Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀରେ ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ
ଆଜିର ଖବର

ଟାଙ୍ଗୀରେ ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ

November 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟାଙ୍ଗୀରେ ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ
ଟାଙ୍ଗୀରେ ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌)ର କ୍ଷେତ୍ର ବିଜ୍ଞାନ ବିଭାଗ, ବିଶ୍ୱ ଜୀବନ ସେବା ସଂଘ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାର ଅନ୍ତର୍ଗତ ଗୋପାଳପ୍ରସାଦ ଗ୍ରାମରେ ମାଣ୍ଡିଆ ଦିବସ-୨୦୨୬ ପାଳିତ ହୋଇଯାଇଛି।

ଏହି ଅବସରରେ ମାଣ୍ଡିଆର ପୁଷ୍ଟିକର ଗୁଣ, ସ୍ୱାସ୍ଥ୍ୟ ଉପକାରିତା, ବୈଜ୍ଞାନିକ ପଦ୍ଧତିରେ ଚାଷ ଏବଂ ଏହାର ଆର୍ଥିକ ଓ ବାଣିଜ୍ୟିକ ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ଅତିଥିମାନେ ମାଣ୍ଡିଆ ଓ ଲଘୁ ଶସ୍ୟ ଆଧାରିତ ପ୍ରଦର୍ଶନୀ ଉଦ୍‌ଘାଟିତ କରାଯାଇଥିବା ବେଳେ କୃଷିକ୍ଷେତ୍ର ପରିଦର୍ଶନ ମଧ୍ୟ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମାଣ୍ଡିଆରେ ପୋଷକ ଗୁଣ, ଚାଷ ପ୍ରଣାଳୀ, ଆର୍ଥିକ ଲାଭ ଓ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଏହାର ଅନୁକୂଳ ପ୍ରଭାବ ପଡିଥାଏ। କେବଳ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକାର ନୁହେଁ ବରଂ ଏହାର ଚାହିଦା ବର୍ତମାନ ବହୁମାତ୍ରାରେ ବଢିବାକୁ ଲାଗୁଛି।

ମାଣ୍ଡିଆକୁ କିପରି ଚାଷ କରିବା ଏବଂ ଅମଳ କରିବାରେ କଣ ସବୁ ସମସ୍ୟା ଦେଖାଯାଉଛି ତାହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ବୋଲି ସେ ଚାଷୀମାନଙ୍କୁ ଆହ୍ୱାନ ଦେବା ସହିତ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।

ସେହିପରି କନ୍ଧମାଳର ଅବସରପ୍ରାପ୍ତ ଉପକୃଷି ନିର୍ଦ୍ଦେଶକ ବିଜୟ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର, ଓଡିଶା ବିଶ୍ୱ ଜୀବନ ସେବା ସଂଘର ସାଧାରଣ ସମ୍ପାଦକ ବୈଦ୍ୟନାଥ ବରାଳ ଓ ଟାଙ୍ଗୀ ସ୍ଥିତ ଗୋପାଳପ୍ରସାଦ ଗ୍ରାମର ସରପଂଚ ପ୍ରିୟମ୍ବଦା ବେହେରା ଯୋଗଦେଇ ମାଣ୍ଡିଆର ପୋଷଣୀୟ ମୂଲ୍ୟ, ମାନବ ସ୍ୱାସ୍ଥ୍ୟ ପାଇଁ ଏହାର ଉପାଦେୟତା ଏହାକୁ କିପରି ଉନ୍ନତ ଚାଷୀ ପ୍ରଣାଳୀ ତଥା କୃଷକଙ୍କ ଆୟ ବୃଦ୍ଧି ଓ ବଜାର ସମ୍ଭାବନାରେ ଏହାର ଭୂମିକା ବିଷୟରେ ନିଜ ନିଜର ମତାମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ଏକ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ‘ବୈଜ୍ଞାନିକ ପ୍ରଣାଳୀରେ ଲଘୁଶସ୍ୟ ଚାଷ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ପ୍ରଗତିଶୀଳ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସହିତ ମାଣ୍ଡିଆ ଚାଷର ବିଭିନ୍ନ ବୈଜ୍ଞାନିକ ଦିଗ ଉପରେ ଆଲୋଚନା ଓ କୃଷକମାନଙ୍କ ମତ ବିନିମୟ କରାଯାଇଥିଲା।

ଏହି ଅବସରରେ ଶସ୍ୟ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ର୍ରଫେସର ବାସୁଦେବ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ଦିବସ ମୁଖ୍ୟ ଉଦ୍ଦେଶ୍ୟ ଓ ଏହାର ମହତ୍ୱ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ଶସ୍ୟ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଟାଙ୍ଗୀ ମାଣ୍ଡିଆ ଦିବସ-୨୦୨୬ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଜଗତପୁରରେ ଅବକାରୀ ଚଢ଼ାଉ: ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

November 10, 2026

ଟିମ୍ ଇଣ୍ଡିଆରୁ ୩ ଖେଳାଳି ବାହାର: ୪ର୍ଥ ଦିନିକିଆ ପାଇଁ ତିଲକ-କୁଶାଗ୍ରଙ୍କ ଏଣ୍ଟ୍ରି

November 10, 2026

ଖୋଲିଲା ମା’ ଭଗବତୀଙ୍କ ବାହାର ହୁଣ୍ଡି: ଜାଣନ୍ତୁ ସଂପୂର୍ଣ୍ଣ ଦାନ ପରିମାଣ

November 10, 2026

ଚିଲିକାକୁ ବେଆଇନ ଘେରିମୁକ୍ତ କରିବା ପାଇଁ ଭଙ୍ଗାଗଲା ଶହ ଶହ ଚିଙ୍ଗୁଡ଼ି ଘେରି

November 10, 2026
Latest News

ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

November 10, 2026

ଜଗତପୁରରେ ଅବକାରୀ ଚଢ଼ାଉ: ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

November 10, 2026

ଟିମ୍ ଇଣ୍ଡିଆରୁ ୩ ଖେଳାଳି ବାହାର: ୪ର୍ଥ ଦିନିକିଆ ପାଇଁ ତିଲକ-କୁଶାଗ୍ରଙ୍କ ଏଣ୍ଟ୍ରି

November 10, 2026

ଖୋଲିଲା ମା’ ଭଗବତୀଙ୍କ ବାହାର ହୁଣ୍ଡି: ଜାଣନ୍ତୁ ସଂପୂର୍ଣ୍ଣ ଦାନ ପରିମାଣ

November 10, 2026

ଟାଙ୍ଗୀରେ ସୋଆ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.