ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ରାମାୟଣ’ ଏବେ ବକ୍ସ ଅଫିସରେ ଧୂଆଁ ଧାର ରୋଜଗାର କରିଚାଲିଛି। ଏବେ ଫିଲ୍ମକୁ ମିଳିଛି ଆଉ ଏକ ବଡ଼ ଖୁସି ଖବର।
‘ରାମାୟଣ: ପାର୍ଟ ୧’ ଏବେ ଓସ୍କାର ୨୦୨୭ ଦୌଡ଼ରେ ସାମିଲ ହୋଇଯାଇଛି। ଫିଲ୍ମ ନିର୍ମାତାମାନେ ଏହାକୁ ୯୯ ତମ ଏକାଡେମୀ ଆୱାର୍ଡସ୍ ରେ ବିଚାର ପାଇଁ ପଠାଇଛନ୍ତି। ଏହା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ି ଯାଇଛି। ରଣବୀର କପୁର, ୟଶ୍, ସାଈ ପଲ୍ଲବୀ ଏବଂ ରବି ଦୁବେଙ୍କ ଏହି ଫିଲ୍ମର ଆକ୍ସନ, ଭିଏଫଏକ୍ସ, ଏଡିଟିଂ ଏବଂ ନିର୍ଦ୍ଦେଶନାକୁ ଖୁବ୍ ପ୍ରଶଂସା ମିଳୁଛି।
ଓସ୍କାରରେ କେମିତି ଯିବ ‘ରାମାୟଣ’?
ବିଶେଷ କଥା ହେଲା, ଏ ବର୍ଷ ମରାଠୀ ଫିଲ୍ମ ‘ଗୋନ୍ଧଳ’ କୁ ଭାରତ ତରଫରୁ ଅସ୍କାରର ଇଣ୍ଟରନ୍ୟାସନାଲ୍ ଫିଚର୍ ଫିଲ୍ମ କ୍ୟାଟେଗୋରୀ ପାଇଁ ଅଫିସିଆଲ୍ ଏଣ୍ଟ୍ରି ଭାବେ ବଛାଯାଇଛି। କିନ୍ତୁ ‘ରାମାୟଣ’ ସେ କ୍ୟାଟେଗୋରୀରୁ ଅଲଗା ଅନ୍ୟ କ୍ୟାଟେଗୋରୀରେ ନିଜ ଦାବିଦାରୀ ରଖିପାରିବ। କାରଣ ଯେକୌଣସି ଦେଶର ଫିଲ୍ମ ଇଣ୍ଟରନ୍ୟାସନାଲ୍ ଫିଚର୍ ବ୍ୟତୀତ ଅନ୍ୟ କ୍ୟାଟେଗୋରୀରେ ମଧ୍ୟ ଚେଷ୍ଟା କରିପାରେ। ଏଥିପାଇଁ ଫିଲ୍ମକୁ ଆମେରିକାର କୌଣସି ନିର୍ଦ୍ଦିଷ୍ଟ ସହରରେ ଲଗାତାର ଅତି କମ୍ ରେ ୭ ଦିନ ସିନେମା ହଲ୍ ରେ ଚାଲିବାକୁ ହେବ ଏବଂ ଏକାଡେମୀର ଅନ୍ୟ ସର୍ତ୍ତ ପୂରଣ କରିବାକୁ ହେବ।
ବକ୍ସ ଅଫିସ୍ କଲେକ୍ସନ୍:
ଫିଲ୍ମ ରିଲିଜ୍ ର ୬ଷ୍ଠ ଦିନ, ଅର୍ଥାତ୍ ପ୍ରଥମ ମଙ୍ଗଳବାର ଭାରତରେ ୯୪.୧୦ କୋଟି ଟଙ୍କା ଆୟ କରିଛି। ଏହା ସହ ଭାରତରେ ୬ ଦିନରେ ମୋଟ୍ ନେଟ୍ ଆୟ ହୋଇଛି ୪୪୦.୪୫ କୋଟି ଟଙ୍କା।
ଦିନ ଅନୁସାରେ କଲେକ୍ସନ୍ –
୧ମ ଦିନ – ୬୪.୮୫ କୋଟି
୨ୟ ଦିନ – ୪୮.୦୫ କୋଟି
୩ୟ ଦିନ – ୬୯.୮୦ କୋଟି
୪ର୍ଥ ଦିନ – ୫୬.୧୫ କୋଟି
୫ମ ଦିନ – ୧୦୭.୫୦ କୋଟି
ଷ୍ଟାର୍ କାଷ୍ଟ:
ଫିଲ୍ମରେ ରଣବୀର କପୁର ଭଗବାନ ରାମ, ସାଈ ପଲ୍ଲବୀ ମାତା ସୀତା, ୟଶ୍ ରାବଣ, ରବି ଦୁବେ ଲକ୍ଷ୍ମଣ ଏବଂ ସନ୍ନି ଦେଓଲ୍ ଭଗବାନ ହନୁମାନ ଭୂମିକାରେ ଅଛନ୍ତି। ଅନୁପମ ଖେର୍ ଜଟାୟୁଙ୍କ କଣ୍ଠଦାନ କରିଛନ୍ତି। ଏହା ସହ ଅରୁଣ ଗୋଭିଲ୍, ଲାରା ଦତ୍ତା ଏବଂ ରକୁଲ୍ ପ୍ରୀତ୍ ସିଂ ମଧ୍ୟ ଅଛନ୍ତି।
ବକ୍ସ ଅଫିସରେ ଧମାଲ୍ ପରେ ଏବେ ସମସ୍ତଙ୍କ ନଜର ଅସ୍କାର ଉପରେ। ‘ରାମାୟଣ’ କଣ ଭାରତ ପାଇଁ ଓସ୍କାର ଆଣିପାରିବ? ଦେଖିବାକୁ ବାକି ରହିଲା।


