Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ
ଆଜିର ଖବର

ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

November 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆଜି ଓଡ଼ିଶା କ୍ଷେତ୍ର ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଅଧିକାରୀମାନେ ନିଜ ନିଜ ବିଭାଗର ଉପଲବ୍ଧି ବିଷୟରେ ସୂଚନା ଦେବା ସହିତ ପ୍ରଚାର କାର୍ଯ୍ୟକ୍ରମ ଏବଂ ଗଣ ଯୋଗାଯୋଗରେ ସମନ୍ୱୟକୁ ସୁଦୃଢ଼ କରିବାର ବିଭିନ୍ନ ମାର୍ଗ ବିଷୟରେ ମତବିନିମୟ କରିଥିଲେ।

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ତଥା ଆଇଏମପିସିସି ଅଧ୍ୟକ୍ଷ ଶ୍ରୀ ଅଖିଳ କୁମାର ମିଶ୍ର ବୈଠକରେ ସଭାପତିତ୍ୱ କରିଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମିତିର ସଦସ୍ୟମାନେ ସମନ୍ୱୟକୁ ମଜବୁତ କରିବା, ଲୋକ ସମ୍ପର୍କରେ ସୁଧାର ଆଣିବା ଏବଂ ବିଭିନ୍ନ ଗଣମାଧ୍ୟମ ମଞ୍ଚ ଜରିଆରେ ସଠିକ୍‌ ଏବଂ ସମୟୋପଯୋଗୀ ସୂଚନାର ପ୍ରଚାରପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶାରେ ଆଇଏମପିସିସିର ପ୍ରାୟ ପାଞ୍ଚ ଦଶନ୍ଧି ବ୍ୟାପୀ ଇତିହାସ ରହିଛି। ତେବେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଲାଗି ସଦସ୍ୟ ସଂଗଠନଗୁଡ଼ିକ ମଧ୍ୟରେ ଦୃଢ଼ ସମନ୍ୱୟର ଆବଶ୍ୟକତା ରହିଛି । ଆଲବର୍ଟ କାମୁଙ୍କ ଉପନ୍ୟାସ “ଦି ପ୍ଲେଗ୍” ଏବଂ କୋଭିଡ଼-୧୯ ସମୟରେ ଯୋଗାଯୋଗ କ୍ଷେତ୍ରରେ ଦେଖା ଦେଇଥିବା ଆହ୍ୱାନ ବିଷୟରେ ଉଲ୍ଲେଖ କରି, ସେ କହିଥିଲେ, ସହାନୁଭୂତି, ଅର୍ଥପୂର୍ଣ୍ଣ ଆଲୋଚନା, ସ୍ୱଚ୍ଛତା ଏବଂ ସମୟୋଚିତ ସୂଚନା ବିତରଣ ପ୍ରଭାବୀ ଲୋକ ସମ୍ପର୍କ ପାଇଁ ଅତି ଆବଶ୍ୟକ । ସେ ସଦସ୍ୟମାନଙ୍କୁ ଯୋଗାଯୋଗ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାକୁ ପରାମର୍ଶ ଦେଇଥିଲେ । ଏହାସହିତ ଲୋକଙ୍କ ଚିନ୍ତାକୁ ବୁଝିବା ଏବଂ ସରକାରୀ ପଦକ୍ଷେପଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ଏକାଠି କାମ କରିବାକୁ ଅନୁରୋଧ କରିଥିଲେ।

ପ୍ରଫେସର ବେହେରା କହିଥିଲେ, ଭାରତୀୟ ଜ୍ଞାନ ପରମ୍ପରା ଉପରେ ଧ୍ୟାନ ଦେଇ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ୨୦୨୩ ଅଧୀନରେ ନୂତନ ପାଠ୍ୟପୁସ୍ତକଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହାର ପ୍ରଚାରପ୍ରସାରରେ ଗଣମାଧ୍ୟମ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣରେ ପିଆଇବି, ଆକାଶବାଣୀ ଏବଂ ଦୂରଦର୍ଶନର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ପ୍ରତିଷ୍ଠାନର ଶିକ୍ଷାଗତ, ଗବେଷଣା ଏବଂ ତାଲିମ କାର୍ଯ୍ୟକ୍ରମର ପ୍ରଚାରରେ ସେମାନଙ୍କର ସହଯୋଗ କାମନା କରିଥିଲେ।

ଏହି ବୈଠକ ସଦସ୍ୟ ସଂଗଠନଗୁଡ଼ିକୁ ସେମାନଙ୍କର ସାମ୍ପ୍ରତିକ ଜନସମ୍ପର୍କ ପଦକ୍ଷେପ, ସଫଳ ଯୋଗାଯୋଗ ମଡେଲ ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥିଲା। ବିଭିନ୍ନ ଗଣମାଧ୍ୟମ ମଞ୍ଚ ମାଧ୍ୟମରେ ସରକାରୀ ସୂଚନା ଏବଂ ବାର୍ତ୍ତାଗୁଡ଼ିକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବା ପାଇଁ ସଂଗଠନଗୁଡ଼ିକରେ ସେମାନଙ୍କର ସମ୍ଭାବ୍ୟ ପ୍ରୟୋଗ ବିଷୟରେ ଆଲୋଚନା କରିଥିଲା।

ଏହି ବୈଠକରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ, ଡକ୍ଟର ରାଜଶ୍ରୀ ଭି. ପିଏମ,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ନିର୍ଦ୍ଦେଶିକା ଡଃ ସୁଚିତ୍ରା ସାସମଲ, ଏମଏସଏମଇ ଅତିରିକ୍ତ ନିର୍ଦ୍ଦେଶକ ଜଗଦୀଶ ସାହୁ, ଦୂରସଞ୍ଚାର ବିଭାଗ, ଓଡ଼ିଶା କାର୍ଯ୍ୟାଳୟର ବରିଷ୍ଠ ହିସାବ ଅଧିକାରୀ ଲାଲମୋହନ ମହାପାତ୍ର, ଉଷା ରାଣୀ କାସେରା, ଆସିଷ୍ଟାଣ୍ଟ ଆକାଉଣ୍ଟସ୍ ଅଫିସର, ସିସିଏ କାର୍ଯ୍ୟାଳୟ, ଓଡିଶା, ଭୁବନେଶ୍ୱର; ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ଏଏଓ, ସିସିଏ କାର୍ଯ୍ୟାଳୟ, ଓଡିଶା; ଡ ଦେବାଶିଷ ମହାପାତ୍ର, ସହକାରୀ ପ୍ରାଧ୍ୟାପକ, ଆରଆଇଇ, ଏନସିଆରଟି, ଭୁବନେଶ୍ୱର; ମନୋଜ କୁମାର ଜାଲି, ଉପନିର୍ଦ୍ଦେଶକ, ପିଆଇବି, ଭୁବନେଶ୍ୱର; ରୀତାଞ୍ଜଳି ଦାଶ, ଡକ୍ଟର ମାନସୀ ଗୋସ୍ୱାମୀ ଏବଂ ପ୍ରଫେସର ରମାକାନ୍ତ ମାହାଲିକ ଆରଆଇଇ, ଭୁବନେଶ୍ୱର; ଅଜିତ କୁମାର, ଆଞ୍ଚଳିକ ନିର୍ଦ୍ଦେଶକ, ଏନଏସଏ, ଭୁବନେଶ୍ୱର; ଡକ୍ଟର ସୌରଭ ଗୁପ୍ତା, ସହାୟକ ପ୍ରାଧ୍ୟାପକ ତଥା ମୁଖ୍ୟ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା, କୋରାପୁଟ; ଡକ୍ଟର ଅଭିଷେକ ମିଶ୍ର, ଉପନିର୍ଦ୍ଦେଶକ, ସମାଚାର, ଦୂରଦର୍ଶନ, ଭୁବନେଶ୍ୱର; ସୁଦର୍ଶନ ସାହୁ, ସମାଚାର ସମ୍ପାଦକ, ଆରଏନୟୁ, ଦୂରଦର୍ଶନ, ଭୁବନେଶ୍ୱର; ନିର୍ମାଲ୍ୟ ବେହେରା, ସମାଚାର ସମ୍ପାଦକ, ଆରଏନୟୁ, ଆକାଶବାଣୀ, କଟକ;  ଡକ୍ଟର ପ୍ରଭାତ କୁମାର ଜେନା, ଆଞ୍ଚଳିକ ନିର୍ଦ୍ଦେଶକ, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର; ସର୍ବେଶ୍ୱର ନାୟକ, ସହକାରୀ ନିର୍ଦ୍ଦେଶକ, ଏନଏସିଆଇଏନ, ଜେଡଟିଆଇ, ଭୁବନେଶ୍ୱର; ଡକ୍ଟର ବିବେକ ତିୱାରୀ, ସହକାରୀ ପ୍ରାଧ୍ୟାପକ, ଆଇଜର୍, ବ୍ରହ୍ମପୁର; ତପନ କୁମାର ରାହୁଲ, ଆଞ୍ଚଳିକ ଉପ-ରୋଜଗାର ଅଧିକାରୀ, ଏନଏସଏସସି ଏସସି/ଏସଟି, ଭୁବନେଶ୍ୱର; ସନାତନ ଦାସ, ସହକାରୀ ନିର୍ଦ୍ଦେଶକ (ରୋଜଗାର), ଏନସିଏସଡିଏ, ଡିଜିଇ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ; ସସ୍ମିତା ପାଇକରାୟ, କ୍ଷେତ୍ର ପ୍ରଚାର ଅଧିକାରୀ, ସିବିସି, ଭୁବନେଶ୍ୱର; ବିକାଶ ରଞ୍ଜନ ଦଳାଇ, ସୂଚନା ସହାୟକ, ପିଆଇବି, ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।

ଆରମ୍ଭରେ, ଆଇଏମ୍‌ପିସିସିର ସଦସ୍ୟ ସଚିବ ତଥା ସିବିସିର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇଲେ ଏବଂ ବୈଠକର ଉଦ୍ଦେଶ୍ୟ ତଥା ଆଗାମୀ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ। ସଦସ୍ୟମାନେ ଆଗାମୀ ଆଇଏମପିସିସି ବୈଠକର ବିଷୟବସ୍ତୁ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ନିଜର ମତାମତ ଆଦାନପ୍ରଦାନ କରିଥିଲେ। ଭୁବନେଶ୍ୱର ଆରଆଇଇର ​​ସହକାରୀ ପ୍ରାଧ୍ୟାପକ ଡକ୍ଟର ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅଖିଳ ମିଶ୍ର ଆଇଏମପିସିସି ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ପିଆଇବି ଏଡିଜି ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ

November 11, 2026

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026

ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

November 11, 2026
Latest News

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ

November 11, 2026

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026

ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

November 11, 2026

Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.