Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କାର୍ଯ୍ୟରେ ଅବହେଳା ପାଇଁ ଚିଲିକା ବ୍ଲକର ପ୍ରଧାନଶିକ୍ଷକ ନିଲମ୍ବିତ
ରାଜ୍ୟ ଖବର

କାର୍ଯ୍ୟରେ ଅବହେଳା ପାଇଁ ଚିଲିକା ବ୍ଲକର ପ୍ରଧାନଶିକ୍ଷକ ନିଲମ୍ବିତ

November 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Suspended Headmaster Prafulla Kumar Behera
Suspended Headmaster Prafulla Kumar Behera

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମର କାଳିଜାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ପ୍ରଫୁଲ୍ଲ କୁମାର ବେହେରାଙ୍କ ବିରୁଦ୍ଧରେ ସାଂଘାତିକ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି ଅଭିଯୋଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟ ପରିଚାଳନା ଏବଂ ସରକାରୀ ଦାୟିତ୍ୱ ନିର୍ବାହରେ ଅବହେଳା ପ୍ରଦର୍ଶନ କରିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପରିଚାଳନାଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ହିସାବ ନିଷ୍ପତ୍ତି ପ୍ରମାଣପତ୍ର ସମୟାନୁସାରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଉ ନ ଥିଲା। ଏହାବ୍ୟତୀତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରିବା, ବିଭିନ୍ନ ଗଣମାଧ୍ୟମରେ ଏସବୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ଏବଂ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ବାରମ୍ବାର କାରଣ ଦର୍ଶାଅ ନୋଟିସର କୌଣସି ଉତ୍ତର ନ ଦେବା ଆଦି ଘୋର ପ୍ରଶାସନିକ ତ୍ରୁଟିକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି। ଜଣେ ଦାୟିତ୍ୱସମ୍ପନ୍ନ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ଏଭଳି କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶିତ ହେବା ସ୍ଥାନୀୟ ଶିକ୍ଷା ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଶିକ୍ଷା ବିଭାଗର ଏଭଳି ପଦକ୍ଷେପ ଆଗକୁ କାର୍ଯ୍ୟରେ ସ୍ୱଚ୍ଛତା ଓ ଶୃଙ୍ଖଳା ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଖୋର୍ଦ୍ଧା ଜିଲ୍ଲା ପ୍ରଧାନଶିକ୍ଷକ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କ୍ୱାର୍ଟରରୁ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 7, 2026

ଭିଡ଼ ପରିଚାଳନା ଓ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ପୂର୍ବତଟ ରେଳପଥର ଯାତ୍ରୀମାନଙ୍କୁ ନିବେଦନ 

November 7, 2026

ଜିଲ୍ଲା ସ୍ତରୀୟ ସୁରଭି-୨୦୨୬ ସମ୍ପନ୍ନ: କୁନି ପ୍ରତିଭାଙ୍କ ପ୍ରତିଭାରେ ଝଲସିଲା ଖୋର୍ଦ୍ଧା

November 7, 2026

CM Majhi in Keonjhar: କେନ୍ଦୁଝର ତଥା ନିଜ ଜନ୍ମମାଟିର ଉନ୍ନତି ପାଇଁ ଅର୍ଥ ଢାଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

November 7, 2026
Latest News

କାର୍ଯ୍ୟରେ ଅବହେଳା ପାଇଁ ଚିଲିକା ବ୍ଲକର ପ୍ରଧାନଶିକ୍ଷକ ନିଲମ୍ବିତ

November 7, 2026

ସରକାରୀ କ୍ୱାର୍ଟରରୁ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 7, 2026

ଭିଡ଼ ପରିଚାଳନା ଓ ସୁରକ୍ଷା ନିୟମାବଳୀ ପାଳନ କରିବାକୁ ପୂର୍ବତଟ ରେଳପଥର ଯାତ୍ରୀମାନଙ୍କୁ ନିବେଦନ 

November 7, 2026

ବସ୍ତିରେ ଶିଶୁଙ୍କ ସହ ଦୀପାବଳି ପାଳିଲା ବାଲୁଗାଁ ଏବିଭିପି: କୁନି ମୁହଁରେ ଫୁଟିଲା ହସ

November 7, 2026

ଜିଲ୍ଲା ସ୍ତରୀୟ ସୁରଭି-୨୦୨୬ ସମ୍ପନ୍ନ: କୁନି ପ୍ରତିଭାଙ୍କ ପ୍ରତିଭାରେ ଝଲସିଲା ଖୋର୍ଦ୍ଧା

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.