ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକାଥରକେ ୭ ଜଣଙ୍କୁ ହତ୍ୟା କରାଯାଇଥିବା ଏକ ଅତ୍ୟନ୍ତ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ପରିବାରରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ୪୫ ବର୍ଷୀୟ କ୍ୟାବ୍ ଚାଳକ ନିଜ ପତ୍ନୀ ଏବଂ ଶାଶୂଘରର ଅନ୍ୟ ୬ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତଙ୍କ ମୃତଦେହ ଜବତ କରି ଏହି ମାମଲାର ଅଧିକ ତାଜନ୍ତ ଜାରି ରଖିଛି। ପୁଲିସ୍ ଅନୁସାରେ ରାଜାଜୀନଗର ଥାନା ଅନ୍ତର୍ଗତ ବାସରୁମ୍ ସର୍କଲ ନିକଟସ୍ଥ ୫୯ତମ କ୍ରସ୍ରେ ଥିବା ଏକ ଆବାସିକ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଇନ୍ଦୁଶେଖର ପ୍ରଥମେ ଏକ ଶିଳପୁଆ (ଗ୍ରାଇଣ୍ଡିଂ ଷ୍ଟୋନ୍) ସାହାଯ୍ୟରେ ନିଜ ପତ୍ନୀ ସୁନୀତାଙ୍କୁ ହତ୍ୟା କରିଥିଲା। ପରେ ମୃତଦେହକୁ କପଡ଼ାରେ ଗୁଡ଼ାଇ ନନ୍ଦୀ ହିଲ୍ସ ନିକଟରେ ଫିଙ୍ଗି ଦେଇଥିଲା। ଏହା ପରେ ସେ କ୍ରମାନ୍ୱୟରେ ନିଜ ଶାଶୂ, ଦୁଇ ଶଳା, ସେମାନଙ୍କ ପତ୍ନୀ ଏବଂ ଜଣେ ସାତ ବର୍ଷର ଭଣଜାକୁ ହତ୍ୟା କରିଥିଲା। ଶୁକ୍ରବାର ବିଳମ୍ବିତ ସମୟରେ ଏହି ଭୟଙ୍କର ଅପରାଧ ସାମ୍ନାକୁ ଆସିଥିଲା। ପୁଲିସ୍ ସମସ୍ତଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଶିଳପୁଆ ଏବଂ ମୃତଦେହ ବୋହିବା ପାଇଁ ବ୍ୟବହୃତ କାରକୁ ପୁଲିସ୍ ଜବତ କରିଛି।


