ରଣପୁର: ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଠାରେ ଆଜି ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କିତ ମୋଟ ୧୧୬ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା।
ପ୍ରାପ୍ତ ଅଭିଯୋଗ ମଧ୍ୟରେ ୯୮ଟି ବ୍ୟକ୍ତିଗତ ସମସ୍ୟା, ୧୦ଟି ଗ୍ରାମ ସମ୍ପର୍କିତ ସମସ୍ୟା ଏବଂ ୮ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସମ୍ପର୍କିତ ଆବେଦନ ରହିଥିଲା। ରେଡ୍କ୍ରସ୍ ସହାୟତା ପାଇଁ କୌଣସି ଆବେଦନ ମିଳିନଥିଲା।
ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୩୬ଟିର ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଓ ଅନୁସରଣ ପ୍ରକ୍ରିୟା ଜାରି ରହିଛି।
ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଜନଅଭିଯୋଗ ଶୁଣାଣି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।


