Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ
ଆଜିର ଖବର

ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ

November 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ
ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ

ନୂଆଦିଲ୍ଲୀ: ଚୀନର କିଛି ଭ୍ଲଗର ତଥା ଲାଇଭ୍‍ ଷ୍ଟ୍ରିମର ଭାରତ ବିରୋଧରେ ଜାଣି ଶୁଣି ନକାରାତ୍ମକ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେମାନେ ବାଂଲାଦେଶର ଢାକାସ୍ଥିତ କିଛି ବସ୍ତି ତଥା ସହରତଳି ଦାରିଦ୍ର୍ୟ ପ୍ରପୀଡ଼ିତ ଅଞ୍ଚଳକୁ ଭାରତର ଅଂଶ ବିଶେଷ ବୋଲି ନିଜ ଭିଡିଓରେ ଉପସ୍ଥାପନ କରୁଛନ୍ତି। ଏପରିକି ସେମାନଙ୍କ ଜୀବନଶୈଳୀ, ଦାରିଦ୍ର୍ୟତା, ପରିଷ୍କାର ପରିଚ୍ଛନ୍ନତା ଓ ଖାଦ୍ୟ ପେୟ ଅଭ୍ୟାସକୁ ଭାରତର ବୋଲି ଆକ୍ଷେପମୂଳକ ମନ୍ତବ୍ୟ ଦେଇ ବିଭ୍ରାନ୍ତ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।  ଭାରତର ଜୀବନଶୈଳୀ, ପରିଷ୍କାର-ପରିଚ୍ଛନ୍ନତା, ଖାଦ୍ୟପେୟ ଅଭ୍ୟାସ ଏବଂ ଗରିବୀ ବିଷୟରେ ଆକ୍ଷେପମୂଳକ ମନ୍ତବ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଗୁଜବ ପ୍ରଚାର, ତଥ୍ୟ ଓ ଛବିର ବିକୃତୀକରଣ ଏବଂ ଡିଜିଟାଲ୍‍ ମିଡିଆରେ ସମ୍ବେଦନଶୀଳତା ସୃଷ୍ଟିର ଉଦ୍ୟମ ବୋଲି ଅଭିଯୋଗ ହୋଇଛି।

ଡିଜିଟାଲ୍‍ ମିଡିଆରେ ଭୌଗୋଳିକ ସ୍ଥାନର ଉଦ୍ଦେଶ୍ୟମୂଳକ ଭୁଲ୍ ଉପସ୍ଥାପନା ଏବଂ ଆନ୍ତର୍ଜାତିକ ଦର୍ଶକଙ୍କ ମଧ୍ୟରେ ଭାରତ ବିଷୟରେ ନକାରାତ୍ମକ ଧାରଣା ସୃଷ୍ଟି କରିବା ପାଇଁ ଏସବୁ ବିଭ୍ରାନ୍ତିକର ଡିଜିଟାଲ୍ ସୂଚନାର ସମ୍ଭାବ୍ୟ ବ୍ୟବହାରକୁ ନେଇ ଭାରତ ଗମ୍ଭୀର ଚିନ୍ତା ପ୍ରକଟ  କରିଛି। ସମ୍ବେଦନଶୀଳ କରାଯାଇଥିବା ତଥ୍ୟର ସତ୍ୟତା ଯାଞ୍ଚ ହେବା ପୂର୍ବରୁ ତାହା ବିଶାଳ ଦର୍ଶକଙ୍କ ନିକଟରେ ପହଞ୍ଚିଯାଉଥିବା ଅଭିଯୋଗ ହୋଇଛି।

ଏପରି ଘଟଣା ଥରେ ବା ଦୁଇଥର ନୁହେଁ, ବାରମ୍ବାର ପ୍ରସାରଣ କରାଯାଉଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ,  ଢାକାର ଟେକପାରା ଏବଂ ଉତ୍ତରା ଅଞ୍ଚଳରେ ପ୍ରାୟ ୧୫୦ ଜଣ ଚୀନ୍ ନାଗରିକ ସୁଟିଂ ଏବଂ ଲାଇଭ୍‌ଷ୍ଟ୍ରିମିଂରେ ସାମିଲ ରହିଛନ୍ତି। ଏହି କାର୍ଯ୍ୟକଳାପ ଅନେକ ମାସ ଧରି ଚାଲିବା ସହ ଷ୍ଟ୍ରିମର୍‌ମାନେ ସକାଳୁ ରାତି ପର୍ଯ୍ୟନ୍ତ ସକ୍ରିୟ ରହୁଥିବା ରିପୋର୍ଟରେ କୁହାଯାଇଛି। କେତେକ ଉଦାହରଣ ନିମ୍ନରେ ଉଲ୍ଲେଖ କରାଗଲା:

ଚୀନ୍‌ର ସିଚୁଆନ୍ ପ୍ରଦେଶର ବୋଲି ଦାବି କରୁଥିବା ‘ମିଆନ୍‌ମିଆନ୍’ ନାମକ ଜଣେ ଚୀନ୍ ନାଗରିକଙ୍କୁ ନଭେମ୍ବର ୧ ତାରିଖରେ ଢାକାର ଉତ୍ତରା ସେକ୍ଟର ୧୨ ରେ ଥିବା ଏକ କେନାଲ ପାଖରେ ଲାଇଭ୍‌ଷ୍ଟ୍ରିମିଂ କରୁଥିବାର ଦେଖାଯାଇଥିଲା। ତାଙ୍କର ଅନଲାଇନ୍ ଦର୍ଶକଙ୍କୁ ସେହି ଅଞ୍ଚଳ ଦେଖାଇବା ସମୟରେ, ସେ ସେହି ସ୍ଥାନକୁ ଭାରତର ନୂଆଦିଲ୍ଲୀ ବୋଲି ପରିଚୟ ଦେଇଥିଲେ ଏବଂ ଘରଗୁଡ଼ିକ ଓ ଆଖପାଖ ଅଞ୍ଚଳକୁ ନୋଙ୍ଗରା, ଅବିକଶିତ ଏବଂ ଅସ୍ୱାସ୍ଥ୍ୟକର ବୋଲି ବର୍ଣ୍ଣନା କରିଥିଲେ। ଏହି ଘଟଣା କେବଳ ବାଂଲାଦେଶର ଭୌଗୋଳିକ ସ୍ଥାନକୁ ଭାରତୀୟ ଭୂଖଣ୍ଡ ଭାବରେ ଉଦ୍ଦେଶ୍ୟମୂଳକ ଭୁଲ୍ ଉପସ୍ଥାପନା କରିବା ନୁହେଁ, ବରଂ ଆନ୍ତର୍ଜାତିକ ଦର୍ଶକଙ୍କ ଆଗରେ ଭାରତର ସହରୀ ଜୀବନଶୈଳୀର ବିଭ୍ରାନ୍ତିକର ଚିତ୍ରଣକୁ ନେଇ ମଧ୍ୟ ଚିନ୍ତା ବଢ଼ାଉଛି।

ଅନ୍ୟ ଜଣେ ଚୀନ୍ ନାଗରିକ ଢାକାର ଟେକପାରା ଅଞ୍ଚଳର ଚା’ ଦୋକାନରୁ ଲାଇଭ୍‌ଷ୍ଟ୍ରିମିଂ କରିବା ସମୟରେ, ସ୍ଥାନୀୟ ବାସିନ୍ଦାମାନେ ପିଉଥିବା ଚା’ “ଗୋ ମୂତ୍ର” ବ୍ୟବହାର କରି ପ୍ରସ୍ତୁତ କରାଯାଉଛି ବୋଲି ଏକ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ। ଏହି ଭିଡିଓଗୁଡ଼ିକରେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଶୈଳୀ ବିଷୟରେ ନିନ୍ଦନୀୟ ଟିପ୍ପଣୀ ରହିଛି, ଯେଉଁଥିରେ ଖରାପ ପରିଷ୍କାର-ପରିଚ୍ଛନ୍ନତା, ଅପର୍ଯ୍ୟାପ୍ତ ସ୍ୱଚ୍ଛତା ଏବଂ ନିମ୍ନମାନର ଜୀବନଶୈଳୀ ବିଷୟରେ ବାରମ୍ବାର ଉଲ୍ଲେଖ କରାଯାଇଛି।

ସମ୍ପ୍ରତି ଆସିଥିବା ରିପୋର୍ଟଗୁଡ଼ିକ କୌଣସି ବିଚ୍ଛିନ୍ନ ଘଟଣା ନୁହେଁ, କାରଣ ମେ ୨୦୨୬ରୁ ଢାକାର ଆର୍ଥିକ ଦୃଷ୍ଟିରୁ ପଛୁଆ ଅଞ୍ଚଳଗୁଡ଼ିକରେ ଚୀନ୍ କଣ୍ଟେଣ୍ଟ କ୍ରିଏଟରମାନେ ସୁଟିଂ କରୁଥିବା ନେଇ ରିପୋର୍ଟ ସାମ୍ନାକୁ ଆସୁଛି।

ଜଣେ ସ୍ଥାନୀୟ ବାଂଲାଦେଶୀ ଗାଇଡ୍ ଋତୁ ଅଖ୍‍ତାର ପ୍ରକାଶ କରିଛନ୍ତି ଯେ ଚୀନ୍ ନାଗରିକମାନଙ୍କୁ ସହଯୋଗ କରିବା ବଦଳରେ ସେ ପ୍ରତିଦିନ ୭୦୦ ରୁ ୮୦୦ ଟାକା ରୋଜଗାର କରୁଥିଲେ। ସେ ଏହା ମଧ୍ୟ ସୂଚିତ କରିଛନ୍ତି ଯେ ଅନ୍ୟ ସ୍ଥାନୀୟ ମହିଳାମାନେ ମଧ୍ୟ ଏହିପରି କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ବିବରଣୀଗୁଡ଼ିକରୁ ଜଣାପଡ଼େ ଯେ ଏହି କାର୍ଯ୍ୟକଳାପରେ ଲାଇଭ୍‌ଷ୍ଟ୍ରିମିଂ, ଦର୍ଶକଙ୍କ ସଂପୃକ୍ତି ଏବଂ ପ୍ରଡକ୍ଟ ପ୍ରମୋସନ୍ (ଉତ୍ପାଦ ପ୍ରଚାର) ସମ୍ବନ୍ଧୀୟ ଏକ ବାଣିଜ୍ୟିକ ଦିଗ ମଧ୍ୟ ଜଡ଼ିତଥାଇପାରେ।  ଲଗାତାର ଭାବେ ସ୍ୱଳ୍ପ ଆୟକାରୀ ଅଞ୍ଚଳରେ ଚୀନ୍ କଣ୍ଟେଣ୍ଟ କ୍ରିଏଟରମାନଙ୍କର ବାରମ୍ବାର ଉପସ୍ଥିତି, ଭୌଗୋଳିକ ଭୁଲ୍ ଉପସ୍ଥାପନା ଏବଂ ଅନଧିକାର ପ୍ରବେଶପୂର୍ବକ ସୁଟିଂ ପ୍ରଭୃତି ଭାରତର ଆନ୍ତର୍ଜାତିକ ଭାବମୂର୍ତ୍ତିକୁ ଲକ୍ଷ୍ୟ କରି କ୍ରମାଗତ ଅପପ୍ରଚାର କରିବାର ପ୍ରବୃତ୍ତିକୁ ସୂଚାଉଛି।

ଚୀନର ଏହି ଭିଡିଓ ଭ୍ଲଗର ତଥା ଲାଇଭ ଷ୍ଟ୍ରିମର ମାନେ ନିଜର ଭିଡିଓକୁ ମୁଖ୍ୟତଃ ଚୀନର ନିଜସ୍ୱ ଭିଡିଓ ପ୍ଲାଟଫର୍ମ ଡୋୟିନ ଏବଂ ମେସେଜିଂ ପ୍ଲାଟଫର୍ମ ଓ୍ୱଇଚାଟରେ ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି।

ପ୍ରସାରିତ ରିପୋର୍ଟ ଏବଂ ଅନୁସନ୍ଧାନରୁ ଏହା ସ୍ପଷ୍ଟ ଯେ,  ସଂଗଠିତ ଭାବେ ଭାରତ-ବିରୋଧୀ ଅପପ୍ରଚାର ଲାଗି ଏପରି ଭିଡିଓ ପ୍ରସ୍ତୁତ କରାଯାଉଛି। ଏଥିରେ ମୁଖ୍ୟ ସମସ୍ୟା କେବଳ ଦାରିଦ୍ର୍ୟ ବିଷୟରେ ସୁଟିଂ କରିବା ନୁହେଁ, ବରଂ ଅନ୍ୟ ଏକ ଦେଶର ସ୍ଥାନ ଏବଂ ଜୀବନଶୈଳୀକୁ ଉଦ୍ଦେଶ୍ୟମୂଳକ ଭାବରେ ଭାରତର ବୋଲି ଦର୍ଶାଇବା ସହିତ ଆକ୍ଷେପମୂଳକ ଟିପ୍ପଣୀ ଦେବା, ଯାହା ଆନ୍ତର୍ଜାତିକ ଦର୍ଶକଙ୍କ ମଧ୍ୟରେ ଭାରତୀୟ ସମାଜ ପ୍ରତି ଥିବା ଧାରଣାକୁ ପ୍ରଭାବିତ କରିପାରେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026
Latest News

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.