Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀପାବଳି ପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଅଗ୍ନି ନିରାପତ୍ତା ଅଭିଯାନ
ଆଜିର ଖବର

ଦୀପାବଳି ପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଅଗ୍ନି ନିରାପତ୍ତା ଅଭିଯାନ

November 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ECoR LAUNCHES SPECIAL FIRE SAFETY DRIVE AHEAD OF DIWALI
ECoR LAUNCHES SPECIAL FIRE SAFETY DRIVE AHEAD OF DIWALI

ଭୁବନେଶ୍ୱର: ଦୀପାବଳି ପର୍ବ ନିକଟତର ହେଉଥିବାରୁ ଅଗ୍ନିକାଣ୍ଡ ରୋକିବା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବ ତଟ ରେଳପଥ ପକ୍ଷରୁ ନଭେମ୍ବର ୪ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ଜୋନାଲ ନିରାପତ୍ତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ପୂର୍ବ ତଟ ରେଳପଥର ସମସ୍ତ ଅଞ୍ଚଳରେ ପରିଚାଳିତ ହେଉଛି।

ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ରାୟଗଡ଼ା ମଣ୍ଡଳରେ ସମସ୍ତ ବିଭାଗର ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏହି ଅଭିଯାନ ଚାଲିଛି। ସମ୍ଭାବ୍ୟ ଅଗ୍ନିକାଣ୍ଡର କାରଣ ଚିହ୍ନଟ କରିବା, ଅଗ୍ନି ନିର୍ବାପକ ଉପକରଣର ଉପଲବ୍ଧତା ଓ କାର୍ଯ୍ୟକ୍ଷମତା ଯାଞ୍ଚ କରିବା ସହ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।

ଯାତ୍ରୀମାନଙ୍କୁ ଟ୍ରେନ୍‌ରେ ଯାତ୍ରା ସମୟରେ ବାଣ, ଗ୍ୟାସ୍ ସିଲିଣ୍ଡର, ପେଟ୍ରୋଲ, କିରୋସିନ, ଏସିଡ୍ ଏବଂ ଅନ୍ୟାନ୍ୟ ଦହନଶୀଳ ବା ବିପଜ୍ଜନକ ସାମଗ୍ରୀ ନେବାରୁ ବାରଣ କରାଯାଇଛି। ଯାତ୍ରୀବାହୀ ଟ୍ରେନ୍‌ରେ ଏଭଳି ନିଷିଦ୍ଧ ସାମଗ୍ରୀ ପରିବହନ କରିବା ରେଳ ଆଇନ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଏବଂ ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। କୌଣସି ସନ୍ଦେହଜନକ ସାମଗ୍ରୀ କିମ୍ବା ନିୟମ ଉଲ୍ଲଂଘନ ଦେଖିଲେ ଯାତ୍ରୀମାନେ ସତର୍କ ରହି ରେଳ କର୍ମଚାରୀଙ୍କୁ ଜଣାଇବା ସହ ରେଳ ହେଲ୍ପଲାଇନ ନମ୍ବର ୧୩୯ରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଏହି ଅଭିଯାନରେ ରେଳ ଅଧିକାରୀମାନେ ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସରକାରୀ ରେଳବାଇ ପୋଲିସ (ଜିଆରପି) ସହ ସମନ୍ୱୟ ରକ୍ଷା କରି ଲଗେଜ ବଗି (ଏସ୍ଏଲ୍ଆର୍‌)ରେ ସାମଗ୍ରୀ ଲୋଡ୍ କରିବା ପୂର୍ବରୁ ଯାତ୍ରୀଙ୍କ ଲଗେଜ୍ ଓ ପାର୍ସଲଗୁଡ଼ିକର ଅଚାନକ ଯାଞ୍ଚ କରିବେ। ରେଳ ଷ୍ଟେସନ, କୋଚ୍, ପାଣ୍ଟ୍ରି କାର୍, ପାୱାର କାର୍ ଓ ଇଞ୍ଜିନ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଧୂଆଁ ଓ ଅଗ୍ନି ଚିହ୍ନଟ ଆଲାର୍ମ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ମଧ୍ୟ ଯାଞ୍ଚ କରାଯିବ।

କୋଚ୍ ଓ ପାଣ୍ଟ୍ରି କାର୍‌ରେ ବିଦ୍ୟୁତ୍ ତାର ଏବଂ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇ ଢିଲା ତାର ଓ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦ ଚିହ୍ନଟ କରାଯିବ। ମୋବାଇଲ୍ ଫୋନ୍ ଓ ଲାପଟପ୍ ଚାର୍ଜିଂ ପଏଣ୍ଟରେ ହିଟର୍ କିମ୍ବା ଅନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ନକରିବାକୁ ଯାତ୍ରୀମାନଙ୍କୁ ସଚେତନ କରାଯିବ। କୋଚ୍‌ରେ ‘ଧୂମପାନ ନିଷେଧ’ ସୂଚନା ଫଳକ ଲଗାଇବା ସହ ଯାତ୍ରୀଙ୍କ ଯାତାୟାତ ପାଇଁ ପଥ, ଭେଷ୍ଟିବ୍ୟୁଲ୍ ଓ କୋଚ୍ ଦ୍ୱାରଗୁଡ଼ିକୁ ବାଧାମୁକ୍ତ ରଖିବା ନିଶ୍ଚିତ କରାଯିବ।

ପାଣ୍ଟ୍ରି କାର୍ କର୍ମଚାରୀ ଓ ଠିକା କର୍ମଚାରୀମାନଙ୍କୁ ଅଗ୍ନି ନିରାକରଣ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର ସଠିକ୍ ବ୍ୟବହାର ସମ୍ପର୍କରେ ପରାମର୍ଶ ଦିଆଯିବ। ଯାତ୍ରୀମାନଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନ କରିବା ପାଇଁ ରେଳ ଷ୍ଟେସନ ଓ ଟ୍ରେନ୍‌ଗୁଡ଼ିକରେ ସଚେତନତା ଫଳକ, ଷ୍ଟିକର୍ ଲଗାଯିବା ସହ ପ୍ରଚାରପତ୍ର ବଣ୍ଟନ କରାଯିବ।

ଷ୍ଟେସନ କର୍ମଚାରୀ, କ୍ୟାବିନ କର୍ମଚାରୀ, ଗେଟମ୍ୟାନ୍ ଓ ଟ୍ରେନ୍ ପରିଚାଳନା ସହ ଜଡ଼ିତ କର୍ମଚାରୀମାନଙ୍କୁ ଅଧିକ ସତର୍କ ରହିବା ସହ ଅତିକ୍ରମ କରୁଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡର କୌଣସି ସଙ୍କେତ ଦେଖିଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଅଗ୍ନିକାଣ୍ଡ ରୋକିବା ସହ ଯାତ୍ରୀମାନଙ୍କ ପାଇଁ ନିରାପଦ ଓ ସୁରକ୍ଷିତ ରେଳଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବ ତଟ ରେଳପଥ ଲକ୍ଷ୍ୟ ରଖିଛି।

ଅଗ୍ନି ନିରାପତ୍ତା ଅଭିଯାନ ଦୀପାବଳି ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନୀ ସର୍ଭେରେ ସ୍ୱଚ୍ଛତା ଓ ନିର୍ଭୁଲତାକୁ ଗୁରୁତ୍ୱ: ଘରକୁ ଘର ବୁଲି ସ୍ଥିତି ପରଖିଲେ ଅତିରିକ୍ତ ସଚିବ

November 6, 2026

ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

November 6, 2026

ଫେବୃଆରୀ ୧୬ରୁ CBSE ବୋର୍ଡ ପରୀକ୍ଷା, ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟସିଟ୍; ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

November 6, 2026

ସିଡିଓଙ୍କୁ ହତ୍ୟା ଧମକ ମାମଲା: ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ଥାନାରେ ଏତଲା

November 6, 2026
Latest News

ନିର୍ବାଚନୀ ସର୍ଭେରେ ସ୍ୱଚ୍ଛତା ଓ ନିର୍ଭୁଲତାକୁ ଗୁରୁତ୍ୱ: ଘରକୁ ଘର ବୁଲି ସ୍ଥିତି ପରଖିଲେ ଅତିରିକ୍ତ ସଚିବ

November 6, 2026

ଖୋର୍ଦ୍ଧାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

November 6, 2026

ଫେବୃଆରୀ ୧୬ରୁ CBSE ବୋର୍ଡ ପରୀକ୍ଷା, ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟସିଟ୍; ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

November 6, 2026

ଦୀପାବଳି ପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଅଗ୍ନି ନିରାପତ୍ତା ଅଭିଯାନ

November 6, 2026

୨୬ ରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ମାର୍ଚ୍ଚ: ସୋନିଆ-ରାହୁଲଙ୍କ ସହ ବିରୋଧୀ ନେତା ହେବେ ସାମିଲ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.