Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଷ୍ଟ୍ରିଟ୍‌ ଲାଇଟ୍‌ ପାଣ୍ଠି ହେରଫେର ମାମଲାରେ ୩ ଗିରଫ
ରାଜ୍ୟ ଖବର

ଷ୍ଟ୍ରିଟ୍‌ ଲାଇଟ୍‌ ପାଣ୍ଠି ହେରଫେର ମାମଲାରେ ୩ ଗିରଫ

November 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
3 arrested in street light fund misappropriation case

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବାଲ୍ୟସାରା ଗ୍ରାମ ପଞ୍ଚାୟତରେ ଷ୍ଟ୍ରିଟ୍‌ ଲାଇଟ୍‌ ସ୍ଥାପନ ଓ ରକ୍ଷଣାବେକ୍ଷଣ ବାବଦ ସରକାରୀ ପାଣ୍ଠିରୁ ୭ ଲକ୍ଷ ୨୪ ହଜାର ଟଙ୍କାରୁ ଅଧିକ ଅର୍ଥ ହେରଫେର କରିଥିବା ଅଭିଯୋଗରେ ଭିଜିଲାନ୍ସ ତିନି ଜଣଙ୍କୁ ଗିରଫ କରିଛି। ମିଛ ରିପୋର୍ଟ ଓ ବିଲ୍‌ ଆଧାରରେ ଷ୍ଟ୍ରିଟ୍‌ ଲାଇଟ୍‌ ନ ଲଗାଇ ଓ ରକ୍ଷଣାବେକ୍ଷଣ ନ କରି ଏହି ସରକାରୀ ଅର୍ଥ ଆତ୍ମସାତ୍‌ କରାଯାଇଥିବା ତଦନ୍ତରୁ ଜଣାପଡ଼ିବା ପରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଜେ. ରାମା ରାଓ, ସବ୍ୟସାଚୀ ଗନ୍ତାୟତ ଓ କୃଷ୍ଣଚନ୍ଦ୍ର ବେହେରା। ଜେ. ରାମା ରାଓ ହେଉଛନ୍ତି ବାଲ୍ୟସାରା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ। ସେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ପିଇଓ ଭାବେ ନିଯୁକ୍ତ ହୋଇଥିଲେ। ସବ୍ୟସାଚୀ ଗନ୍ତାୟତ ହେଉଛନ୍ତି କବିସୂର୍ଯ୍ୟ ନଗର ବ୍ଲକର କନିଷ୍ଠ ଯନ୍ତ୍ରୀ। ସେ ବାଲ୍ୟସାରା ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିଲେ। ସେହିପରି କୃଷ୍ଣ ଚନ୍ଦ୍ର ବେହେରା ହେଉଛନ୍ତି ଠିକାଦାର। ସେ ହେଉଛନ୍ତି ପୁରୁଷୋତ୍ତମପୁର ସ୍ଥିତ “ମା’ ତାରା ତାରିଣୀ କନଷ୍ଟ୍ରକ୍ସନ୍‌’ର ମାଲିକ। ବାଲ୍ୟସାରା ଗ୍ରାମ ପଞ୍ଚାୟତର ୫ଟି ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ସରକାରୀ ପାଣ୍ଠି ହେରଫେର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।

ତଦନ୍ତ ସମୟରେ ଜଣାପଡ଼ିଛି ଯେ, ବାଲ୍ୟସାରା ପଞ୍ଚାୟତରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ଦାବି କରାଯାଇଥିଲେ ମଧ୍ୟ ବାସ୍ତବରେ ଠିକାଦାର କୃଷ୍ଣଚନ୍ଦ୍ର ବେହେରା କେବଳ ୨୦ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଇଥିଲେ ଏବଂ ବାକି ୧୦୨ଟି ଷ୍ଟ୍ରିଟ୍ ଲାଇଟ୍ ଆଦୌ ଲଗାଯାଇ ନଥିଲା। ଏହା ସତ୍ତ୍ୱେ ଜେ. ରାମା ରାଓ, ସବ୍ୟସାଚୀ ଗନ୍ତାୟତ ଏବଂ ବାଲ୍ୟସାରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଝୁଲି ସେଠୀ ୨୦୨୧-୨୨ ଆର୍ôଥକ ବର୍ଷରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ନେଇ ମିଛ ରିପୋର୍ଟ ଦେଇ ଠିକାଦାର ଶ୍ରୀ ବେହେରାଙ୍କ ସପକ୍ଷରେ ବିଲ୍ ପାସ୍ କରିଥିଲେ। ଫଳରେ ତାଙ୍କୁ ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କା ପ୍ରଦାନ କରାଯାଇଥିଲା। ୧୦୨ଟି ଷ୍ଟ୍ରିଟ୍ ଲାଇଟ୍ ଆଦୌ ଲଗାଯାଇ ନଥିବାରୁ ସିଧାସଳଖ ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ଆତ୍ମସାତ୍ କରାଯାଇଥିଲା। ଏହା ବ୍ୟତୀତ, ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ବାବଦରେ ଜେ. ରାମା ରାଓଙ୍କୁ ୯୭,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ଘଟଣାସ୍ଥଳରେ ଯାଞ୍ଚରୁ ଜଣାପଡ଼ିଛି ଯେ ୪୧,୪୯୩ ଟଙ୍କା ମୂଲ୍ୟର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇ ନଥିଲା ଏବଂ ଶ୍ରୀ ରାଓ ସେହି ଅର୍ଥ ଆତ୍ମସାତ୍ କରିଛନ୍ତି। ମୋଟ ଉପରେ ବାଲ୍ୟସାରା ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସରକାରୀ ପାଣ୍ଠିରୁ ୭,୨୪,୯୫୮ ଟଙ୍କା ଆତ୍ମସାତ୍ କରାଯାଇଥିବା ଜଣାପଡ଼ିଛି।ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏଥିରେ ଅଭିଯୁକ୍ତ ଭାବେ ପୂର୍ବତନ ପିଇଓ ଜେ. ରାମା ରାଓ, କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଗନ୍ତାୟତ, କାର୍ଯ୍ୟକାରୀ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ବେହେରା ଏବଂ ପୂର୍ବତନ ସରପଞ୍ଚ ଶ୍ରୀମତୀ ଝୁଲି ସେଠୀଙ୍କ ନାମ ରହିଛି।

ଗଞ୍ଜାମ ଭିଜିଲାନ୍ସ ଷ୍ଟ୍ରିଟ୍‌ ଲାଇଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

କମ୍ପାନୀ ପୁନର୍ଗଠନ ଓ ମିଶ୍ରଣରେ ଷ୍ଟାମ୍ପ ଡ୍ୟୁଟି ରିହାତି, ଏମ୍‌ଏସ୍‌ଏମ୍‌ଇଙ୍କୁ ଶତପ୍ରତିଶତ ଛାଡ଼

November 22, 2026

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026

ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ: ପ୍ରଫେସର ସିତାରାମ

November 22, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଉଦ୍‌ଯାପିତ

November 22, 2026
Latest News

ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ

November 22, 2026

କମ୍ପାନୀ ପୁନର୍ଗଠନ ଓ ମିଶ୍ରଣରେ ଷ୍ଟାମ୍ପ ଡ୍ୟୁଟି ରିହାତି, ଏମ୍‌ଏସ୍‌ଏମ୍‌ଇଙ୍କୁ ଶତପ୍ରତିଶତ ଛାଡ଼

November 22, 2026

ଷ୍ଟ୍ରିଟ୍‌ ଲାଇଟ୍‌ ପାଣ୍ଠି ହେରଫେର ମାମଲାରେ ୩ ଗିରଫ

November 22, 2026

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.