Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»WhatsApp Web ବ୍ୟବହାର କରୁଛନ୍ତି କି? ଗୋଟିଏ ଭୁଲ୍‌ରେ ଲିକ୍ ହୋଇଯିବ ସବୁ ଚାଟ୍!
ଜୀବନ ଶୈଳୀ

WhatsApp Web ବ୍ୟବହାର କରୁଛନ୍ତି କି? ଗୋଟିଏ ଭୁଲ୍‌ରେ ଲିକ୍ ହୋଇଯିବ ସବୁ ଚାଟ୍!

November 24, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
WhatsApp

ନୂଆଦିଲ୍ଲୀ: ଆଜିକାଲି ଅଫିସ୍ କାମ ହେଉ କି ବ୍ୟକ୍ତିଗତ ଯୋଗାଯୋଗ, ହ୍ୱାଟ୍ସଆପ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଅନେକ ଲୋକ ମୋବାଇଲ୍ ବଦଳରେ ଅଫିସ୍ କିମ୍ବା ଅନ୍ୟ କମ୍ପ୍ୟୁଟରରେ WhatsApp Web ବ୍ୟବହାର କରିଥାନ୍ତି। କିନ୍ତୁ ଏହି ସୁବିଧା ଯେ ଆପଣଙ୍କ ପାଇଁ ବଡ଼ ବିପଦ ଆଣିପାରେ, ସେକଥା ହୁଏତ ଅନେକେ ଜାଣିନଥିବେ। କମ୍ପ୍ୟୁଟରରୁ ଲଗ୍‌ଆଉଟ୍ ନକରିବାର ଏକ ଛୋଟ ଭୁଲ୍ ଆପଣଙ୍କ ବ୍ୟକ୍ତିଗତ ଚାଟ୍, ଫଟୋ, ଯୋଗାଯୋଗ ତାଲିକା ଏବଂ ଗୋପନୀୟ ସୂଚନାକୁ ଅନ୍ୟ ହାତରେ ପହଞ୍ଚାଇପାରେ। ଏପରିକି ଆପଣଙ୍କ ନାମରେ ଟଙ୍କା ମାଗି ଠକେଇ ମଧ୍ୟ ହୋଇପାରେ। ଏହି ବିପଦକୁ ନଜରରେ ରଖି ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ପକ୍ଷରୁ WhatsApp Web ବ୍ୟବହାରକାରୀଙ୍କୁ ସତର୍କ କରାଯାଇଛି।

ଗୋଟିଏ ଭୁଲ୍, ଆପଣଙ୍କ WhatsApp ଆକାଉଣ୍ଟ ଅନ୍ୟ ହାତରେ!

ଧରନ୍ତୁ, ଆପଣ ଅଫିସ୍ କିମ୍ବା ସାଇବର କାଫେର କମ୍ପ୍ୟୁଟରରେ WhatsApp Web ଲଗ୍‌ଇନ୍ କରି କାମ ସାରିଦେଲେ। କିନ୍ତୁ ତରବରିଆ ଭାବେ ଘରକୁ ଫେରିବା ସମୟରେ ଲଗ୍‌ଆଉଟ୍ କରିବାକୁ ଭୁଲିଗଲେ। ଆପଣଙ୍କ ଏହି ଛୋଟ ଭୁଲ୍‌ର ସୁଯୋଗ ନେଇପାରନ୍ତି ଅନ୍ୟ କେହି।

I4Cର ପରାମର୍ଶ ଅନୁଯାୟୀ, ଅନ୍ୟ କମ୍ପ୍ୟୁଟରରେ ଆପଣଙ୍କ WhatsApp ଆକାଉଣ୍ଟ ଲଗ୍‌ଇନ୍ ରହିଲେ ସେହି କମ୍ପ୍ୟୁଟର ବ୍ୟବହାର କରୁଥିବା ବ୍ୟକ୍ତି ଆପଣଙ୍କ ବ୍ୟକ୍ତିଗତ ଚାଟ୍ ପଢ଼ିପାରିବେ। ଏହା ସହ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟ, ଗ୍ରୁପ୍ ଚାଟ୍ ଓ ଅନ୍ୟାନ୍ୟ ବାର୍ତ୍ତାଳାପ ଦେଖିବା ସହ ଆପଣଙ୍କ ନାମରେ ଅନ୍ୟମାନଙ୍କୁ ମେସେଜ୍ ମଧ୍ୟ ପଠାଇପାରିବେ।

ଆପଣଙ୍କ ନାମରେ ଟଙ୍କା ମାଗିପାରନ୍ତି ସାଇବର ଠକ

ସବୁଠାରୁ ଚିନ୍ତାଜନକ କଥା ହେଉଛି, ଠକମାନେ ଆପଣଙ୍କ WhatsApp ଆକାଉଣ୍ଟକୁ ବ୍ୟବହାର କରି ଆପଣଙ୍କ ବନ୍ଧୁ, ସମ୍ପର୍କୀୟ ଓ ସହକର୍ମୀଙ୍କୁ ମେସେଜ୍ ପଠାଇପାରନ୍ତି। ଆପଣଙ୍କ ନାମରେ ଜରୁରୀ କାମର ବାହାନା କରି ଟଙ୍କା ମାଗିପାରନ୍ତି। ଏପରିକି ଅନ୍ୟାନ୍ୟ ସାଇବର ଠକେଇ ପାଇଁ ମଧ୍ୟ ଆକାଉଣ୍ଟର ଅପବ୍ୟବହାର କରିପାରନ୍ତି।

ଯେହେତୁ ମେସେଜ୍ ଆପଣଙ୍କ ନମ୍ବରରୁ ଯାଉଥିବ, ତେଣୁ ଆପଣଙ୍କ ପରିଚିତ ଲୋକମାନେ ଏହାକୁ ସହଜରେ ବିଶ୍ୱାସ କରିପାରନ୍ତି। ଫଳରେ ଆପଣଙ୍କ ଗୋଟିଏ ଅସାବଧାନତା ଅନ୍ୟମାନଙ୍କୁ ମଧ୍ୟ ଆର୍ଥିକ କ୍ଷତିରେ ପକାଇପାରେ।

WhatsApp Web ବ୍ୟବହାର କରୁଥିଲେ ଏହି ୬ଟି ନିୟମ ମାନନ୍ତୁ

ସାଇବର ଠକେଇରୁ ବର୍ତ୍ତିବା ପାଇଁ I4C କିଛି ଗୁରୁତ୍ୱପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

୧. ଅନ୍ୟର କମ୍ପ୍ୟୁଟରରେ WhatsApp ବ୍ୟବହାର କରନ୍ତୁ ନାହିଁ: ଅଫିସ୍, ସାଇବର କାଫେ କିମ୍ବା ଏକାଧିକ ବ୍ୟକ୍ତି ବ୍ୟବହାର କରୁଥିବା କମ୍ପ୍ୟୁଟରରେ WhatsApp Web ଲଗ୍‌ଇନ୍ କରିବାରୁ ଦୂରେଇ ରୁହନ୍ତୁ।

୨. କାମ ସରିବା ପରେ ନିଶ୍ଚିତ ଲଗ୍‌ଆଉଟ୍ କରନ୍ତୁ: କେବଳ ବ୍ରାଉଜର ଟ୍ୟାବ୍ କିମ୍ବା ୱିଣ୍ଡୋ ବନ୍ଦ କରିଦେଲେ ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ହେବ ନାହିଁ। କାମ ସରିବା ପରେ WhatsApp Webରୁ ଲଗ୍‌ଆଉଟ୍ କରନ୍ତୁ।

୩. ପ୍ରାଇଭେଟ୍ ବ୍ରାଉଜିଂ ବ୍ୟବହାର କରନ୍ତୁ: ଅନ୍ୟ କମ୍ପ୍ୟୁଟରରେ WhatsApp ବ୍ୟବହାର କରିବା ଜରୁରୀ ହେଲେ ବିଶ୍ୱସ୍ତ କମ୍ପ୍ୟୁଟରରେ Incognito କିମ୍ବା Private Browsing Mode ବ୍ୟବହାର କରନ୍ତୁ। ତେବେ ବ୍ରାଉଜର ବନ୍ଦ କରିବା ପୂର୍ବରୁ ଲଗ୍‌ଆଉଟ୍ କରିବାକୁ ଭୁଲନ୍ତୁ ନାହିଁ।

୪. ସାଇବର କାଫେରେ ବ୍ୟବହାରରୁ ଦୂରେଇ ରୁହନ୍ତୁ: ହୋଟେଲ୍ ବିଜନେସ୍ ସେଣ୍ଟର, ସାଇବର କାଫେ କିମ୍ବା ଅଜଣା ବ୍ୟକ୍ତିଙ୍କ କମ୍ପ୍ୟୁଟରରେ WhatsApp ଲଗ୍‌ଇନ୍ କରନ୍ତୁ ନାହିଁ।

୫. ଅଜଣା ମେସେଜ୍ ଉପରେ ନଜର ରଖନ୍ତୁ: ଆପଣ ନ ପଠାଇଥିବା କୌଣସି ମେସେଜ୍ ଆପଣଙ୍କ ଆକାଉଣ୍ଟରୁ ଯାଉଥିଲେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଆକାଉଣ୍ଟର ଅପବ୍ୟବହାର ହେଉଥିବାର ସଙ୍କେତ ହୋଇପାରେ।

୬. କମ୍ପ୍ୟୁଟର ଓ ସୁରକ୍ଷା ସଫ୍ଟୱେର୍ ଅପଡେଟ୍ ରଖନ୍ତୁ: ନିଜ କମ୍ପ୍ୟୁଟର, ବ୍ରାଉଜର ଓ ସିକ୍ୟୁରିଟି ସଫ୍ଟୱେର୍‌କୁ ନିୟମିତ ଅପଡେଟ୍ କରନ୍ତୁ। ଅଜଣା ଫାଇଲ୍ ଓ ସନ୍ଦେହଜନକ ଡାଉନଲୋଡ୍‌ରୁ ଦୂରେଇ ରୁହନ୍ତୁ।
ଆକାଉଣ୍ଟ ସୁରକ୍ଷିତ ଅଛି କି ନାହିଁ କିପରି ଜାଣିବେ?

WhatsApp ବ୍ୟବହାରକାରୀମାନେ ନିଜ ମୋବାଇଲ୍‌ରୁ ମଧ୍ୟ ଲିଙ୍କ୍ ହୋଇଥିବା ଡିଭାଇସ୍‌ଗୁଡ଼ିକ ଯାଞ୍ଚ କରିପାରିବେ।

– WhatsApp ଖୋଲନ୍ତୁ।
– Settings କିମ୍ବା ମେନୁରେ Linked Devices ବିକଳ୍ପକୁ ଯାଆନ୍ତୁ।
– କେଉଁ କେଉଁ କମ୍ପ୍ୟୁଟର କିମ୍ବା ଡିଭାଇସ୍‌ରେ ଆପଣଙ୍କ ଆକାଉଣ୍ଟ ଲଗ୍‌ଇନ୍ ଅଛି, ତାହା ଯାଞ୍ଚ କରନ୍ତୁ।
– ଅଜଣା କିମ୍ବା ଅବ୍ୟବହୃତ ଡିଭାଇସ୍ ଦେଖାଗଲେ ସେଥିରୁ ତୁରନ୍ତ Log Out କରନ୍ତୁ।

ମନେ ରଖନ୍ତୁ, ଡିଜିଟାଲ୍ ଦୁନିଆରେ ଗୋଟିଏ ଛୋଟ ଅସାବଧାନତା ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ବିପଦରେ ପକାଇପାରେ। ତେଣୁ WhatsApp Web ବ୍ୟବହାର କରିବା ସମୟରେ ସାମାନ୍ୟ ସତର୍କତା ଆପଣଙ୍କୁ ବଡ଼ ସାଇବର ଠକେଇରୁ ରକ୍ଷା କରିପାରିବ।

Cyber Fraud India I4C Cyber Alert Linked Devices WhatsApp Privacy WhatsApp Scam WhatsApp Security Tips WhatsApp Web Safety
Share. Facebook Twitter LinkedIn Email WhatsApp Copy Link

Related Posts

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026

ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା

November 24, 2026

ପିଲାଙ୍କ ଶରୀରରେ ଏମିତି ପରିବର୍ତ୍ତନ ଦେଖିଲେ ସାବଧାନ! ଟାଇପ୍‌-୧ ଡାଇବେଟିସ୍‌ର ଲକ୍ଷଣ

November 24, 2026

ନେପାଳରେ ଶକ୍ତିଶାଳୀ ଭୂକମ୍ପ, ଭାରତ ସମେତ ୪ ଦେଶକୁ ଲାଗିଲା ଝଟକା

November 24, 2026
Latest News

WhatsApp Web ବ୍ୟବହାର କରୁଛନ୍ତି କି? ଗୋଟିଏ ଭୁଲ୍‌ରେ ଲିକ୍ ହୋଇଯିବ ସବୁ ଚାଟ୍!

November 24, 2026

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026

ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା

November 24, 2026

ପିଲାଙ୍କ ଶରୀରରେ ଏମିତି ପରିବର୍ତ୍ତନ ଦେଖିଲେ ସାବଧାନ! ଟାଇପ୍‌-୧ ଡାଇବେଟିସ୍‌ର ଲକ୍ଷଣ

November 24, 2026

ନେପାଳରେ ଶକ୍ତିଶାଳୀ ଭୂକମ୍ପ, ଭାରତ ସମେତ ୪ ଦେଶକୁ ଲାଗିଲା ଝଟକା

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.