ବାଣପୁର: ମା’ ଭଗବତୀଙ୍କ ମନ୍ଦିରର ଭିତର ହୁଣ୍ଡି ଖୋଲାଯାଇଛି। ବାହାର ହୁଣ୍ଡି ଖୋଲିବାର କିଛିଦିନ ବ୍ୟବଧାନରେ ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ହରପ୍ରିୟା ମଲ୍ଲିକ ଏବଂ କମିଟିର ସଭ୍ୟ ବାଣପୁର ଥାନା ଭାରପ୍ରାପ୍ତ ନିରୀକ୍ଷକ ଜୟ ପ୍ରକାଶ ପରୀଡ଼ା, କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ମନ୍ଦିର କାର୍ୟାଳୟ କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ ମିଶ୍ର, ପାଳିଆ ମାଳି ସଂଗ୍ରାମ ମହାପାତ୍ର, ପୂଜକ ଅନୀଲ ମହାପାତ୍ରଙ୍କ ଉପସ୍ଥିତିରେ ଭିତର ହୁଣ୍ଡି ଖୋଲାଯାଇଛି।
ଗଣତି ମଣତି ପରେ ନଗଦ ୧,୩୦,୮୨୩ (ଏକ ଲକ୍ଷ ତିରିଶିହଜାର, ଆଠଶହ ତେଇଶି) ଟଙ୍କା ସହ ୭୦% ବିଶିଷ୍ଟ ୬ଗ୍ରାମ ୯୦୦ ମିଲି ଗ୍ରାମ ଓଜନର ଦୁଇଟି ରୂପା ଆକ୍ଷି ସଂଗ୍ରହ କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାସଙ୍କ ଠାରୁ ପ୍ରକାଶ। ଶ୍ରଦ୍ଧାଳୁଙ୍କ ଏହି ଦାନ ଅର୍ଥ ମା’ଙ୍କ ସେବାପୂଜାରେ ଲାଗିବ।


