ନୂଆଦିଲ୍ଲୀ: ACC ଅଣ୍ଡର୍-୧୯ ୟୁଥ୍ ଏସିଆ କପ୍ରେ ଭାରତ ଶେଷ ଗ୍ରୁପ୍ ମ୍ୟାଚ୍ରେ UAE କୁ ୭୦ ରନ୍ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରି ନେଇଛି।
ଭାରତର ବଡ଼ ସ୍କୋର:
ପ୍ରଥମେ ବ୍ୟାଟିଂ କରି ଭାରତ ୩୦୯ ରନ୍ କରିଥିଲା। ଏଥିରେ ଆର୍ଯ୍ୟବୀର ସେହୱାଗ୍ ୧୬୮ ବଲ୍ରେ ୧୬୦ ରନ୍ର ଧୂଆଁଧାର ଇନିଂସ୍ ଖେଳିଥିଲେ – ୧୭ ଚୌକା ଓ ୭ ଛକା! ଜବାବରେ UAE ମାତ୍ର ୨୩୯ ରନ୍ କରିପାରିଥିଲା।
ବୋଲିଂରେ କମାଲ୍:
ଭାରତ ପାଇଁ ଈଶାନ ଧୀରଜ ସୂଦ୍ ସର୍ବାଧିକ ୪ ୱିକେଟ୍ ନେଇଥିଲେ – ୭ ଓଭରରେ ୩୭ ରନ୍। ମୈନାଲ୍ ଚୌହାନ, ମୋହିତ, ପରେଶ ପଟେଲ, ଯଶବର୍ଦ୍ଧନ, ଆର୍ଯ୍ୟନ୍ ଓ ଅର୍ଜୁନ ରାଜପୁତ୍ ୧-୧ ୱିକେଟ୍ ନେଇଥିଲେ। ଆର୍ଯ୍ୟବୀର ସେହୱାଗ୍ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ।
ଗ୍ରୁପ୍ ସ୍ଥିତି:
ଗ୍ରୁପ୍ A: ପାକିସ୍ତାନ ଟପ୍ – ୩ରୁ ୩ ଜିତିଛି, ଭାରତକୁ ମଧ୍ୟ ହରାଇଥିଲା। ଭାରତ ୨ଟି ଜିତି ଦ୍ୱିତୀୟ ସ୍ଥାନରେ ଅଛି।
ଗ୍ରୁପ୍ B: ଆଫଗାନିସ୍ତାନ ଟପ୍ – ୩ରୁ ୩ ଜିତିଛି। ବାଂଲାଦେଶ ୨ଟି ଜିତି ଦ୍ୱିତୀୟ। ଶ୍ରୀଲଙ୍କା ଓ ମାଲେସିଆ ବାହାର।
ସେମିଫାଇନାଲ୍ କାହା ସହ?
ଭାରତ ବନାମ ଆଫଗାନିସ୍ତାନ – ଗୁରୁବାର, ୧୨ ନଭେମ୍ବର
ପାକିସ୍ତାନ ବନାମ ବାଂଲାଦେଶ – ସେହି ଦିନ
ଫାଇନାଲ୍ – ଶନିବାର, ୧୪ ନଭେମ୍ବର
ଆଫଗାନିସ୍ତାନ ଗ୍ରୁପ୍ରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ, ତେଣୁ ସେମି ହେବ କଡ଼ା ଟକ୍କର!


