Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଭାରତ ଆସିବେ ପାକ୍‌ ମନ୍ତ୍ରୀ
ଜାତୀୟ ଖବର

‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଭାରତ ଆସିବେ ପାକ୍‌ ମନ୍ତ୍ରୀ

November 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pakistani Minister to visit India for the first time since ‘Operation Sindoor’

ଇସଲାମାବାଦ୍‌: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ କୌଣସି ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମେ ୨୦୨୩ରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଏସ୍‌ସିଓ ବୈଠକରେ ସାମିଲ ହେବା ପାଇଁ ଗୋଆ ଆସିଥିଲେ। ରିପୋର୍ଟ ଅନୁସାରେ ପାକିସ୍ତାନର ଜଳବାୟୁ ପରିବେଶ ସମନ୍ୱୟ ମନ୍ତ୍ରୀ ମୁସାଦିକ୍ ମାସୁଦ ମଲିକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ।

ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମୁସାଦିକ୍ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସିଭିଲାଇଜେସନ୍ ଡାଏଲଗ୍ ସମ୍ପର୍କୀତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବେ। ଏଥିପାଇଁ ତାଙ୍କୁ ମନୋନୀତ କରାଯାଇଥିବା ପାକ୍ ବିଦେଶ ମନ୍ତ୍ରଣାଳୟ ସୂଚନା ଦେଇଛି। ଏସ୍‌ସିଓର ସଦସ୍ୟ ରାଷ୍ଟ୍ର ଭାବେ ଭାରତ ପକ୍ଷରୁ ପାକିସ୍ତାନକୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ପଠାଯାଇଥିଲା। ଏଥିପାଇଁ ଗତ ମାସରେ ପାକିସ୍ତାନର ଜାତୀୟ ଐତିହ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଔରଙ୍ଗଜେବ ଖାନ ଖିଚିଙ୍କୁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ପାକିସ୍ତାନ ପକ୍ଷରୁ ଏବେ ମୁସାଦିକ୍ ମାସୁଦ୍ ମଲିକ୍‌ଙ୍କୁ ପଠାଯିବା ନେଇ ସ୍ପଷ୍ଟ କରାଯାଇଛି। ତେବେ ମଲିକଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଉଦ୍ଦିଷ୍ଟ ନୁହେଁ; ସେ କେବଳ ଏସ୍‌ସିଓର ଜଣେ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଏସ୍‌ସିଓ ସିଭିଲାଇଜେସନାଲ୍ ଡାଏଲଗ୍ ଫୋରମ୍‌ (ସଭ୍ୟତା ସମ୍ବାଦ କାର୍ଯ୍ୟକ୍ରମ)ର ପ୍ରଥମ ଅଧିବେଶନ ଚଳିତ ମାସ ଶେଷ ଆଡ଼କୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସମଗ୍ର ୟୁରେସିଆରେ ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଭାରତ ପକ୍ଷରୁ ଏସ୍‌ସିଓର ସମସ୍ତ ୧୦ଟି ସଦସ୍ୟ ରାଷ୍ଟ୍ରକୁ ଏହି ସଭ୍ୟତା ସମ୍ବାଦ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀରେ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ସଭ୍ୟତା, ସଂସ୍କୃତି ମଧ୍ୟରେ ଆଲୋଚନା ଏବଂ ପାରସ୍ପରିକ ସମ୍ପର୍କ ବଢ଼ାଇବା ଉପରେ ଚର୍ଚ୍ଚା ହେବ।

ଏହି ସଭ୍ୟତା ସମ୍ବାଦ କାର୍ଯ୍ୟକ୍ରମ ଦିଲ୍ଲୀର ପୁରୁଣା କିଲ୍ଲା ଠାରେ ଆୟୋଜିତ ହେବ। ଅଧିକାରୀଙ୍କ ମୁତାବକ, ଭାରତର ପ୍ରାଚୀନ ଅତୀତ ସହ ଜଡ଼ିତ ମହତ୍ତ୍ୱ କାରଣରୁ ଏହି ସ୍ଥାନକୁ ଚୟନ କରାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ ଗତ ସେପ୍ଟେମ୍ବର ୧, ୨୦୨୬ରୁ ୨୦୨୬-୨୭ ବର୍ଷ ପାଇଁ ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସରକାର ମୁଖ୍ୟମାନଙ୍କ ପରିଷଦର ଆବର୍ତ୍ତନଶୀଳ ଅଧ୍ୟକ୍ଷତା ଗ୍ରହଣ କରିଛି। ଏସ୍‌ସିଓରେ ଭାରତ, ପାକିସ୍ତାନ, ଚୀନ୍‌, ରୁଷ, ଇରାନ, ବେଲାରୁଷ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ପ୍ରଭୃତ ରାଷ୍ଟ୍ର ସାମିଲ ଅଛନ୍ତି।

‘ଅପରେସନ୍ ସିନ୍ଦୂର’ ଏସ୍‌ସିଓ ସମ୍ମିଳନୀ ପାକ୍‌ ମନ୍ତ୍ରୀ ଭାରତ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

୮୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବେ ଟ୍ରମ୍ପ-ପୁତିନ୍-ଜିନପିଙ୍ଗ୍

November 15, 2026

ରାଉଟରରେ ତ୍ରୁଟି ନା ଅବହେଳା? FAA ବିଭ୍ରାଟକୁ ନେଇ ଆରମ୍ଭ ହେଲା ତଦନ୍ତ

November 15, 2026

ମହାକାଶ ବିଜ୍ଞାନରେ ଐତିହାସିକ ସଫଳତା: ଆକାଶମାର୍ଗରେ ବୃହତ୍ ମହାକାଶଯାନକୁ ଧରିଲା ସ୍ପେସ୍-ଏକ୍ସ

November 15, 2026

ଗୋଟିଏ ଡାଟାବେସ୍‌ରେ ରହିବ ସବୁ ହିତାଧିକାରୀଙ୍କ ରେକର୍ଡ, ଜାଣନ୍ତୁ କ’ଣ ବଦଳିବ

November 15, 2026
Latest News

‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଭାରତ ଆସିବେ ପାକ୍‌ ମନ୍ତ୍ରୀ

November 15, 2026

୮୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବେ ଟ୍ରମ୍ପ-ପୁତିନ୍-ଜିନପିଙ୍ଗ୍

November 15, 2026

ରାଉଟରରେ ତ୍ରୁଟି ନା ଅବହେଳା? FAA ବିଭ୍ରାଟକୁ ନେଇ ଆରମ୍ଭ ହେଲା ତଦନ୍ତ

November 15, 2026

ମହାକାଶ ବିଜ୍ଞାନରେ ଐତିହାସିକ ସଫଳତା: ଆକାଶମାର୍ଗରେ ବୃହତ୍ ମହାକାଶଯାନକୁ ଧରିଲା ସ୍ପେସ୍-ଏକ୍ସ

November 15, 2026

ଗୋଟିଏ ଡାଟାବେସ୍‌ରେ ରହିବ ସବୁ ହିତାଧିକାରୀଙ୍କ ରେକର୍ଡ, ଜାଣନ୍ତୁ କ’ଣ ବଦଳିବ

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.