Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୬.୮୬ ଲକ୍ଷ ଟଙ୍କା ହଡ଼ପ ମାମଲା: ଶେଷରେ ଧରାପଡ଼ିଲେ ଫେରାର ସରପଞ୍ଚ, ପୁରୁଷ ବନ୍ଧୁଙ୍କ ସହ ଜେଲ୍‌ ଗଲେ!
ଆଜିର ଖବର

୪୬.୮୬ ଲକ୍ଷ ଟଙ୍କା ହଡ଼ପ ମାମଲା: ଶେଷରେ ଧରାପଡ଼ିଲେ ଫେରାର ସରପଞ୍ଚ, ପୁରୁଷ ବନ୍ଧୁଙ୍କ ସହ ଜେଲ୍‌ ଗଲେ!

November 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ପଞ୍ଚାୟତ ଉନ୍ନୟନ ପାଇଁ ଆସିଥିବା ସରକାରୀ ଅର୍ଥରେ ହେରଫେର ଅଭିଯୋଗ। ପାଖାପାଖି ୪୭ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଶେଷରେ ପୁଲିସ ହାତରେ ଧରାପଡ଼ିଲେ ଫେରାର ସରପଞ୍ଚ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ମହିଳା ସରପଞ୍ଚ ସରୋଜିନୀ ନାୟକ ଓ ତାଙ୍କ ପୁରୁଷ ବନ୍ଧୁ ରଞ୍ଜନ କୁମାର ଓଝାଙ୍କୁ ପୁଲିସ ଗିରଫ କରିଛି। ଭୁବନେଶ୍ୱରରୁ ଉଭୟଙ୍କୁ ଧରିବା ପରେ କୁଜଙ୍ଗ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଏହି ଘଟଣାରେ ପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ରଘୁନାଥ ଚମ୍ପିଆ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏବେ ସରପଞ୍ଚଙ୍କ ଗିରଫଦାରୀ ପରେ ୪୬ ଲକ୍ଷ ୮୬ ହଜାର ୨୦୨ ଟଙ୍କା ହେରଫେର ମାମଲା ପୁଣି ଚର୍ଚ୍ଚାକୁ ଆସିଛି।

ଅଭିଯୋଗ ଅନୁସାରେ, ବାଲିଆ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ୪୬ ଲକ୍ଷ ୮୬ ହଜାର ୨୦୨ ଟଙ୍କାକୁ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଳିତ ଭାବେ ଚଞ୍ଚକତା କରି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ବିଭାଗୀୟ ସ୍ତରରେ ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଜଙ୍ଗ ବିଡିଓ ଦୀପକ ପ୍ରସାଦ ସ୍ୱାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆଙ୍କୁ ନିଲମ୍ବନ କରିଥିଲେ। ଏହାପରେ ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ଉଭୟ ସରପଞ୍ଚ ଓ PEOଙ୍କ ବିରୋଧରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା।

ଏତଲା ଆଧାରରେ ମାର୍ଚ୍ଚ ୧୦ ତାରିଖରେ କୁଜଙ୍ଗ ଥାନା ପୁଲିସ କେସ୍‌ ନମ୍ବର ୧୦୧/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହାପରଠାରୁ ସରପଞ୍ଚ ସରୋଜିନୀ ନାୟକ କୁଜଙ୍ଗ ଛାଡ଼ି ଅନ୍ୟତ୍ର ଗୁପ୍ତ ଭାବେ ରହୁଥିବା ଅଭିଯୋଗ ହୋଇଥିଲା।

ଅନ୍ୟପଟେ ଅକ୍ଟୋବର ୨୭ ତାରିଖରେ ପୁଲିସ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆଙ୍କୁ ଗିରଫ କରିଥିଲା। ସରପଞ୍ଚଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିଲା। ଶେଷରେ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରୁ ସରପଞ୍ଚ ସରୋଜିନୀ ନାୟକ ଓ ତାଙ୍କ ପୁରୁଷ ବନ୍ଧୁ ରଞ୍ଜନ କୁମାର ଓଝାଙ୍କୁ ଗିରଫ କରିଥିଲା କୁଜଙ୍ଗ ପୁଲିସ।

ଗିରଫ ପରେ ପୁଲିସ ଉଭୟଙ୍କୁ କୁଜଙ୍ଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଇଥିଲା। ହେଲେ ଅଦାଲତରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସରପଞ୍ଚ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସରକାରୀ ଅର୍ଥର ହେରଫେର ଅଭିଯୋଗରେ ପ୍ରଥମେ PEO ଓ ପରେ ସରପଞ୍ଚଙ୍କ ଗିରଫଦାରୀ ଏବେ ପଞ୍ଚାୟତ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

Balia Panchayat Scam Sarpanch Arrest
Share. Facebook Twitter LinkedIn Email WhatsApp Copy Link

Related Posts

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

November 6, 2026

ଯାତ୍ରୀ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

November 6, 2026
Latest News

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

ବଢ଼ିଲା ୩୧୮ମେଡିକାଲ୍ ପିଜି ସିଟ୍‌: ଥିଲା ୬୨୦, ହେଲା ୯୩୮

November 6, 2026

୪୬.୮୬ ଲକ୍ଷ ଟଙ୍କା ହଡ଼ପ ମାମଲା: ଶେଷରେ ଧରାପଡ଼ିଲେ ଫେରାର ସରପଞ୍ଚ, ପୁରୁଷ ବନ୍ଧୁଙ୍କ ସହ ଜେଲ୍‌ ଗଲେ!

November 6, 2026

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.