Thriveni Transport: ଅଶୋକ ଲେଲାଣ୍ଡ (Ashok Leyland) ‘ତ୍ରିବେଣୀ ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ’ (Thriveni Transport and Logistics) କୁ ୧,୦୦୦ରୁ ଅଧିକ ବ୍ୟବସାୟିକ ଯାନ (commercial vehicles) ବିକ୍ରି କରିଛି। ଏହା ‘ତ୍ରିବେଣୀ’ (Thriveni) ଏବଂ ‘ଲଏଡ୍ସ ଗ୍ରୁପ୍’ (Lloyds Group) ମିଳିତ ଭାବେ ପରିଚାଳନା କରିବେ। ଏହି ନୂତନ ଯାନଗୁଡ଼ିକୁ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଲୁହା ପଥର (iron ore) ପରିବହନ କାର୍ଯ୍ୟରେ ନିୟୋଜିତ କରାଯିବ।
୨୦୨୩ ମସିହାରେ ୧୬୦ଟି ଯାନ ପାଇଁ ଏକ ବଡ଼ ଅର୍ଡର ମିଳିବା ପରଠାରୁ ଉଭୟ ସଂସ୍ଥା ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି। ଅଶୋକ ଲେଲାଣ୍ଡ ବିଭିନ୍ନ ବର୍ଗର ବ୍ୟବସାୟିକ ଯାନ ଯୋଗାଇଛି, ଯେଉଁଥିରେ ହାଲୁକା ବ୍ୟବସାୟିକ ଯାନ (LCVs) ଠାରୁ ଆରମ୍ଭ କରି ନିକଟରେ ବଜାରକୁ ଆସିଥିବା ‘ହିପୋ’ (HIPPO) ଟ୍ରାକ୍ଟର ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଅଶୋକ ଲେଲାଣ୍ଡର ପରିଚାଳନା ନିର୍ଦ୍ଦେଶକ (MD) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସେନୁ ଅଗ୍ରୱାଲ, ୧,୦୦୦ତମ ଯାନର ଚାବି ‘ତ୍ରିବେଣୀ ଅର୍ଥମୁଭର୍ସ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର’ (Thriveni Earthmovers and Infrastructure) ଏବଂ ‘ଲଏଡ୍ସ ମେଟାଲ୍ସ ଆଣ୍ଡ ଏନର୍ଜି’ (Lloyds Metals and Energy) ର ପରିଚାଳନା ନିର୍ଦ୍ଦେଶକ ବି. ପ୍ରଭାକରନଙ୍କୁ ହସ୍ତାନ୍ତର କରିଛନ୍ତି।
ତ୍ରିବେଣୀ ଗ୍ରୁପ୍କୁ ଗାଡି ଯୋଗାଣ ନେଇ ଅଶୋକ ଲେଲାଣ୍ଡ କହିଛି ଯେ, ତ୍ରିବେଣୀ ଏବଂ ଲଏଡ୍ସ ଗ୍ରୁପ୍କୁ ଯୋଗାଇ ଦିଆଯାଇଥିବା ଯାନଗୁଡ଼ିକ ବିଭିନ୍ନ ବର୍ଗର ଏବଂ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଗଡ଼ଚିରୋଲିରେ ନିୟୋଜିତ ହେବାକୁ ଥିବା ଏହି ନୂତନ ଯାନଗୁଡ଼ିକ ଗ୍ରୁପ୍ର ଲୁହା ପଥର ପରିବହନ କାର୍ଯ୍ୟରେ ସହାୟକ ହେବ। ଏହି ସଫଳତା ଉପରେ ମତ ଦେଇ ଅଗ୍ରୱାଲ କହିଛନ୍ତି ଯେ, ଏହି ଯାନ ଯୋଗାଣ କମ୍ପାନୀ ଏବଂ ଉକ୍ତ ଗ୍ରୁପ୍ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ କରିଛି। ବି ପ୍ରଭାକରନ କହିଛନ୍ତି ଯେ, କଂପାନୀ ତରଫରୁ ଅଶୋକ ଲେଲାଣ୍ଡ ସହିତ ସଂପର୍କ ସୁଦୃଢ କରାଯିବା ସହିତ ଆଗକୁ ଆହୁରି ଗାଡି ଆବଶ୍ୟକତାକୁ ପୂରଣ କରିବ। ତେବେ ଏ ନେଇ କେତେ ଟଙ୍କାର କାରବାର ହୋଇଛି ସେ ନେଇ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ।


