Categories
ଆଜିର ଖବର

ଓଡ଼ିଶା କଂଗ୍ରେସର ନିର୍ବାଚନୀ ଇସ୍ତାହାର : ଗରିବ, ଚାଷୀ, ମହିଳା, ଆଦିବାସୀ ଓ ଯୁବକଙ୍କୁ ଗୁରୁତ୍ବ

ଆଜି ଓଡ଼ିଶା କଂଗ୍ରେସ ଭବନରେ ଦଳ ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା  ପ୍ରମୁଖ ନେତୃବୃନ୍ଦ ଏହି  ଇସ୍ତାହାର ପୁସ୍ତିକା ଉନ୍ମୋଚନ କରିଥିଲେ। ଗରିବ, ଚାଷୀ, ମହିଳା, ଆଦିବାସୀ ଓ ଯୁବକମାନଙ୍କୁ ଏହି ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କାର ଆୟ ଗ୍ୟାରେଣ୍ଟି, ପ୍ରତି ପରିବାରରେ ଜଣେ ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଛି। ଯଦି ନିଯୁକ୍ତି ନ ମିଳିବ ତେବେ ମାସିକ ୩ ହଜାର ଟଙ୍କା ଭତ୍ତା ମିଳିବ ବୋଲି ଏଥିରେ କୁହାଯାଇଛି। ଚାକିରି କରିବା ପାଇଁ ବୟସ ସୀମା ବୃଦ୍ଧି ଓ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ କରାଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ରହିଛି। ସେହିପରି ସବୁ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଯାଏଁ ଋଣ ଛାଡ଼ କରାଯିବ। ପୂର୍ବରୁ ଋଣ ଶୁଝି ସାରିଥିବା ଚାଷୀଙ୍କୁ ସେହି ଅର୍ଥ ପୁଣି ଫେରସ୍ତ ଦିଆଯିବ। ଅନ୍ୟାନ୍ୟ ଚାଷ ପାଇଁ ୩ ବର୍ଷ ଯାଏଁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ତଥା ମହିଳା ଚାଷୀଙ୍କୁ ମାଗଣାରେ ସମସ୍ତ କୃଷି ଉପକରଣ ଯୋଗାଇ ଦିଆଯିବ ବୋଲି ଏହି ଇସ୍ତାହାରରେ କୁହାଯାଇଛି। ଧାନ ପାଇଁ ସହାୟକ ରାଶି କୁଇଣ୍ଟାଲ୍‌ ପିଛା ୨୬୦୦ ଟଙ୍କା, ଦ୍ବାଦଶ ଯାଏଁ ଛାତ୍ରୀମାନଙ୍କୁ ମାଗଣା ଶିକ୍ଷା, ମହିଳାମାନଙ୍କୁ ସରକାରୀ କଲେଜରେ ମାଗଣା ବୈଷୟିକ ଶିକ୍ଷାଦାନ ତଥା ବାହାଘର ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେହିପରି ବାର୍ଦ୍ଧକ୍ୟ ପେନ୍‌ସନ୍‌ ୧୫୦୦ ଟଙ୍କା, ବିଧବା ଓ ଅସହାୟ ପେନ୍‌ସନ୍‌ ରାଶି ୨୦୦୦ ଟଙ୍କା ଓ  ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବା ନେଇ ସୂଚନା ରହିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା, ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ

ରାଜ୍ୟ କଂଗ୍ରେସ ଆଜି ୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଧର୍ମଶାଳା ଓ ତିର୍ତ୍ତୋଲ୍‌ରେ ପ୍ରାର୍ଥୀ ବଦଳ କରିଛି। ତିର୍ତ୍ତୋଲ୍‌ ଆସନରେ କଂଗ୍ରେସ ବିଭୁ ତରାଇଙ୍କୁ ଟିକେଟ ଦେଇଥିଲା। କିନ୍ତୁ ବିଭୁ ଟିକେଟ ପାଇ ମଧ୍ୟ ଅସନ୍ତୁଷ୍ଟ ବ୍ୟକ୍ତ କରି ଦଳ ଛାଡ଼ି ବିଜେପି ଦଳରେ ଯୋଗଦେଇଛନ୍ତି। କଂଗ୍ରେସ ଦଳ ବିଭୁ  ତରାଇଙ୍କ ସ୍ଥାନରେ ଦେବୀମଲ୍ଲିକଙ୍କୁ ଟିକେଟ ଦେଇଛି। ସେହିପରି ଧର୍ମଶାଳାରେ ପୂର୍ବରୁ ସ୍ମୃତିରେଖା ପହିଙ୍କୁ ଟିକେଟ ଦିଆଯାଇଥିଲା ଏହି ସ୍ଥାନରେ ସ୍ମୃତିଙ୍କ ବଦଳରେ କିଶାନ ପଣ୍ଡାଙ୍କୁ କଂଗ୍ରେସ ପ୍ରାର୍ଥୀ କହିଛି। ଚଳିତ ଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ଘଷିପୁରା ପାଇଁ ଘୋଷଣା କରାଯାଇଥିବାବେଳେ ଭଣ୍ଡାରୀପୋଖରୀ ପାଇଁ ମଧ୍ୟ ନିରଞ୍ଜନଙ୍କୁ ଟିକେଟ ଦିଆଯାଇଛି।

୧. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ

୨. ଭଦ୍ରକ – ଶ୍ରୀ ନଳିନୀକାନ୍ତ ମହାନ୍ତି

୩. ବଡ଼ଚଣା – ସୀତାକାନ୍ତ ମହାପାତ୍ର

୪. ଧର୍ମଶାଳା – କିଶାନ ପଣ୍ଡା

୫. ସାଲେପୁର – ରୀବନ୍ଦ୍ରନାଥ କର

୬. ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା

୭. ବାଲିକୁଦା ଏରସମା – ଡ. ଲଲାଟେନ୍ଦୁ ମହାପାତ୍ର
୮. ତିର୍ତ୍ତୋଲ – ଦେବୀପ୍ରସାଦ ମଲ୍ଲିକ

୯. ନିମାପଡ଼ା – ସତ୍ୟବ୍ରତ ପାତ୍ର

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ଆଜିର ଖବର

ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ : ପାଟନାସାହିବରୁ ଶତ୍ରୁଘ୍ନଙ୍କୁ ମିଳିଲା ଟିକେଟ

୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଦଳ ପଞ୍ଜାବର ତିନୋଟି ଆସନ ସହିତ ଦିଲ୍ଲୀ ଓ ହିମାଚଳ ପ୍ରଦେଶର ଗୋଟିଏ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେଇଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ବିହାର ପାଟନା ସାହିବରୁ ଟିକେଟ ଦେଇଥିବାବେଳେ ହିମାଚଳ ପ୍ରଦେଶର ହମୀରପୁର ଲୋକସଭା ଆସନ ପାଇଁ ରାମ ଲାଲ୍‌ ଠାକୁରଙ୍କ ଟିକେଟ ଦିଆଯାଇଛି। ସେହିପରି କଂଗ୍ରେସ ପଞ୍ଜାବର ଖଡୁର୍‌ ସାହିବ ଆସନ ପାଇଁ ଜସବୀର ସିଂହ ଗିଲ୍‌, ଫତେଗଡ଼ ସାହିବରୁ ଡା. ଅମର ସିଂହ ଓ ଫରିଦାକୋର୍ଟରୁ ମୋହମ୍ମଦ ସାଦିକ୍‌ଙ୍କୁ ଟିକେଟ ଦିଆଯାଇଛି। ଏଥିସହିତ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମୋଟ ୩୭୭ ପ୍ରାର୍ଥୀ ଘୋଷଣା କରିଛି।  ଚଳିତ ଥର ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୯୧ଟି ଆସନ ପାଇଁ ଏପ୍ରିଲ୍‌ ୧୧ରେ ମତଦାନ ଅନୁଷ୍ଠିତ ହେବ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ଆଜିର ଖବର

ଫିଲ୍ମ ଫ୍ରାଇଡେ’ରେ ଜନ ଆବ୍ରାହମ୍‌ଙ୍କ ଫିଲ୍ମ ‘ର’

୨୦୧୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପରମାଣୁ’ ଏବଂ ’ସତ୍ୟମେବ ଜୟତେ”ର ବହୁଳ ସଫଳତା ପରେ ଅଭିନେତା ଜନ୍‌ ଆବ୍ରାହମ୍‌ ପୁଣି ଥରେ ପରଦାରେ ସ୍ପାଏ ଥ୍ରୀଲର୍‌କୁ ନେଇ କମ୍‌ବ୍ୟାକ୍‌ କରିଛନ୍ତି। ଜନ୍‌ଙ୍କ ଫିଲ୍ମ “ରୋମିଓ ଆକ୍‌ବର୍‌ ୱଲଟର୍‌” ର’(RAW) ରିଲିଜ୍‌ ହୋଇଯାଇଛି। ରବି ଗ୍ରେୱାଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୌନି ରଏ, ଜ୍ୟାକି ସ୍ରଫ୍‌ ଏବଂ ସିକନ୍ଦର ଖେର୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଦେଶଭକ୍ତି ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲପାଇବା ମିଳିଛି। ଜଣେ ଭାରତୀୟ ଜାସୁସ୍‌ଙ୍କ କାହାଣୀ ଉପରେ ଆଧାରିତ। ୧୯୭୧ ମସିହାରେ ହୋଇଥିବା ପାକିସ୍ଥାନ ଯୁଦ୍ଧ ପୂର୍ବର କାହାଣୀ ଉପରେ ଫିଲ୍ମର କାହାଣୀ ଗତିଶୀଳ। ଏହି ଫିଲ୍ମ ଲାଗି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସାଇନ୍ କରାଯାଇଥିଲା। କିନ୍ତୁ ପରେ ସୁଶାନ୍ତଙ୍କ ଡେଟ୍‌ ପ୍ରୋବ୍ଲେମ୍‌ ଯୋଗୁଁ ସେ ଏହି ଫିଲ୍ମରୁ ଓହରି ଯାଇଥିଲେ। ତେବେ ଏହି ସ୍ପାଏ ଥ୍ରିଲର୍‌ ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛି।

Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି : ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ୨୩ରେ ନିର୍ବାଚନ

ଚଳିତ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଅନୁଯାୟୀ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ଲୋକ ସଭା ଆସନ ମଧ୍ୟରେ ରହିଛି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଏବଂ ଭୁବେନଶ୍ବର। ଏପ୍ରିଲ୍‌ ୪ ତାରିଖ ନାମାଙ୍କନ ଦାଖଲ ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ ୮ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ଏପ୍ରିଲ୍‌ ୨୩ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୭ଟି ସ୍ଥାନରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବାର ଥିବାବେଳେ ୩୫ଟି ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ।