Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ରଣନୀତି: ଦଳିତ ଭୋଟ୍ ଉପରେ ନଜର, ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚାକୁ ନେଇ ବଢ଼ିଲା ଉତ୍କଣ୍ଠା
ଆଜିର ଖବର

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ରଣନୀତି: ଦଳିତ ଭୋଟ୍ ଉପରେ ନଜର, ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚାକୁ ନେଇ ବଢ଼ିଲା ଉତ୍କଣ୍ଠା

November 18, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ମଇଦାନ ସରଗରମ। କ୍ଷମତା ଦଖଲ ପାଇଁ ବିଜେପି ନିଜର ରଣନୀତିକୁ ଜୋରଦାର କରିଛି। ରାଜ୍ୟରେ ଦଳର ସାଂଗଠନିକ ଆଧାର ବଢ଼ାଇବା ସହ ଦଳିତ ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଇଛି ଗେରୁଆ ଦଳ। ଏହି ରଣନୀତିର ଅଂଶ ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜି ଦିନିକିଆ ପଞ୍ଜାବ ଗସ୍ତରେ ଯାଇଛନ୍ତି। ଜଳନ୍ଧରରୁ ୧୬ ଦିନିଆ ‘ସମୃଦ୍ଧ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ ସେ। ଏହି ଯାତ୍ରା ସାତଟି ରାଜ୍ୟ ଦେଇ ଡିସେମ୍ବର ୩ରେ କାଶୀରେ ଶେଷ ହେବ।

ତେବେ ଏହି ଗସ୍ତ କେବଳ ଏକ ସାମାଜିକ କାର୍ଯ୍ୟକ୍ରମ ନା ଏହା ପଛରେ ରହିଛି ୨୦୨୭ ନିର୍ବାଚନର ବଡ଼ ରାଜନୈତିକ ଗଣିତ? ବିଶେଷକରି ଶିରୋମଣି ଅକାଳୀ ଦଳ ସହ ବିଜେପିର ସମ୍ଭାବ୍ୟ ମେଣ୍ଟକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

ଦଳିତ ଭୋଟ୍ ଉପରେ ବିଜେପିର ନଜର, ୭ ରାଜ୍ୟରେ ଚାଲିବ ଯାତ୍ରା

ପଞ୍ଜାବ ରାଜନୀତିରେ ଦଳିତ ଭୋଟରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ବର୍ଗର ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେପି ଏକ ବଡ଼ ଯୋଜନା ହାତକୁ ନେଇଛି। ଏହାର ଅଂଶ ହେଉଛି ‘ସମୃଦ୍ଧ ସଂକଳ୍ପ ଯାତ୍ରା’। ଏହି ଯାତ୍ରା ଜୁଲାଇ ୨୯ରେ କାଶୀରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହାକୁ ଅଧିକ ବ୍ୟାପକ କରାଯାଉଛି।

ପଞ୍ଜାବ ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଏହି ଯାତ୍ରା ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବ। ଡିସେମ୍ବର ୩ରେ କାଶୀରେ ଏହାର ସମାପନ ହେବ। ଏହି କାର୍ଯ୍ୟକ୍ରମ ଜରିଆରେ ଦଳିତ ସମାଜର ସମସ୍ୟା, ଆକାଂକ୍ଷା ଓ ସାମାଜିକ ବିକାଶ ପ୍ରସଙ୍ଗକୁ ନେଇ ଜନସମ୍ପର୍କ ବଢ଼ାଇବାକୁ ଦଳ ଲକ୍ଷ୍ୟ ରଖିଛି।

ପଞ୍ଜାବ ଗସ୍ତ ସମୟରେ ନୀତିନ ନବୀନ ଡେରା ସଚଖଣ୍ଡ ବଲ୍ଲଣସ୍ଥିତ ସନ୍ଥ ଶିରୋମଣି ଗୁରୁ ରବିଦାସ ଜୀ ମହାରାଜ ମନ୍ଦିର ପରିଦର୍ଶନ କରିବେ। ସେଠାରେ ପୂଜାର୍ଚ୍ଚନା ଓ ଦର୍ଶନ ପରେ ଜଳନ୍ଧର-ପଠାନକୋଟ ଜିଟି ରୋଡ୍‌ ନିକଟ ରାୟପୁର ଗ୍ରାମରେ ସମୃଦ୍ଧ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଏହାପରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବା ସହ ସାଧୁସନ୍ଥଙ୍କ ସହ ମଧ୍ୟାହ୍ନ ଭୋଜନ ଓ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେବେ। ଗୁରୁ ରବିଦାସଙ୍କ ଅନୁଗାମୀ ଓ ଦଳିତ ସମାଜ ସହ ସିଧାସଳଖ ସମ୍ପର୍କ ସ୍ଥାପନ ଏହି ଗସ୍ତର ଏକ ପ୍ରମୁଖ ଉଦ୍ଦେଶ୍ୟ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଅକାଳୀ ଦଳ ସହ ପୁଣି ମେଣ୍ଟ କରିବ କି ବିଜେପି?

ପଞ୍ଜାବ ରାଜନୀତିରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ବିଜେପି ଓ ଶିରୋମଣି ଅକାଳୀ ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ। ଅତୀତରେ ଉଭୟ ଦଳ ଏକାଠି ନିର୍ବାଚନ ଲଢ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ରାସ୍ତା ଅଲଗା ହୋଇଥିଲା। ଏବେ ୨୦୨୭ ନିର୍ବାଚନ ପୂର୍ବରୁ ପୁଣି ଥରେ ଉଭୟ ଦଳ ଏକାଠି ହେବା ନେଇ ଚର୍ଚ୍ଚା ଚାଲିଛି।

ପଞ୍ଜାବରେ ବିଜେପିର ନିଜସ୍ୱ ରାଜନୈତିକ ଆଧାର ଅନ୍ୟ କେତେକ ରାଜ୍ୟ ତୁଳନାରେ ଦୁର୍ବଳ ରହିଛି। ତେଣୁ ଅକାଳୀ ଦଳ ସହ ମେଣ୍ଟ ହେଲେ ନିର୍ବାଚନୀ ଗଣିତ ବଦଳିପାରେ ବୋଲି ଆକଳନ କରାଯାଉଛି। ତେବେ ମେଣ୍ଟ ନେଇ ଏଯାଏଁ ଉଭୟ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ନୀତିନ ନବୀନଙ୍କ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଯଦିଓ ବିଜେପି ଏହି ଗସ୍ତକୁ ସମୃଦ୍ଧ ସଂକଳ୍ପ ଯାତ୍ରାର କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରଖିଛି, ତଥାପି ରାଜନୈତିକ ଦୃଷ୍ଟିରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

୨୦୨୭ ନିର୍ବାଚନ ପୂର୍ବରୁ ବିଜେପି ପଞ୍ଜାବରେ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ମଧ୍ୟ ଅଭିଯାନ ଆରମ୍ଭ କରିଛି। ରାଜ୍ୟର ୧୧୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଯୋଡ଼ି ହେବାକୁ ଦଳ ଲକ୍ଷ୍ୟ ରଖିଛି। ନିଶା ସମସ୍ୟା, ଯୁବପିଢ଼ିଙ୍କ ଭବିଷ୍ୟତ ଓ ରାଜ୍ୟର ବିକାଶକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ବିଜେପି ଉଦ୍ୟମ କରୁଛି।ଅନ୍ୟପଟେ, ନିଜର ପୂର୍ବତନ ସହଯୋଗୀଙ୍କ ସହ ପୁଣି ସମ୍ପର୍କ ଯୋଡ଼ିବାକୁ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ପୂର୍ବ ପଞ୍ଜାବ ଗସ୍ତ ସମୟରେ ସଙ୍କେତ ଦେଇଥିବା କୁହାଯାଉଛି।

୨୦୨୭ ପାଇଁ ବିଜେପିର ତ୍ରିମୁଖୀ ରଣନୀତି!

ପଞ୍ଜାବରେ ନିଜର ରାଜନୈତିକ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ବିଜେପି ଏକାଧିକ ଦିଗରେ କାମ କରୁଥିବା ସ୍ପଷ୍ଟ ହେଉଛି। ଦଳିତ ସମାଜ ମଧ୍ୟରେ ଜନସମ୍ପର୍କ ବୃଦ୍ଧି, ନିଶା ବିରୋଧୀ ଅଭିଯାନ ଏବଂ ଅକାଳୀ ଦଳ ସହ ସମ୍ଭାବ୍ୟ ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି।

ତେବେ ଏହି ରଣନୀତି ବିଜେପିକୁ ୨୦୨୭ରେ କେତେ ଫାଇଦା ଦେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଦଳିତ ଭୋଟରଙ୍କ ସମର୍ଥନ ହାସଲ ଓ ପୁରୁଣା ରାଜନୈତିକ ସହଯୋଗୀଙ୍କ ସହ ସମ୍ପର୍କ ପୁନଃସ୍ଥାପନ କରି ବିଜେପି ପଞ୍ଜାବରେ ନୂଆ ରାଜନୈତିକ ସମୀକରଣ ତିଆରି କରିପାରିବ କି? ଏବେ ରାଜନୈତିକ ମହଲର ନଜର ଏହି ପ୍ରଶ୍ନ ଉପରେ।

BJP Akali Dal Alliance BJP Punjab Mission 2027 Nitin Nabin Punjab Visit Punjab ElectioN 2027 Samriddh Sankalp Yatra
Share. Facebook Twitter LinkedIn Email WhatsApp Copy Link

Related Posts

Thriveni Transport: ଅଶୋକ ଲେଲାଣ୍ଡଠାରୁ ଏକଥରେ ୧,୦୦୦ରୁ ଅଧିକ ବ୍ୟବସାୟିକ ଗାଡି କିଣିଲେ ବି. ପ୍ରଭାକରନ

November 18, 2026

RAC ଟିକେଟ୍ ବିନା ସୂଚନାରେ ବାତିଲ କଲା ରେଳବାଇ, ଆଇନ ଛାତ୍ରଙ୍କୁ ମିଳିବ ୨୫ ହଜାର ଟଙ୍କା କ୍ଷତିପୂରଣ!

November 18, 2026

ବାହାଘର ଖୁସିରେ ଲାଗିଲା ଚୋରଙ୍କ ନଜର, ତାଲା ଭାଙ୍ଗି ଲୁଟିନେଲେ ସୁନାଗହଣା

November 18, 2026

ଆଜି ଅଁଳା ନବମୀ, କାହିଁକି ପୂଜା କରାଯାଏ ଅଁଳା ଗଛ? ଜାଣନ୍ତୁ ଧାର୍ମିକ ମହତ୍ତ୍ୱ

November 18, 2026
Latest News

Thriveni Transport: ଅଶୋକ ଲେଲାଣ୍ଡଠାରୁ ଏକଥରେ ୧,୦୦୦ରୁ ଅଧିକ ବ୍ୟବସାୟିକ ଗାଡି କିଣିଲେ ବି. ପ୍ରଭାକରନ

November 18, 2026

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ରଣନୀତି: ଦଳିତ ଭୋଟ୍ ଉପରେ ନଜର, ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚାକୁ ନେଇ ବଢ଼ିଲା ଉତ୍କଣ୍ଠା

November 18, 2026

RAC ଟିକେଟ୍ ବିନା ସୂଚନାରେ ବାତିଲ କଲା ରେଳବାଇ, ଆଇନ ଛାତ୍ରଙ୍କୁ ମିଳିବ ୨୫ ହଜାର ଟଙ୍କା କ୍ଷତିପୂରଣ!

November 18, 2026

ବାହାଘର ଖୁସିରେ ଲାଗିଲା ଚୋରଙ୍କ ନଜର, ତାଲା ଭାଙ୍ଗି ଲୁଟିନେଲେ ସୁନାଗହଣା

November 18, 2026

ଆଜି ଅଁଳା ନବମୀ, କାହିଁକି ପୂଜା କରାଯାଏ ଅଁଳା ଗଛ? ଜାଣନ୍ତୁ ଧାର୍ମିକ ମହତ୍ତ୍ୱ

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.