Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପ୍ରକାଶ ପାଇଲା ଓଏସ୍‌ଏସ୍‌ଟିଇଟି ରେଜଲ୍ଟ
ରାଜ୍ୟ ଖବର

ପ୍ରକାଶ ପାଇଲା ଓଏସ୍‌ଏସ୍‌ଟିଇଟି ରେଜଲ୍ଟ

November 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
OSSTET results released

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ), ଓଡ଼ିଶା ପକ୍ଷରୁ ‘ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (ଓଏସ୍‌ଏସ୍‌ଟିଇଟି) ୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପରୀକ୍ଷା ଦେଇଥିବା ମୋଟ୍ ୫୫,୯୬୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୪,୨୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସାମଗ୍ରିକ ପାସ୍ ହାର ୭୯.୧୫ ପ୍ରତିଶତ ରହିଛି। ପରୀକ୍ଷାର୍ଥୀମାନେ ପରିଷଦର ସରକାରୀ ୱେବସାଇଟ୍‌ bseodisha.ac.in ଏବଂ bseodisha.nic.in ରୁ ନିଜର ଫଳାଫଳ ଦେଖିପାରିବେ। ଗତ ସେପ୍ଟେମ୍ବର ୩୦, ୨୦୨୬ ରିଖରେ ଅନୁଷ୍ଠିତ ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ମୋଟ୍ ୫୫,୯୬୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ମୋଟ ୪୪,୨୯୮ ଜଣ କୃତୀତ୍ୱ ହାସଲ କରିଛନ୍ତି। ପେପର-୧ ଏବଂ ପେପର-୨ ରେ ମୋଟ ୫୯,୩୫୭ ଜଣ ପ୍ରାର୍ଥୀ ପଞ୍ଜୀକୃତ କରିଥିବା ବେଳେ ୩,୩୮୯ ଜଣ ପ୍ରାର୍ଥୀ ଅନୁପସ୍ଥିତ ଥିଲେ।

ବୋଡ୍‌ର୍ ୱେବସାଇଟ୍‌ରେ ପ୍ରକାଶିତ ରେଜଲ୍ଟ ଅନୁସାରେ ପେପର-୧ ପାଇଁ ୫୫,୧୯୩ ଜଣ ପଞ୍ଜୀକୃତ ପ୍ରାର୍ଥୀଙ୍କ ମଧ୍ୟରୁ ୫୨,୦୧୯ ଜଣ ପରୀକ୍ଷା ଦେଇଥିଲେ ଏବଂ ୩,୧୭୪ ଜଣ ଅନୁପସ୍ଥିତ ଥିଲେ। ମୋଟ୍ ୪୧,୧୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସ୍ ହାର ୭୯.୧୯% ରହିଛି। ସେହିପରି ପେପର-୨ ପାଇଁ ମୋଟ୍ ୪,୧୬୪ ଜଣ ପଞ୍ଜୀକୃତ ପ୍ରାର୍ଥୀଙ୍କ ମଧ୍ୟରୁ ୩,୯୪୯ ଜଣ ପରୀକ୍ଷା ଦେଇଥିଲେ ଏବଂ ୨୧୫ ଜଣ ଅନୁପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ ମୋଟ ୩,୧୦୬ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି, ଫଳରେ ପାସ୍ ହାର ୭୮.୬୫% ହୋଇଛି।

ବିଏସ୍‌ଇ ଓଡ଼ିଶା ଉଭୟ ଉତ୍ତୀର୍ଣ୍ଣ ଏବଂ ଅନୁତ୍ତୀର୍ଣ୍ଣ ପରୀକ୍ଷାର୍ଥୀ ଉଭୟଙ୍କ ପାଇଁ ସ୍ପଷ୍ଟ ସମୟସୀମା ମଧ୍ୟ ଘୋଷଣା କରିଛି। ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଫିଜିକାଲ୍ ହାର୍ଡ କପି ପ୍ରଦାନ କରାଯିବା ପର୍ଯ୍ୟନ୍ତ, ନଭେମ୍ବର ୨୫, ୨୦୨୬ ସକାଳ ୧୦:୦୦ ଟାରୁ ନିର୍ଦ୍ଧାରିତ ଶୁଳ୍କ ପ୍ରଦାନ କରି ଅଫିସିଆଲ୍ ବିଏସ୍‌ଇ ଓଡ଼ିଶା ୱେବସାଇଟରୁ ନିଜର ଡିଜିଟାଇଜଡ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ। ଅନ୍ୟପକ୍ଷେ ଯେଉଁ ପ୍ରାର୍ଥୀମାନେ ଅକୃତକାର୍ଯ୍ୟ ହୋଇଛନ୍ତି ବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି, ସେମାନେ ଡିସେମ୍ବର ୨, ୨୦୨୬ ସନ୍ଧ୍ୟା ୫:୦୦ଟା ପର୍ଯ୍ୟନ୍ତ ୱେବସାଇଟରୁ ନିଜର ଓଏମ୍‌ଆର୍ ଉତ୍ତର ଖାତା ଡାଉନଲୋଡ୍ କରିପାରିବେ। ଆଶାୟୀ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜର ସ୍କୋରକାର୍ଡ, ଡିଜିଟାଇଜଡ୍ ସାର୍ଟିଫିକେଟ୍ କିମ୍ବା ଓଏମ୍‌ଆର୍ ସିଟ୍ ପାଇବା ପାଇଁ ତୁରନ୍ତ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ଏବଂ ନିଜର ଲଗଇନ୍ କ୍ରେଡେନସିଆଲ୍ ହାତ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି।

OSSTET released RESULTS
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭାରମ୍ଭ ହେଲା ‘ଷ୍ଟାଟ୍-ଓଡ଼ିଶା’ ଆପ୍; ମୋବାଇଲ୍‌ରେ ମିଳିବ ରାଜ୍ୟର ଅର୍ଥନୈତିକ ତଥ୍ୟ

November 24, 2026

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜାଣନ୍ତୁ ଏହି ଦିନ କଣ କରିବା ଉଚିତ

November 24, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ; ବାତିଲ ହେଲା ପୁରୀ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ ବୈଠକ

November 24, 2026

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା; ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

November 24, 2026
Latest News

ଶୁଭାରମ୍ଭ ହେଲା ‘ଷ୍ଟାଟ୍-ଓଡ଼ିଶା’ ଆପ୍; ମୋବାଇଲ୍‌ରେ ମିଳିବ ରାଜ୍ୟର ଅର୍ଥନୈତିକ ତଥ୍ୟ

November 24, 2026

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜାଣନ୍ତୁ ଏହି ଦିନ କଣ କରିବା ଉଚିତ

November 24, 2026

ପ୍ରକାଶ ପାଇଲା ଓଏସ୍‌ଏସ୍‌ଟିଇଟି ରେଜଲ୍ଟ

November 24, 2026

ବିକଶିତ ଭାରତ ଏବଂ ସମୁନ୍ନତ ନେପାଳ: ସହଭାଗିତାର ନୂତନ ପରିଭାଷା

November 24, 2026

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ; ବାତିଲ ହେଲା ପୁରୀ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ ବୈଠକ

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.