ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ : ପାଟନାସାହିବରୁ ଶତ୍ରୁଘ୍ନଙ୍କୁ ମିଳିଲା ଟିକେଟ

Published: Apr 6, 2019, 4:42 pm IST
congress released candidate list

୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଦଳ ପଞ୍ଜାବର ତିନୋଟି ଆସନ ସହିତ ଦିଲ୍ଲୀ ଓ ହିମାଚଳ ପ୍ରଦେଶର ଗୋଟିଏ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେଇଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ବିହାର ପାଟନା ସାହିବରୁ ଟିକେଟ ଦେଇଥିବାବେଳେ ହିମାଚଳ ପ୍ରଦେଶର ହମୀରପୁର ଲୋକସଭା ଆସନ ପାଇଁ ରାମ ଲାଲ୍‌ ଠାକୁରଙ୍କ ଟିକେଟ ଦିଆଯାଇଛି। ସେହିପରି କଂଗ୍ରେସ ପଞ୍ଜାବର ଖଡୁର୍‌ ସାହିବ ଆସନ ପାଇଁ ଜସବୀର ସିଂହ ଗିଲ୍‌, ଫତେଗଡ଼ ସାହିବରୁ ଡା. ଅମର ସିଂହ ଓ ଫରିଦାକୋର୍ଟରୁ ମୋହମ୍ମଦ ସାଦିକ୍‌ଙ୍କୁ ଟିକେଟ ଦିଆଯାଇଛି। ଏଥିସହିତ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମୋଟ ୩୭୭ ପ୍ରାର୍ଥୀ ଘୋଷଣା କରିଛି।  ଚଳିତ ଥର ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୯୧ଟି ଆସନ ପାଇଁ ଏପ୍ରିଲ୍‌ ୧୧ରେ ମତଦାନ ଅନୁଷ୍ଠିତ ହେବ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

 

Related posts