Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ
ଆଜିର ଖବର

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ

November 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବ
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଲା ସଚିବ ସ୍ତରୀୟ ବୈଠକ, ଦିଆଗଲା ଏହି ପରାମର୍ଶ

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ତଥା କମିଶନର ତଥା ଶାସନ ସଚିବମାନେ ବୈଠକରେ ଯୋଗଦେଇଥିଲେ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ସମୀକ୍ଷା କରାଯାଇଛି। ଏଥିରେ ୨୦୨୬-୨୭ ବଜେଟ୍ ଅନୁମୋଦନ ଅନୁସାରେ ଖର୍ଚ୍ଚ ସମୀକ୍ଷା କରାଯିବା ସହ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍ ଏବଂ ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରାରମ୍ଭରେ ଗତ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ମାସ ଆଜି ସୁଦ୍ଧା ରାଜ୍ୟର ପ୍ରମୁଖ ସଫଳତା ଓ ବିକାଶମୂଳକ ପଦକ୍ଷେପ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍‌ବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ, କଳିଙ୍ଗନଗରରେ ଶିଳ୍ପ ପ୍ରକଳ୍ପର ଭୂମିପୂଜନ, ଅକ୍ଷୟ ଶକ୍ତି କ୍ଷେତ୍ରରେ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ୧୮ଟି ବୁଝାମଣାପତ୍ର ସ୍ୱାକ୍ଷର, ରାଜ୍ୟ କ୍ୟାବିନେଟ୍‌ରେ ପ୍ରମୁଖ ନିଷ୍ପତ୍ତି ଏବଂ ୨,୦୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅନ୍ୟତମ।

ସେହିପରି ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ୬୫%କୁ ବୃଦ୍ଧି, ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟ, ୬୩୦ଟି ବିଦ୍ୟାଳୟରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର‌୍ୟ୍ୟାୟ, ପେନ୍‌ସନ୍ ପରିଚାଳନା ପୋର୍ଟାଲ୍‌ର ଶୁଭାରମ୍ଭ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ପୁରୀ, ଭୁବନେଶ୍ୱର ଓ ଆସିକାର ସଫଳତା ଆଦି ଉପରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ ।

ଏଥି ସହିତ ବାତ୍ୟା “ଅର୍ଣ୍ଣବ” ଏବଂ ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସଂଘଠିତ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଓ ପୁନରୁଦ୍ଧାର କାର‌୍ୟ୍ୟ ଜାରି ରହିଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବାରେ ସମ୍ପୃକ୍ତ ସମସ୍ତ ବିଭାଗମାନଙ୍କୁ ମୁଖ୍ୟ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

୩୧ ଅକ୍ଟୋବର ୨୦୨୬ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପସ୍ଥାପନ କରାଯାଇଥିଲା। ଅଦ୍ୟବଧି ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ସଂପର୍କରେ ଆଲୋଚନା କରାଯାଇଥିଲା। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଏହି ମାସ ସୁଦ୍ଧା ବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ଭାବେ ଖର୍ଚ୍ଚ ୯.୯ ପ୍ରତିଶତ ବୃଦ୍ଧି ପାଇଛି । କାର‌୍ୟ୍ୟକ୍ରମ ବାବଦକୁ ଖର୍ଚ୍ଚ ଗତ ଅକ୍ଟୋବର ତୁଳନାରେ ଉଲ୍ଲେଖନୀୟ ଭାବେ ୧୧ ପ୍ରତିଶତ ବୃଦ୍ଧି ପାଇଛି।

ପୁଞ୍ଜିବ୍ୟୟ ଗତ ବର୍ଷ ଏହି ସମୟ ତୁଳନାରେ ଚଳିତ ବର୍ଷ ୨୭.୨ % କୁ ବୃଦ୍ଧି ଘଟିଛି । ଭିତ୍ତିଭୂମି କ୍ଷେତ୍ରରେ ୧୩.୫ % ବୃଦ୍ଧି ହୋଇଛି । ବୈଠକରେ ବିଭିନ୍ନ ଉତ୍ସରୁ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗୱାରୀ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା। ମୁଖ୍ୟ ଶାସନ ସଚିବ ବଜେଟ୍ ଅନୁମୋଦନ ହିସାବରେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର‌୍ୟ୍ୟ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି ହାର ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍ ଅଗ୍ରାଧିକାର କ୍ଷେତ୍ର ସହ ବିକଶିତ ଓଡ଼ିଶା ୨୦୩୬ ବିକଶିତ ଭାରତ ୨୦୪୭ ଦୀର୍ଘକାଳୀନ ଲକ୍ଷ୍ୟ ସହିତ ସଂଯୋଜିତ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସାମାଜିକ କ୍ଷେତ୍ର ଅନ୍ତର୍ଗତ ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, ପଂଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଜନଜାତି ବିକାଶ, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ କାର‌୍ୟ୍ୟ ଏବଂ ଖର୍ଚ୍ଚ ବୃଦ୍ଧି ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି।

ବୈଠକରେ ଇଜ ଅଫ ଡୁଇଂ ବିଜନେସ ଅନ୍ତର୍ଗତ ବ୍ୟବସାୟିକ ସଂସ୍କାର ଆକ୍ସନ ପ୍ଲାନ ଏବଂ ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ବିଭିନ୍ନ ଅନ ଲାଇନ ସେବା ପ୍ରଦାନ ବ୍ୟବସ୍ଥାର କାର‌୍ୟ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଛି କ୍ଷ ଓଡ଼ିଶା ଲୋକ ସେବା ଅଧିକାର ଅଧିନିୟମ ୨୦୧୨ ଅଧିନରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ କରାଯାଇ ସ୍ୱୟଂ କ୍ରିୟ ଅପିଲ ବ୍ୟବସ୍ଥା, କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥା( ସିଏମଏସ) ଏବଂ ଆମସାଥୀ ହ୍ୱାଟ୍ସଆପ୍ ଚାଟବୋଟ୍ ର କାର‌୍ୟ୍ୟକାରିତା ନେଇ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।

ବର୍ତ୍ତମାନ ୩୨ ଟି ବିଭାଗର ୪୫୧ଟି ବିଜ୍ଞପିତ ସେବା ମଧ୍ୟରୁ ୩୭୧ ଟିର ଅନଲାଇନ୍ ସେବା ଉପଲବ୍ଧ ହେଉଛି ଓ ୮୦ ଟିର ଅଫ୍ ଲାଇନ୍ ସେବା ମିଳୁଛି । ୨୪୧ ଟି ସେବା ଅଟୋ ଅପିଲ ବ୍ୟବସ୍ଥା କାର‌୍ୟ୍ୟକାରୀ ହୋଇଥିବା ବେଳେ ୨୬୫ ଟିର ସେବା କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାରେ ଉପଲବ୍ଧ ଏବଂ ୨୦୮ ଟିର ଆମସାଥୀ ହ୍ୱାଟ୍ସ ଆପ୍ ଚାଟ୍ ବୋଟ୍ ସେବା ସହ ସମନ୍ୱିତ କରାଯାଇଛି । ଅଫ୍ ଲାଇନ୍ ସେବାଗୁଡ଼ିକୁ ଅନଲାଇନ୍ ମୋଡରେ ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ସମନ୍ୱିତ ପ୍ରଶାସନ, ସ୍ୱଚ୍ଛତା ଓ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭାଗୀୟ ସଚିବମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ମତ ରଖିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ-୨୦୨୫

November 12, 2026

ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ

November 12, 2026

ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ର ଦମ୍ପତିଙ୍କ ମୃତ୍ୟୁ

November 12, 2026

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ

November 12, 2026
Latest News

ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ-୨୦୨୫

November 12, 2026

ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ: ଏନ୍‌ସିଏସ୍ ଅଧ୍ୟୟନ

November 12, 2026

ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ର ଦମ୍ପତିଙ୍କ ମୃତ୍ୟୁ

November 12, 2026

AI ଦୁନିଆରେ ହଲଚଲ୍: Nvidia CEO ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ନେଇ ବଡ଼ ଦାବି!:

November 12, 2026

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା ଧମକ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.