ଏବଂ ଚିକିତ୍ସା ସ୍ଥଗିତ ରଖିବା ଭଳି ସମସ୍ୟା ଦେଖାଦିଏ। ଅପରେସନ୍ ଦୃଷ୍ଟି ମାଧ୍ୟମରେ ସେନାବାହିନୀ ଚିକିତ୍ସା ସେବା ପକ୍ଷରୁ ଲୋକଙ୍କ ଘରପାଖରେ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଚିକିତ୍ସାକୁ ପହଞ୍ଚାଇଥିଲା। ଏଠାରେ ଚକ୍ଷୁ, ହୃଦରୋଗ, ନେଫ୍ରୋଲୋଜି, ଚର୍ମରୋଗ, ଦନ୍ତ ଏବଂ ସାଧାରଣ ଭେଷଜ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ରୋଗୀଙ୍କୁ ଗୋଟିଏ କ୍ୟାମ୍ପସ ମଧ୍ୟରେ ରୋଗ ପରୀକ୍ଷା, ଚିକିତ୍ସା ଏବଂ ଆବଶ୍ୟକ ସ୍ଥଳେ ରେଫର ସୁବିଧା ମିଳିଥିଲା।

ହୃଦ୍‌ରୋଗ ବିଭାଗରେ ୪୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ସହ ୨୯୮ଟି ଇସିଜି ଏବଂ ୪୦୬ଟି ଇକୋକାର୍ଡିଓଗ୍ରାମ୍ ହୋଇଥିଲା। ଏହା ବ୍ୟତୀତ ୨୯ ଜଣ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଚିହ୍ନଟ କରାଯାଇ ଆଞ୍ଜିଓଗ୍ରାଫି, ସିଟି ଆଞ୍ଜିଓଗ୍ରାଫି, ଭାଲ୍‌ଭ୍ ଅସ୍ତ୍ରୋପଚାର, ଡିଭାଇସ୍ ଇମ୍ପ୍ଲାଣ୍ଟେସନ୍ ଏବଂ ବେଲୁନ୍ ପଲ୍‌ମୋନାରୀ ଭାଲ୍‌ଭୋଟୋମି ପାଇଁ ଅନ୍ୟତ୍ର ପଠାଯାଇଛି। ବୃକ୍‌କ ରୋଗ ବିଭାଗରେ ୪୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ସହ ୩୪୧ଟି ଅଲଟ୍ରାସାଉଣ୍ଡ କରାଯାଇଛି । ଚର୍ମରୋଗ ବିଭାଗରେ ୫୦୦ରୁ ଅଧିକ ରୋଗୀଙ୍କୁ, ଦନ୍ତ ବିଭାଗରେ ୨୨୧ ଜଣ ରୋଗୀଙ୍କୁ, ସାଧାରଣ ଭେଷଜ ବିଭାଗରେ ୩୩୯ ଜଣ ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି।

ବୁଧବାର ଏଏଫଏମଏସ ଡିଜି ଏୟାର ମାର୍ଶାଲ ସନ୍ଦୀପ ଥରେଜା ରାଇରଙ୍ଗପୁର ସ୍ୱାସ୍ଥ୍ୟ ଶିବିରକୁ ଆସିଥିଲେ। ସେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ମତବିନିମୟ କରିଥିଲେ। ସେହିପରି ଅସ୍ତ୍ରୋପଚାର ହୋଇଥିବା ରୋଗୀଙ୍କୁ ଔଷଧ କିଟ୍‌ ପ୍ରଦାନ କରିଥିଲେ। ଏହି ଶିବିରରେ ସହଯୋଗ କରିଥିବା ସମସ୍ତଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଶିବିରରେ ସ୍ୱାସ୍ଥ୍ୟସେବା ପାଇଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟମାନେ ଏଏଫଏମଏସର ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ। ଉଦାହରଣ ସ୍ୱରୂପ, ଦୀର୍ଘ ଦିନ ଧରି ମୋତିଆବିନ୍ଦୁ କାରଣରୁ ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କାରେ ପଡ଼ିଥିବା ୭୫ ବର୍ଷ ବୟସ୍କ ବିଶ୍ୱନାଥଙ୍କୁ ଏଏଫଏମଏସର ଡାକ୍ତରମାନେ ଦକ୍ଷତାର ସହିତ ଚକ୍ଷୁ ଅସ୍ତ୍ରୋପଚାର କରାଇଥିଲେ। ଦୀର୍ଘ ଦୁଇ ବର୍ଷ ଧରି ଚକ୍ଷୁ ସମସ୍ୟାରେ ପୀଡ଼ିତ ବିଶ୍ୱନାଥ ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ଏହି ଶିବିର ମାଧ୍ୟମରେ ନୂଆ ଦୃଷ୍ଟି ଶକ୍ତି ଫେରିପାଇଛନ୍ତି। ଆଉ ଜଣେ ୬୦ ବର୍ଷୀୟା ମହିଳା ସୋମ୍ବାରୀ ଗୋପେ ମଧ୍ୟ ଆଧୁନିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ମାଧ୍ୟମରେ ନିଜର ଦେଖିବା ଶକ୍ତି ଫେରିପାଇଛନ୍ତି।

ରାଇରଙ୍ଗପୁରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ଅପରେସନ୍‌ ଦୃଷ୍ଟି ଏଏଫଏମଏସ ପକ୍ଷରୁ ଦେଶବ୍ୟାପୀ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ପ୍ରୟାସର ଏକ ଅଂଶବିଶେଷ। ପୂର୍ବରୁ ଏହି ପ୍ରତିଷ୍ଠାନ ଦେଶର ବିଭିନ୍ନ ଉପାନ୍ତ ତଥା ପଛୁଆ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ସୁଖ୍ୟାତି ଅର୍ଜନ କରିଛି। ସେନାବାହିନୀ ଚିକିତ୍ସା ସେବା – ଏଏଫଏମଏସ ରାଇରଙ୍ଗପୁରରେ କେବଳ ଏକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିନାହିଁ, ବରଂ ମୟୂରଭଞ୍ଜ ଭଳି ଏକ ପଛୁଆ ଅଞ୍ଚଳରେ ଆରୋଗ୍ୟର ସ୍ପର୍ଶ ଏବଂ ଦୃଷ୍ଟି ଶକ୍ତିର ଆଲୋକ ବିତରଣ କରିଛି।

"ମାଗଣା ସ୍ୱାସ୍ଥ୍ୟ ଶିବିର" ଦ୍ରୌପଦୀ ମୁର୍ମୁ ବିଶାଳ ସ୍ୱାସ୍ଥ୍ୟ ଶିବିର ରାଇରଙ୍ଗପୁର ସ୍ୱାସ୍ଥ୍ୟସେବା
Share. Facebook Twitter LinkedIn Email WhatsApp Copy Link

Related Posts

ମନରେଗା କାର୍ଯ୍ୟରେ ଲାଞ୍ଚ: ପୂର୍ବତନ GRSଙ୍କୁ ୩ ବର୍ଷ ଜେଲ୍

November 4, 2026

ଭାରତ ସରକାରଙ୍କ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ’ ମାନ୍ୟତା

November 4, 2026

ଏସୀୟ ପାରା ଗେମ୍ସରେ ଭାଗ ନେଇଥିବା ଭାରତୀୟ ଦଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

November 4, 2026

ଅକ୍ଟୋବରରେ ଖାଦ୍ୟଶସ୍ୟ ଓ କୋଇଲା ପରିବହନରେ ଉଲ୍ଲେଖନୀୟ ବୃଦ୍ଧି

November 4, 2026
Latest News

ମନରେଗା କାର୍ଯ୍ୟରେ ଲାଞ୍ଚ: ପୂର୍ବତନ GRSଙ୍କୁ ୩ ବର୍ଷ ଜେଲ୍

November 4, 2026

ଭାରତ ସରକାରଙ୍କ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ’ ମାନ୍ୟତା

November 4, 2026

ଏସୀୟ ପାରା ଗେମ୍ସରେ ଭାଗ ନେଇଥିବା ଭାରତୀୟ ଦଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

November 4, 2026

ଅକ୍ଟୋବରରେ ଖାଦ୍ୟଶସ୍ୟ ଓ କୋଇଲା ପରିବହନରେ ଉଲ୍ଲେଖନୀୟ ବୃଦ୍ଧି

November 4, 2026

ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ସେନାର ମାଗଣା ସ୍ୱାସ୍ଥ୍ୟ ଶିବିର: ୪ ହଜାରରୁ ଅଧିକ ରୋଗୀଙ୍କୁ ମିଳିଲା ଚିକିତ୍ସା

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.